ସଡ଼କ ସୁରକ୍ଷା ସପ୍ତାହ ପାଳନ ଉପଲକ୍ଷେ ସଚେତନତା ଶୋଭାଯାତ୍ରା

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜାନୁୟାରୀ ୦୧ ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ସଚେତନତା ସପ୍ତାହ ପାଳିତ ହେଉଛି।
ଏହି ଅବସରରେ ଆଜି (ବୁଧବାର ଦିନ) ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରାକୁ ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀଯୁକ୍ତ ମାଧବନନ୍ଦ ନାୟକ ସବୁଜ ପତାକା ଦେଖାଇ ଶୋଭାଯାତ୍ରାକୁ ଶୁଭାରମ୍ଭ କରିଥିଲେ। ଏହି ଶୋଭାଯାତ୍ରା ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରୁ ପେଲେସ ପର୍ଯ୍ୟନ୍ତ ଶୋଭାଯାତ୍ରା କରାଯାଇଥିଲା। ଏହାର ଉଦ୍ଦେଶ୍ୟ ଜନସାଧରଣ ଙ୍କୁ ସଚେତନତା କରାଯିବା ସହିତ ହେଲମେଟ ବ୍ୟବହାର କରିବା , ଦ୍ରୁତ ବେଗରେ ଗାଡ଼ି ଚଳାଇବା ନାହିଁ , ଟ୍ରାଫିକ ନିୟମ ପଳାନ କରିବା , ସିଟ ବେଲ୍ଟ ବ୍ୟବହାର କରିବା , ମଦ୍ୟପାନ କରି ଗାଡ଼ି ଚଳାଇବା ନାହିଁ , ଗାଡ଼ି ଚଳାଇବା ବେଳେ ମୋବାଇଲରେ କଥା ହେବା ନାହିଁ ଏହି ପରି ଅନେକ ସ୍ଲୋଗାନ ଦେଇ ସଚେତନତା ଶୋଭାଯାତ୍ରା କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ରିଜର୍ଭ ଇନ୍ସପେକ୍ଟର ପାରଳାଖେମୁଣ୍ଡି ଶ୍ରୀ ସତ୍ୟକାନ୍ତ ମନୋରଞ୍ଜନ ଜେନା , ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଶାନ୍ତନୁ କୁମାର ପରିଡ଼ା , ଶ୍ରୀ ତୁଷାର ହେମ୍ବ୍ରମ ସମେତ ବିଭାଗୀୟ କର୍ମଚାରୀ ଓ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଗଣ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.