ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟର ୧୯୯୩ ବେଚର ବନ୍ଧୁମିଳନ

0

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-: ବେଲଗୁଣ୍ଠା ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟର ୧୯୯୩ ମାଟ୍ରିକ ବେଚର ବନ୍ଧୁମିଳନ ଆଜି ଆସିକା ନିକଟସ୍ଥ ମା କରଞ୍ଜେଈ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେଇଯାଇଛି। ଏହି 24 ତମ ବାର୍ଷିକ ବନ୍ଧୁ ମିଳନ ରେ ପ୍ରାୟ 40 ଜଣ ଅଂଶ ଗ୍ରହଣ କରିଥିଲେ। ପ୍ରତି ବର୍ଷ ପରି ଏହି ମିଳନ ରେ ବହୁ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରଯାଇଥିଲା। ବିଭିନ୍ନ ବର୍ଗରେ ନିଜ ପେଟ ପାଟଣା ଲାଗି କର୍ମ କ୍ଷେତ୍ର ରୁ ଗୋଟାଏ ଦିନ ପାଇଁ ସମସ୍ତଙ୍କୁ ପାଖରେ ପାଇ ଭାବର ଆଦାନ ପ୍ରଦାନ କରିବା ଏହା ଏକ ମାତ୍ର ଲକ୍ଷ୍ୟ ଥିଲା। କିଛି ବନ୍ଧୁ ସାମାଜ ର ହିତ ସାଧନ ତଥା ସେବା ମୂଳକ କିଛି କାମ ହାତକୁ ନେବା ପାଇଁ ମତ ପ୍ରକାଶ କରିଥିଲେ। ହାତ ଗଣତି କିଛି ବନ୍ଧୁ ଙ୍କୁ କର୍ମ ଯୋଗାଇ ସମାଜ ର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଆହ୍ବାନ ଦେଇଥିଲେ। ପ୍ରତି ବର୍ଷ ର ଏହି କାର୍ଯ୍ୟକ୍ରମ ରେ କୌଣସି କାରଣ ଯୋଗୁଁ ଅନୁପସ୍ଥିତି ରହୁଥିବା ବନ୍ଧୁ ଙ୍କୁ ସାମିଲ କରାଇବା ପାଇଁ ସଂଯୋଜକ ଦିଲୀପ ସାହୁ ଙ୍କୁ ଦାୟିତ୍ବ ପ୍ରଦାନ କରଯାଇଥିଲା। ଆଗାମୀ ଦିନ ରେ ଏହି କାର୍ଯ୍ୟକ୍ରମ ରେ ନିଜ ନିଜ ପରିବାର ର ସଦସ୍ୟ ଙ୍କୁ ସାମିଲ କରିବା ପାଇଁ ସନ୍ତୋଷ ମହାନ୍ତି ଅନୁରୋଧ କରିଥିଲେ।

Leave A Reply

Your email address will not be published.