ରାଜ୍ୟ ଜିଏସଟି ଓ ସମନ୍ବିତ ଜିଏସଟି ଫଇସଲା ବାବଦକୁ ଓଡ଼ିଶାର ଦ୍ଵିତୀୟ ସର୍ବାଧିକ ସଂଗ୍ରହ

0

 ୨୦୨୩ ମସିହା ଡିସେମ୍ବର ମାସରେ ୨୫୭୮.୦୫ କୋଟି ଟଙ୍କା ଆଦାୟ

ଭୁବନେଶ୍ୱର: ୨୦୨୩ ମସିହା ଡିସେମ୍ବର ମାସରେ ରାଜ୍ୟ ଜିଏସଟି ଓ ସମନ୍ବିତ ଜିଏସଟି ବାବଦକୁ ଓଡ଼ିଶା ଦ୍ଵିତୀୟ ସର୍ବାଧ‌ିକ ସଂଗ୍ରହ ହାସଲ କରିବା ସହ ୨୫୭୮.୦୫ କୋଟି ଟଙ୍କା ଆଦାୟ କରିଛି । ୨୦୨୨ ମସିହା ଡିସେମ୍ବର ମାସରେ ଏହି ସଂଗ୍ରହ ପରିମାଣ ଥିଲା ୧୫୧୫.୮୮ କୋଟି ଟଙ୍କା । ଫଳରେ ଏ କ୍ଷେତ୍ରରେ ୭୦.୦୭ ପ୍ରତିଶତ ଉଲ୍ଲେଖନୀୟ ଅଭିବୃଦ୍ଧି ହାର ହାସଲ ହୋଇଛି ।

ଚଳିତ ଆର୍ଥିକ ବର୍ଷ ଡିସେମ୍ବର ମାସ ସୁଦ୍ଧା ରାଜ୍ୟ ଜିଏସଟି – ସମନ୍ବିତ ଜିଏସଟି ଫଇସଲା ବାବଦକୁ ମୋଟ ସଂଗ୍ରହ ପରିମାଣ ୧୭୪୧୯.୬୧ କୋଟି ଟଙ୍କା ହୋଇଥିବାବେଳେ ଗତ ଆର୍ଥିକ ବର୍ଷର ଡିସେମ୍ବର ମାସ ସୁଦ୍ଧା ଏହି ସଂଗ୍ରହ ରାଶି ୧୩୨୩୫.୫୨ କୋଟି ଟଙ୍କା ଥିଲା । ଫଳରେ ଏଥିରେ ୩୧.୬୧ ପ୍ରତିଶତ ଅଭିବୃଦ୍ଧି ଘଟିଛି ।

ରାଜ୍ୟ ବାଣିଜ୍ୟକର ଏବଂ ଜିଏସଟି କମିଶନରରେଟ ଅଧୀନରେ ପରିଚାଳିତ ହେଉଥ‌ିବା ବିଭିନ୍ନ ଟିକସ ବ୍ୟବସ୍ଥା ଯଥା: ରାଜ୍ୟ ଜିଏସଟି / ସମନ୍ବିତ ଜିଏସଟି ଫଇସଲା, ମୂଲ୍ୟଯୁକ୍ତ କର, ପ୍ରବେଶ କର ଓ ବୃତ୍ତିଗତ କର ବାବଦକୁ ୨୦୨୩ ମସିହା ଡିସେମ୍ବର ମାସରେ ୩୬୬୫.୨୩ କୋଟି ଟଙ୍କା ସଂଗୃହୀତ ହୋଇଥିବାବେଳେ ୨୦୨୨ ମସିହା ଡିସେମ୍ବର ମାସରେ ଏହି ସଂଗ୍ରହ ପରିମାଣ ଥିଲା ୨୫୧୦.୮୬ କୋଟି ଟଙ୍କା । ଏ କ୍ଷେତ୍ରରେ ଅଭିବୃଦ୍ଧି ହାର ରହିଛି ୪୫.୯୮ ପ୍ରତିଶତ । ଅପର ପକ୍ଷରେ ଚଳିତ ଆର୍ଥିକ ବର୍ଷ ଡିସେମ୍ବର ମାସ ସୁଦ୍ଧା ସମସ୍ତ ଟିକସ ଅର୍ଧନରେ ମୋଟ ସଂଗ୍ରହ ପରିମାଣ ୨୬୦୮୯.୮୪ କୋଟି ଟଙ୍କା ରହିଥ‌ିବାବେଳେ ୨୦୨୨ ମସିହା ଡିସେମ୍ବର ଅଭିବୃଦ୍ଧି ହାର ରହିଛି ୨୧.୬୮ ପ୍ରତିଶତ ।

