603 ହିତାଧିକାରୀଙ୍କୁ ଗ୍ରାମ କଣ୍ଟକ ରୁ ଘରବାରି ପଟ୍ଟା ବାଣ୍ଟିଲେ ବିଧାୟକ

0

 ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ପୂର୍ବରୁ ଘର ପଟ୍ଟାଟିଏ ପାଇଁ ହିତାଧିକାରୀଟିଏ ବାରମ୍ବାର ତହସିଲ୍ କାର୍ଯ୍ୟାଳୟକୁ ଦୌଡ଼ି ନୟାନ୍ତ ହୋଇପଡ଼ୁଥିବା ବେଳେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ପ୍ରଚେ଼ଷ୍ଟା କ୍ରମେ ପଟ୍ଟା ବଣ୍ଟନ ମେଳା ମାଧ୍ୟମରେ ହିତାଧିକାରୀଙ୍କୁ ଗ୍ରାମ କଣ୍ଟକ ପଟ୍ଟା କୁ ପରିବର୍ତ୍ତନ କରି ଘରବାରି ପଟା ବଣ୍ଟନ କରାଯାଇ ସେମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି I ଏହି ପ୍ରରିପ୍ରେକ୍ଷୀରେ ଆଜି ବେଲଗୁଣ୍ଠା ବ୍ଲକ୍ ପଡ଼ିଆ ଠାରେ ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନଙ୍କ ସଭାପତିତ୍ୱରେ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଂଚାୟତରୁ ଆସିଥିବା 603 ହିତାଧିକାରୀଙ୍କୁ ଘରବାରି ପଟ୍ଟା ବଣ୍ଟନ କରାଯାଇଛି I ଏହି କାର୍ଯ୍ୟକ୍ରମରେ ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ହିତାଧୀକାରୀଙ୍କୁ ପଟ୍ଟା ବଣ୍ଟନ କରିଥିଲେ I କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ରୂପେ ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠୀ, ଉପାଧ୍ୟକ୍ଷା ଟି ବବିତା କୁମାରୀ, ବ୍ଳକ୍ ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ, ବଡ଼ବୋର୍ସିଂ ସରପଞ୍ଚ ଏସ୍ ରାମେଶ୍ଵର ପାତ୍ର, ବେଣୀପଲ୍ଲୀ ସରପଞ୍ଚ ଦୁର୍ଗାମାଧବ ନାୟକ, ପାଇଲିପଡ଼ା ସରପଞ୍ଚ ଜୟରାମ ନାୟକ,ଉଢୁରା ସମିତିସଭ୍ୟ ସୁଧାଂଶୁ ଶେଖର ପୋଲାଇ,ତନରଡା ସମିତିସଭ୍ୟ ଆଯୋଧ୍ୟା ନାଥ ବେହେରା, ସମିତିସଭ୍ୟ ପ୍ରତିନିଧି ସୀମାଞ୍ଚଳ ବିଷୋୟୀ ପ୍ରମୁଖ ଉପସ୍ଥିତ ରହି ପଟ୍ଟା ବଣ୍ଟନ କରିଥିଲେ I ଏଥିରେ ରାଜସ୍ୱ ସୁପରଭାଇଜର କଂଗ୍ରେସ୍ ମଲ୍ଲିକ୍, ରାଜସ୍ୱ ନୀରିକ୍ଷକ ଗୌରଚନ୍ଦ୍ର ସ୍ୱାଇଁ, ଗୀତାଞ୍ଜଳି ମଲ୍ଲିକ, ପ୍ରଦୀପ କୁମାର ଗୌଡ଼, ପ୍ରଦୀପ କୁମାର ଜେନା, କାହ୍ନୁ ସାହୁ,ସନ୍ତୋଷ କୁମାର ବେହେରା,ଜୁନିଅର୍ ଆସିଷ୍ଟାଣ୍ଟ ପ୍ରତାପ୍ ଚନ୍ଦ୍ର ପ୍ରଧାନ, ରେକର୍ଡ଼ କିପର୍ ରବୀନ୍ଦ୍ର ନାଥ ମଲ୍ଲିକ,ଅମିନ୍ ରାମେଶ୍ଵରୀ ପ୍ରଧାନ ଓ କିରାନୀ ବିଷ୍ଣୁ ପ୍ରିୟା ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I ଆଜି ପଟ୍ଟା ପାଇଥିବା ହିତାଧିକାରୀ ମାନେ ଖୁସି ପ୍ରକଟ କରିବା ସହିତ ତହସିଲଦାର ଓ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଥିଲେ I

Leave A Reply

Your email address will not be published.