ଭୁବନେଶ୍ୱର: ଶିକ୍ଷାରେ ସମାନତା, ଓ ଉତ୍କର୍ଷ ଆଣିବା ସହ ଶିକ୍ଷାକୁ ସୁଦୂର ପ୍ରସାରୀ କରିବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା କଲେଜ ନଥିବା ୧୮ ଗୋଟି ବ୍ଲକରେ କଳା ବିଭାଗର ସ୍ନାତକ ସ୍ତରୀୟ (ଯୁକ୍ତ-୩) କଲେଜ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛିା ୨୦୨୪-୨୫ ଶିକ୍ଷାବର୍ଷରୁ ଏହି କଲେଜଗୁଡ଼ିକରେ ଶିକ୍ଷାଦାନ ଆରମ୍ଭ କରାଯିବା
ଗଜପତିର ଗୁମ୍ମା, ଗଞ୍ଜାମର ଧରକୋଟ, କଳାହାଣ୍ଡିର ଥୁଆମୂଳ-ରାମପୁର, କନ୍ଧମାଳର ଖଜୁରିପଡ଼ା, କୋରାପୁଟର ବନ୍ଧୁଗାଁ, ନାରାୟଣପାଟଣା, ମାଲକାନଗିରିର ଚିତ୍ରକୋଣ୍ଡା, ମୟୁରଭଞ୍ଜର ତିରିଂ, ନବରଙ୍ଗପୁରର ତେନ୍ତୁଳିଖୁଣ୍ଟି, କୋଷଗୁମୁଡ଼ା, ଝରିଗାଁ, ରାଇଗଡ଼, ରାୟଗଡ଼ାର କାଶିପୁର, ରାମନାଗୁଡ଼ା, ଚନ୍ଦ୍ରପୁର, ସୁନ୍ଦରଗଡ଼ର ନୂଆଗାଁ, ଗୁରୁଣ୍ଡିଆ, କୁଆଁରମୁଣ୍ଡା ଆଦି ବ୍ଲକରେ ସ୍ନାତକ କଲେଜ ଖୋଲାଯିବା ଏହିସବୁ କଲେଜଗୁଡ଼ିକ ନିମନ୍ତେ ବ୍ଲକ ହେଡ଼ କ୍ୱାର୍ଟର ଠାରୁ ୫କିମି ପରିସୀମା ଭିତରେ ୧୦ ଏକର ଜମି ଯୋଗାଇଦେବାକୁ ସେହି ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଉଚ୍ଚଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀଯୁକ୍ତ ଅରବିନ୍ଦ ଅଗ୍ରଓ୍ୱାଲ ନିର୍ଦ୍ଦେଶ ଦେଇଛନ୍ତିା କଲେଜଗୁଡ଼ିକର ନିଜସ୍ୱ ଭିତ୍ତିଭୂମି ବିକାଶ ନହେବା ପର୍ଯ୍ୟନ୍ତ ଅସ୍ଥାୟୀ ଗୃହରେ ଶିକ୍ଷାଦାନ କରାଯିବା
Sign in
Sign in
Recover your password.
A password will be e-mailed to you.