ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ପ୍ରଶାସନ ପକ୍ଷରୁ ଗୁଣପୁର ସହର ୧୬ ନଂ ୱାର୍ଡ ଅନ୍ତର୍ଗତ ବିକ୍ରମପୁର କଲୋନୀରେ ଜବରଦଖଲ ଉଚ୍ଛେଦ କରାଯାଇଛି। ମାଜିଷ୍ଟ୍ରେଟ ଭାବରେ ଅତିରିକ୍ତ ତହସିଲଦାର ଅଂଶୁମାନ ପରିଡା, ପୌର ନିର୍ବାହି ଅଧିକାରୀ ସ୍ବସ୍ତିକ ଜମାଦାର, ଥାନା ଅଧିକାରୀ ଉତ୍ତମ କୁମାର ସାହୁଙ୍କ ଉପସ୍ଥିତିରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ଜବର ଦଖଲ ଉଚ୍ଛେଦ କରିଥିଲେ। ଉକ୍ତ ଜମିରେ ବାସ କରୁଥିବା ଆଦିବାସୀ ଲୋକେ ଉଚ୍ଛେଦକୁ ବିରୋଧ କରିବାରୁ କିଛି ସମୟ ପାଇଁ ସେଠାରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଜବରଦଖଲ ଉଚ୍ଛେଦ ପୂର୍ବରୁ ସେହି ଅଞ୍ଚଳରେ ସେମାନଙ୍କୁ ସରକାରୀ ଜମି ଯୋଗାଇ ଦେବାକୁ ଦାବି କରି ଉପଜିଲ୍ଲାପାଳ, ତହସିଲଦାର ଏବଂ ପୌର କାର୍ଯ୍ୟାଳୟକୁ ସେଠାରେ ରହୁଥିବା ଆଦିବାସୀ ମାନେ ଜଣାଇଥିଲେ। ହେଲେ ସେମାନଙ୍କୁ ଜମି ଦେବା ବଦଳରେ ପୋଲିସ ଜବର ଦଖଲକାରୀଙ୍କ ସହ ଆଲୋଚନା କରୁଛି। କିଛି ନ ଜଣାଇ ଜବରଦଖଲ ଉଚ୍ଛେଦ କରିଥିବାରୁ ଆଦିବାସୀ ସମାଜ ପକ୍ଷରୁ ନିନ୍ଦା କରାଯାଇଛି। ବିକ୍ରମପୁର ସୂଚନାଯୋଗ୍ୟ, କଲୋନୀକୁ ଲାଗି ଥିବା ସରକାରୀ ଜମିକୁ କିଛି ଆଦିବାସୀ ଲୋକ ଅକ୍ତିଆର କରିଥିଲେ। ଜବର ଦଖଲ ହୋଇଥିବା ଜମିରୁ ୭୦ ସେଣ୍ଟ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ସେହି ସ୍ଥାନରେ ସରକାରଙ୍କ ପକ୍ଷରୁ ମଲଟି ପରପୋଜ ହଲ ତଥା କଲ୍ୟାଣ ମଣ୍ଡପ ନିର୍ମାଣ କରାଯିବ। ଏଥୁ ନିମନ୍ତେ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଏହି କାର୍ଯ୍ୟ ସମ୍ପାଦନା କରିବା ପାଇଁ ଦାୟିତ୍ଵ ପ୍ରଦାନ କରାଯାଇଥିବା ଜଣାପଡ଼ିଛି।
Sign in
Sign in
Recover your password.
A password will be e-mailed to you.
Prev Post