(ନିଶ୍ଚିନ୍ତକୋଇଲି:ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ଖଣ୍ଡସାହି ବାଲିଆପଦା ସେବାସମବାୟ ସମିତିର ୨୦୨୩-୨୪ ଆର୍ଥିକ ବର୍ଷ ନିମନ୍ତେ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ ପାଇଁ ଧାନ ମଣ୍ଡିର ଶୁଭାରମ୍ଭ ହୋଇଯାଇଛି । ଆନୁଷ୍ଠାନିକ ଭାବେ ପୂଜକ ପୂଜାର୍ଚ୍ଚନା କରିବା ପରେ ପୂର୍ବତନ ସରପଞ୍ଚ ରାୟଗୁରୁ ବିଜୟ କିଶୋର ମିଶ୍ର ଏବଂ ସେବା ସମବାୟ ସମିତିର ସଭାପତି ଦିବାକର ସ୍ୱାଇଁ ଏହାକୁ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମବାୟ ସମିତିର ସମ୍ପାଦକ ପାର୍ଥସାରଥୀ ଦାସ, ଉପସଭାପତି ପ୍ରମିଳା ନାୟକ, ଅଧକ୍ଷ ଧୀରେନ୍ଦ୍ର ମହାନ୍ତି, ରତ୍ନାକର ମଲିକ, ସୁଧାଂଶୁ ସାମନ୍ତରାୟ, କୈଳାଶ ଚନ୍ଦ୍ର ସ୍ୱାଇଁ, ଜଗନ୍ନାଥ ସାହୁ, ଲକ୍ଷ୍ମଣ ସାମନ୍ତରାୟ, ଶତ୍ରୁଘ୍ନ ଦାସ,ସରୋଜ ଦାଶ, ସଂଗ୍ରାମ କିଶୋର ମହାନ୍ତି, ବିଚିତ୍ରନନ୍ଦ ପତି, ଡିଇଓ ଜ୍ୟୋତ୍ରୀମୟୀ ସାହୁ, ବିଷ୍ଣୁଚରଣ ବେହେରା, ନିରଞ୍ଜନ ପୃଷ୍ଟି, ସମରେନ୍ଦ୍ର ମହାନ୍ତି, ପ୍ରେମାନନ୍ଦ ସାମନ୍ତରାୟ ଙ୍କ ସମେତ ବହୁ ଚାଷୀ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ମୋଟ 298 ଜଣ ଚାଷୀ ପଞ୍ଚିକରଣ କରିଥିଲାବେଳେ ପ୍ରଥମ ଦିନରେ 15 ଜଣ ଚାଷୀଙ୍କ ନିକଟରୁ ଧାନକ୍ରୟ ନିମନ୍ତେ ମୁରଲୀଧର ମିଲର ଏବଂ ଆରଏମସିର ଅଧିକାରୀ ଜୟଦେବ ବିଶ୍ୱାଳ ଉପସ୍ଥିତ ରହି 325 କୁଇଣ୍ଟାଲ ରୁ ଉର୍ଧ୍ଵ ଧାନ ସଂଗ୍ରହ କରିଥିଲେ । ସମବାୟ ସମିତିର ସଂପାଦକ ପାର୍ଥସାରଥୀ ଦାସ ଉପସ୍ଥିତ ରହି ସମସ୍ତଙ୍କୁ ସ୍ଵାଗତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବହୁ ଚାଷୀ ଭାଇମାନେ ଯୋଗଦାନ କରି ସମ୍ପୂର୍ଣ ସହଯୋଗ କରୁଥିଲା ବେଳେ ମଣ୍ଡି ଅତ୍ୟନ୍ତ ସୁରୁଖୁରୁରେ ଚାଲୁଥିବାର ପ୍ରକାଶ କରିଥିଲେ l
Sign in
Sign in
Recover your password.
A password will be e-mailed to you.