ପୁରୀ ଶ୍ରୀମନ୍ଦିର ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ନିଶ୍ଚିନ୍ତକୋଇଲି ବ୍ଲକ ପ୍ରସାସନ ପକ୍ଷରୁ ପ୍ରସ୍ତୁତି ବୈଠକ।

0

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ଶ୍ରୀକ୍ଷେତ୍ର ପୁରୀରେ ଶ୍ରିମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଟା ଓ ଲୋକାର୍ପଣ ଉତ୍ସବ ଜାନୁୟାରୀ ୧୭ ତାରିଖରେ ଅନୁଷ୍ଟିତ ହେବ ପାଇଁ ଯାଉଅଛି। ସେଥି ପାଇଁ ପ୍ରତି ଗ୍ରାମ ପଞ୍ଚାୟତରେ ସ୍ଵିତନ୍ତ୍ର କାର୍ଯ୍ୟକ୍ରମ ତଥା ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଗ୍ରାମ ପଞ୍ଚାୟତ ମାନଙ୍କରେ ପରିକ୍ରମା ସମ୍ବଳୀତ ସୁଚନା ପ୍ରଦାନ ନିମନ୍ତେ ପ୍ରତି ଗ୍ରାମପଞ୍ଚାୟତରେ ରଥ ବାହାରିବା ସହ ଶୋଭାଯାତ୍ରାମାନ ଗାଁଗାଁ ବୁଲିବ। ଏନେଇ ଗୁରୁବାର ଅପରାହ୍ନରେ ବ୍ଲକ କାର୍ଯ୍ୟଳୟ ସମ୍ମିଳନୀ କକ୍ଷରେ ଏକ ସମିକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଡିଓ ଧର୍ମରଞ୍ଜନ ପଣ୍ଡା ସଭାପତିତ୍ଵ କରିଥିବା ବେଳେ ବ୍ଲକ ଉପଧ୍ୟକ୍ଷ ଅଶୋକ କୁମାର ଓଝା, ବ୍ଲକ ବିଜେଡି ସଭାପତି ରମାକାନ୍ତ ମିହାନ୍ତୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗିରିଶ ରଂଜନ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟ ବିପ୍ଲବ କେଶରୀ କାପ, ବିଭୁତି ଭୁଷଣ ଷଣ୍ଢ, ଏବିଡିଓ ଅଶୋକ କୁମାର ମହାନ୍ତୀ, ସରପଞ୍ଚ ମିଲନ ଭୂୟାଁ, ଲଳିତେନଦୁ ବିଶୋଇ , ପୂର୍ବତନ ସରପଞ୍ଚ ସରୋଜ ବେହେରା ପ୍ରମୁଖଙ୍କ ସମେତ ବହୁ ସରପଞ୍ଚ, ସମିତ ସଭ୍ୟ, ବିଜୁ ଜନତା ଦଳର ନେତା, ନେତ୍ରୀ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ଏଠାର ସୁଚନା ଥାଉକି ଏହି ରଥ ପରୀକ୍ରମା କାର୍ଯ୍ୟକ୍ରମ ଅସନ୍ତା ଜାନୁୟାରୀ ୮ ତାରିଖରୁ ଆରମ୍ଭ ହୋଇ ୧୨ ତାରିଖ ପର୍ଯ୍ୟନ୍ତ ଚାଲୁରହିବ ବୋଲି ଉପାଧ୍ୟକ୍ଷ ଅଶୋକ ଓଝା ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି।

Leave A Reply

Your email address will not be published.