ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-: ବେଲଗୁଣ୍ଠା ବଣିକ ସଂଘର ୨୫ତମ ବାର୍ଷିକ ଉତ୍ସବ ତଥା ରୌପ୍ୟ ଜୟନ୍ତୀ ପାଳନ ନିକଟସ୍ଥ ଜ୍ଞାନଦେବୀ ଉଦ୍ୟାନରେ ସଭାପତି ସି.ଏଚ ସନତ କୁମାର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶାର ଅର୍ଥ ମନ୍ତୀ ବିକ୍ରମ କେଶରୀ ଆରୁଖ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ ସୋରଡ଼ା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବରେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର,ସମ୍ମାନିତ ଅତିଥି ଭାବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବୀ, ବେଲଗୁଣ୍ଠା ଥାନା ଅଧିକାରୀ ବନ ବିହାରୀ ପ୍ରଧାନ, ଓଡିଶା ବ୍ୟବସାୟୀ ମହାସଂଘର ସଭାପତି ସି.ଏଚ ରବିନ୍ଦ୍ରନାଥ , ସମ୍ପାଦକ ସୁଧାକର ପଣ୍ଡା, ବାଣିଜ୍ୟକର ବିଭାଗ ଡେପୁଟି କମିଶନର ଆଶିଷ କୁମାର ଭୋଇ, ସି ଏ ଆଇ ଟି ନ୍ୟୁଦିଲ୍ଲୀ କାଯ୍ୟକାରୀ ସଭାପତି ବ୍ରିଜ ମୋହନ ଅଗ୍ରୱାଲ, ସେବା ସମବାୟ ସମିତି ସଭାପତି ସନ୍ତୋଷ କୁମାର ସୁବୁଦ୍ଧି, ଉପ ସଭାପତି କେ ଜିତେନ୍ଦ୍ର ସୁବୁଦ୍ଧି, ଯୁଗ୍ମ ସମ୍ପାଦକ ପ୍ରଭତ କୁମାର ସାହୁ ,କୋସାଧକ୍ଷ ବୁଲୁ ପାତ୍ର, ମାର୍ଗ ଦର୍ଶକ ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଯୋଗଦେଇ ମଞ୍ଚାସୀନ ଥିଲେ। ଅର୍ଥ ମନ୍ତ୍ରୀ ଶ୍ରୀ ଆରୁଖ ଓ ବିଧାୟକ ଶ୍ରୀ ସ୍ୱାଇଁ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମ ଆରମ୍ଭ କରି ଯାଇଥିଲା। ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ଲକ ଓ ଏନ.ଏ.ସି ବଣିକ ସଂଘର ସଭାପତି ଓ ସମ୍ପାଦକ ଙ୍କ ସହ ଉପସ୍ଥିତ ବେଲଗୁଣ୍ଠା ର କାଉନସିଲର ମାନଙ୍କୁ ମନ୍ତ୍ରୀଙ୍କ ଦ୍ୱାରା ମାନପତ୍ର ଦିଆଯାଇ ସଂମାନିତ କରା ଯାଇଥିଲା। ମନ୍ତ୍ରୀ ଶ୍ରୀ ଆରୁଖ ନିଜ ବକ୍ତବ୍ୟରେ ବେଲଗୁଣ୍ଠା ବଣିକ ସଂଘର ଏକତା ଓ ବିଭିନ୍ନ ସମୟରେ ଜନହିତକର କାର୍ଯ୍ୟକରିବା ସହିତ ମହାମାରୀ କୋଭିଡ ସମୟରେ ନିଆରା କାର୍ଯ୍ୟକ୍ରମ କରି ଅନ୍ୟ ମାନଙ୍କ ପାଇଁ ପ୍ରେରଣା ସାଜିଥିବା ଓ ବେଲଗୁଣ୍ଠା ଗଞ୍ଜାମ ଜିଲ୍ଲାର ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବା ସହିତ ଏହି ଅଞ୍ଚଳକୁ କେବେ ଭୁଲି ପାରିବିନି ବୋଲି କହିଥିଲେ। ଏହାସହିତ କେନ୍ଦ୍ର ସରକାରଙ୍କ ଜି. ଏସ. ଟି କାଉନସିଲ ବୈଠକ ରେ ରାଜ୍ୟର ପ୍ରତିନିଧି ମାନଙ୍କୁ ନେବା ସହିତ ବ୍ୟବସାୟୀ ମାନଙ୍କର ଥିବା ସମସ୍ତ ଅସୁବିଧା ଗୁଡିକୁ କେନ୍ଦ୍ର ସରକାରଙ୍କଠାରେ ପ୍ରସ୍ତାବ ରଖିବେ ବୋଲି ପ୍ରତିଶୃତି ଦେଇଥିଲ। ଶିକ୍ଷକ ଛାୟାକାନ୍ତ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ। ୨୫ ବର୍ଷ ଧରି ସମ୍ପାଦକ ଭାବେ କାର୍ଯ୍ୟ କରି ଆସିଥିବା କୈଳାସ ମହାପତ୍ରଙ୍କୁ ମନ୍ତ୍ରୀଙ୍କ ଦ୍ୱାରା ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ବଣିକ ସଂଘର ସମସ୍ତ ପୂର୍ବତନ କର୍ମକର୍ତ୍ତା ଓ କୃତି ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରlଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ମଧ୍ୟରାତ୍ର ପର୍ଯ୍ୟନ୍ତ କୁନି କୁନି କଳାକାରଙ୍କ ନାଚ ଗୀତରେ ସମସ୍ତ ଅତିଥି ମାନଙ୍କୁ ମନମୁଗ୍ଧ କରାଇଥିଲେ। ଏହି କାର୍ଯ୍ୟକ୍ରମ କୁ ସମସ୍ତ ବଣିକ ସଂଘ କର୍ମକର୍ତ୍ତା ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.