ସେହିପରି ମୋଟ ଜିଏସଟି (କେନ୍ଦ୍ରୀୟ ଜିଏସଟି + ସମନ୍ବିତ ଜିଏସଟି + ରାଜ୍ୟ ଜିଏସଟି + ଅତିରିକ୍ତ ଟିକସ) ବାବଦକୁ ଓଡ଼ିଶାରେ ୨୦୨୩ ମସିହା ଡିସେମ୍ବର ମାସରେ ୪୩୫୧.୪୨ କୋଟି ଟଙ୍କା ସଂଗୃହୀତ ହୋଇଥିବାବେଳେ ୨୦୨୨ ମସିହା ଡିସେମ୍ବର ମାସରେ ୩୮୫୪.୨୯ କୋଟି ଟଙ୍କା ସଂଗୃହୀତ ହୋଇଥିଲା । ଏ କ୍ଷେତ୍ରରେ ଅଭିବୃଦ୍ଧି ହାର ରହିଛ ୧୨.୯୦ ପ୍ରତିଶତ । ଅପରପକ୍ଷରେ ୨୦୨୩-୨୪ ଆର୍ଥିକ ବର୍ଷରେ ଡିସେମ୍ବର ମାସ ସୁଦ୍ଧା ମୋଟ ଜିଏସଟି ବାବଦକୁ ୩୯୫୩୯.୬୭ କୋଟି ଟଙ୍କା ସଂଗୃହୀତ ହୋଇଥିବାବେଳେ ଗତ ଆର୍ଥିକ ବର୍ଷର ଡିସେମ୍ବର ମାସ ସୁଦ୍ଧା ହୋଇଥିବା ସଂଗ୍ରହ ତୁଳନାରେ ଏଥିରେ ୧୦.୦୮ ପ୍ରତିଶତ ଅଭିବୃଦ୍ଧି ଘଟିଛି ।

୨୦୨୩ ମସିହା ଡିସେମ୍ବର ମାସରେ ୨୨.୪୯ ଲକ୍ଷ ସଂଖ୍ୟକ ଇ-ୱେବିଲ ନିର୍ଗମନ ହୋଇଥିବାବେଳେ ଗତବର୍ଷ ଡିସେମ୍ବର ମାସରେ ଏହି ସଂଖ୍ୟା ଥିଲା ୧୯.୬୬ ଲକ୍ଷ। ଫଳରେ ଏ କ୍ଷେତ୍ରରେ ୧୪.୩୯ ପ୍ରତିଶତ ଅଭିବୃଦ୍ଧି ଘଟିଛି, ଯାହା ବ୍ୟବସାୟିକ କାର୍ଯ୍ୟକଳାପରେ ଘଟିଥ‌ିବା ଅଭିବୃଦ୍ଧିକୁ ପ୍ରତିଫଳିତ କରୁଛି । ଏଥି ମଧ୍ୟରୁ ୧୩.୪୧ ଲକ୍ଷ ଇ-ୱେବିଲ ଅନ୍ତଃରାଜ୍ୟ କାରବାର ପାଇଁ ନିର୍ଗମନ ହୋଇଥିବାବେଳେ ୯.୦୭ ଲକ୍ଷ ଆନ୍ତଃରାଜ୍ୟ କାରବାର ପାଇଁ ନିର୍ଗମନ ହୋଇଛି ।

Leave A Reply

Your email address will not be published.