ଭୁବନେଶ୍ୱର : ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ଓଡ଼ିଶା ନିମନ୍ତେ ନବନିଯୁକ୍ତ କଂଗ୍ରେସ ପ୍ରଭାରୀ ପୂର୍ବତନ ସାଂସଦ ଡ. ଅଜୟ କୁମାର ଙ୍କର ଆସନ୍ତା ଜାନୁଆରୀ ୬ ତାରିଖରୁ ୮ ତାରିଖ ୩ ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଡ. ଅଜୟ କୁମାର ୬ ତାରିଖ ଦିନ ୧୧ ଘଂଟା ସମୟରେ ଭୁବନେଶ୍ୱର ବିମାନ ବନ୍ଦନରରେ ପଂହଚିବା ପରେ ତାଙ୍କୁ ବିମାନବନ୍ଦର ଠାରୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରାରେ କଂଗ୍ରେସ ଭବନ ପର୍ଯ୍ୟନ୍ତ ଅଣାଯିବ । ପରେ କଂଗ୍ରେସ ଭବନ ଠାରେ ଡ. କୁମାରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ । ଉକ୍ତ ଦିନ ଦିବା ଘ. ୧୨.୩୦ ମି. ସମୟରେ ପିସିସି କାର୍ଯ୍ୟାଳୟ ଠାରେ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଏବଂ ଅପରାହ୍ନ ୪ ଘଂଟା ସମୟରେ ପିସିସି ପଲିଟିକାଲ ଆଫେୟାର୍ସ କମିଟି ବୈଠକ ଓ ସନ୍ଧ୍ୟା ୬ ଘଟିକା ସମୟରେ ୨୦୧୭ ଓ ୨୦୨୨ ନିର୍ବାଚନର ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ ଓ ଏନ୍.ଏ.ସି /ମ୍ୟୁନିସ୍ପାଲଟି/ ମହାନଗର ନିଗମର ନିର୍ବାଚିତ କାଉନ୍ସିଲର / କର୍ପୋରେଟର ମାନଙ୍କ ବୈଠକରେ ଡ. ଅଜୟ କୁମାର ଯୋଗଦେବେ । ସେହିପରି ଜାନୁଆରୀ ୭ ତାରିଖ ଦିନ ଡ. କୁମାର ଦିବା ୧୦ ଘଂଟା ସମୟରେ ପିସିସି ଇସ୍ତାହାର କମିଟି, ପ୍ରଚାର କମିଟି, ପ୍ରୋଗ୍ରାମ ଇମ୍ପ୍ଲିମେଂଟେସନ, ପବ୍ଲିସିଟି ଓ ପବ୍ଳିକେସନ କମିଟିର ଅଧ୍ୟକ୍ଷ ମାନଙ୍କର ବୈଠକରେ ଯୋଗଦେବେ । ଘ. ୧୧.୦୫ ମି. ସମୟରେ ଡ. ଅଜୟ କୁମାର ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେବେ, ଘ. ୧୧.୩୦ମି. ସମୟରେ ଜିଲ୍ଲା,ବ୍ଲକ ଓ ନଗର କଂଗ୍ରେସ କମିଟି ସଭାପତି ମାନଙ୍କର ବୈଠକ, ୩ ଘଂଟା ସମୟରେ ରାଜ୍ୟ ସାମ୍ମୁଖ୍ୟ ସଂଗଠନର ମୁଖ୍ୟ, ୪ ଘଂଟା ସମୟରେ ସମସ୍ତ ପ୍ରଦେଶ କଂଗ୍ରେସ ବିଭାଗ ଓ ପ୍ରକୋଷ୍ଠର ମୁଖ୍ୟମାନଙ୍କ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପରେ ୫ ଘଂଟା ଠାରୁ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନଙ୍କ ସହ ଆଲୋଚନା କରିବେ । ପରେ ସନ୍ଧ୍ୟା ୭ ଘଂଟା ସମୟରେ ଡ. ଅଜୟ କୁମାର ଶ୍ରୀ ଜଗନ୍ନାଥ ଦର୍ଶନ ନିମନ୍ତେ ପୁରୀ ଅଭିମୁଖେ ଯାତ୍ରା କରିବେ ଏବଂ ୮ ତାରିଖ ସକାଳେ ଓଡ଼ିଶାରୁ ପ୍ରତ୍ୟାବର୍ତନ କରିବା କାର୍ଯ୍ୟକ୍ରମ ରହିଛି ।
ସମସ୍ତ ବର୍ଗର ନେତୃବୃନ୍ଦଙ୍କୁ ନିର୍ଦ୍ଧର୍ାରିତ ସମୟରେ ବୈଠକରେ ଯୋଗଦେବା ନିମନ୍ତେ ପତ୍ର ମାଧ୍ୟମରେ ଓ ଟେଲିଫୋନ ଯୋଗେ ଅନୁରୋଧ କରାଯାଇଛି । କୌଣସି କାରଣବଶତଃ କେହି ନେତୃବୃନ୍ଦ ଏ ସଂପର୍କରେ ଅବଗତ ହୋଇପାରିନଥିବେ ତେବେ ଉକ୍ତ ସମ୍ବାଦକୁ ନିମନ୍ତ୍ରଣ ମନେକରି ନିଜ ପାଇଁ ଉଦ୍ଦିଷ୍ଟ ବୈଠକରେ ନିର୍ଦ୍ଧାରିତ ସମୟରେ ଯୋଗଦେବାକୁ ପିସିସି ପକ୍ଷରୁ ଅନୁରୋଧ କରାଯାଉଛି ।
Sign in
Sign in
Recover your password.
A password will be e-mailed to you.
Prev Post
Next Post