ଗାଇସିଲେଟ/ମନ ଡନସନା– ବରଗଡ ଜିଲ୍ଲା ଗାଇସିଲେଟ ଥାନା ଅନ୍ତର୍ଗତ ଡାଙ୍ଗବାହାଲ ଗ୍ରାମ ସ୍କୁଲ୍ ପଛ ପଟେ ଦୁଇଶହ ମିଟର ଦୂରତାରେ ଶୁକ୍ରବାର ବିଳମ୍ବିତ ରାତି ଆନୁମାନିକ ଏଗାର ଟା ତିରିଶ ମିନିଟ ପାଖାପାଖି ସମୟରେ ତିନି ଜଣ ଯୁବକ ଏକ କାରରେ ବଲାଙ୍ଗିର ଜିଲ୍ଲା ନଗାଁ (କ) ରୁ ଯାତ୍ରା ଦେଖି ଫେରୁଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତାରୁ ବିଲ ଭିତରକୁ ପଶି ଯାଇ ଦୁର୍ଘଟଣା ହୋଇଥିଲା ଫଳରେ ଗାଇସିଲେଟ ଥାନା ଅନ୍ତର୍ଗତ ସନ୍ଧିବାହାଲ ଗ୍ରାମର ନିରଞ୍ଜନ ସାହୁ ବୟସ (୨୮ ) ଙ୍କ ଘଟଣା ସ୍ଥଳେ ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣ ଆହତ ହୋଇ ମେଡିକାଲ କୁ ପଠାଯାଇଥିବା ଜଣାପଡିଛି । ଏନେଇ ମୃତ ନିରଞ୍ଜନ ସାହୁଙ୍କ ମୃତ ଶରୀରକୁ ପୋଲିସ ଜବତ କରି ପଦ୍ମପୁର ମେଡିକାଲରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ପରେ ଆଜି ଶନିବାର ଅପରାହ୍ନ ସମୟରେ ଶବ ବ୍ୟବଚ୍ଛେଦ ପରେ ପାରିବାର ଲୋକଙ୍କୁ ପୋଲିସ ମୃତ ଦେହ ହସ୍ତାନ୍ତର କରିଥିଲା । ପରିବାର ଲୋକ ରୀତିନୀତି ଅନୁସାରେ ଶବ ସଂସ୍କାର କରିଥିଲେ । ଏନେଇ ମୃତ ନିରଞ୍ଜନ ସାହୁଙ୍କ ପରେ ଅଞ୍ଚଲରେ ଶୋକର ଛାୟା ଖେଳିଯାଇଛି ।
Sign in
Sign in
Recover your password.
A password will be e-mailed to you.
Prev Post