ଭୁବନେଶ୍ୱର ତା-୦୨.୦୧.୨୦୨୪: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ,ଓଡ଼ିଶାର ଗଡଜାତ ରାଜ୍ୟଗୁଡିକର ମିଶ୍ରଣ ଏବଂ ଏକତ୍ରୀକରଣର ମୁଖ୍ୟ କର୍ଣ୍ଣଧାର ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ. ହରେକୃଷ୍ଣ ମହତାବଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବିଧାନସଭା ପରିସରରେ ଥିବା ମହତାବଙ୍କ ପ୍ରତିମୂର୍ତ୍ତିରେ ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲ୍ଲିକ ଆଜି ପୁଷ୍ପାର୍ଘ୍ୟ ଅର୍ପଣ କରି ତାଙ୍କ ପ୍ରତି ଗଭୀର ଶ୍ରର୍ଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
ଏହି ଅବସରରେ ଆୟୋଜିତ ଶ୍ରାଦ୍ଧବାର୍ଷିକୀ ସଭାରେ ଉପ ବାଚସ୍ପତି ଶ୍ରୀ ସାଲୁଗା ପ୍ରଧାନ, ପର୍ଯ୍ୟଟନ,ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର, ଶାସକ ଦଳ ମୁଖ୍ୟ ସଚେତକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି, ବିଧାୟକ ଶ୍ରୀ ଅମର ପ୍ରସାଦ ଶତପଥୀ, ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଏବଂ ବିଧାନ ସଭାର ସଚିବ ଶ୍ରୀ ଦାଶରଥି ଶତପଥୀ ପ୍ରମୁଖ ଉପସ୍ଥିତ ରହି ଡଃ. ମହତାବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଶାଶ୍ୱତୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ଦେଶାତ୍ମବୋଧକ ସଂଗୀତ ପରିବେଷଣ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.
Prev Post