ବିଞ୍ଚଣl ପଲ୍ଲୀ ପରିଷଦର ବାର୍ଷିକ ଉତ୍ସବ ଓ ବନ୍ଧୁମିଳନ

0

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ନିଖିଳ ଉତ୍କଳ ଆଳିଅ ଖଣ୍ଡାୟତ ସମାଜ ନାଟଙ୍ଗା ମଣ୍ଡଳ ର ବିଞ୍ଚଣା ପଲ୍ଲୀ ପରିଷଦ ଠାରେ ଏକ ବାର୍ଷିକ ଉତ୍ସବ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l ଏହି ବାର୍ଷିକ ଉତ୍ସବ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ରେ ଅଧ୍ୟାପକ ତଥା ନାଟଙ୍ଗା ମଣ୍ଡଳ ସଭାପତି ଦିବ୍ୟ ଲୋଚନ ବିଶ୍ଵାଳ ଙ୍କ ସଭାପତିତ୍ୱରେ ସଂଗଠନର ଶ୍ରେଷ୍ଠ ନେତୃତ୍ୱ କୁଳାଧିପତି ପ୍ରହଲ୍ଲାଦ ଲେଙ୍କା ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ନୀତି ନୈତିକତା ଏବଂ ସମାଜ ଗଠନରେ ନାରୀ ମନଙ୍କର ସହଭାଗିତା ଏକାନ୍ତ ଆବଶ୍ୟକ ବୋଲି ମତବ୍ୟକ୍ତ ରଖିଥିଲେ l କର୍ଯ୍ୟକର୍ମକୁ ସଭାପତିତ୍ଵ କରିଥଲେ ନେଟେଙ୍ଗା ମଣ୍ଡଳର ସଭାପତି ଅଧ୍ୟାପକ ଦିବ୍ୟ ଲୋଚନ ବିଶ୍ଵାଳ ମୂଖ୍ୟ ବକ୍ତା ଭାବେ ରେଷ୍ପଣ୍ଡଟ୍ରଷ୍ଟ ର ଅଧ୍ୟକ୍ଷ ଯୁବ ନେତୃତ୍ୱ ସ୍ଵସ୍ଥିକ ସୁନ୍ଦର ସୀୟ ଯୋଗ ଦେଇ ନାରୀମାନଙ୍କର ଗୁରୁତ୍ଵ ପୂର୍ଣ୍ଣ ଭୂମିକା ଦ୍ଵାରା ନାରୀମାନଙ୍କ ର ପ୍ରତ୍ୟକ ଦୈନ ଦିନ ଜୀବନ ଚ୍ରଚା ର ଅଭ୍ୟାସ ଦ୍ଵାରା ସମାଜ ଗଠନ ଏକ ଶୃଙ୍ଖଳିତ ଆଡ଼କୁ ଗତି କରିବ ବୋଲି ମତାମତ ଦେଇଥିଲେ l ସମ୍ମାନିତ ଅତିଥି ଭାବେ କ୍ଷେତ୍ରୀୟବରପୁର ସମିତିସଭ୍ୟ କୁଞ୍ଜ ବିହାରି ନାୟକ , ପୂର୍ବତନ ସରପଂଚ ରାଜେନ୍ଦ୍ର ଗୌଡ, ନେଟେଙ୍ଗା ମଣ୍ଡଳ ପଲ୍ଲୀ ପରିଷଦ ର ପ୍ରାକ୍ତନ ସଭାପତି ସୂର୍ଯ୍ୟ ମଣି ବଳିତl , କର୍ପୁର ସ୍ୱାଇଁ, ଏବଂ କେନ୍ଦ୍ରୀୟ ହରିବନ୍ଧୁ ଲେଙ୍କା ତତ୍ ସହିତ ନେଟେଙ୍ଗା ମଣ୍ଡଳ ଅନ୍ତର୍ଗତ ବିଭିନ୍ନ ପଲ୍ଲୀ ପରିଷଦ ର ପଲ୍ଲୀ ସଭାପତି ମାନେ ଯୋଗ ଦେଇ ସଙ୍ଗଠନ କୁ ସୁଦୃଢ କରିବାକୁ ହେଲେ ସମସ୍ତଙ୍କ ସହଭାଗିତା ଏକାନ୍ତ ଜରୁରୀ ବୋଲି ମତବ୍ୟକ୍ତ ରଖିଥିଲେ l କର୍ଯ୍ୟକର୍ମକୁ ସରସ ସୁନ୍ଦର ଏବଂ ଆକର୍ଷିତ କରିବା ପାଇଁ ବିଞ୍ଚଣା ପଲ୍ଲୀ ପରିଷଦ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକର୍ମ ଏବଂ ଭାବ ଆଦାନ ପ୍ରଦାନର କର୍ଯ୍ୟକର୍ମ ହୋଇଥିଲା l ପରିଶେଷରେ କୃତୀ ଛାତ୍ର ଛାତ୍ରୀ ମନଙ୍କୁ ପୁରସ୍କାର ବିତରଣ ସହ ମାନ ପତ୍ର ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ବିଞ୍ଚଣା ପଲ୍ଲୀ ପରିଷଦର ସମସ୍ତ ସଂଗଠନର ସୁଙ୍ଖଳିତ ସଦସ୍ୟ ମାନେ ସହଯୋଗ କରୀ ସୁନ୍ଦର ଭାବେ କର୍ଯ୍ୟକର୍ମ ସମାପନ କରିଥଲେ ପରିଶେଷରେ ସଭାପତି ସମସ୍ତ ଙ୍କୁ ସାଦର ଧନ୍ୟବାଦ ଜ୍ଞାପନ କରିଥିଲେ l

Leave A Reply

Your email address will not be published.