ଅନନ୍ତ କିଶୋର ପ୍ରିମିୟର ଲିଗ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ l

0

(ନିଶ୍ଚିନ୍ତକୋଇଲି -ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ତରତଶାସନ ଗ୍ରାମ ପଞ୍ଚାୟତ ତରତଶାସନ ଗ୍ରାମର ଅନନ୍ତ କିଶୋର କ୍ଲବ ପକ୍ଷରୁ ଅନନ୍ତ କିଶୋର ପ୍ରିମିୟର ଲିଗ କ୍ରିକେଟ ଟୁର୍ନାମେଣ୍ଟ ତରତ ଶାସନ ହାଟପଡ଼ିଆ ଠାରେ ଉଦଘାଟନି ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ହିନ୍ଦୁ ଜାଗରଣ ମଞ୍ଚ ର ଆବାହକ ସୁମନ୍ତ ଘଡ଼ାଇ ଯୋଗ ଦେଇ ଫିତା କାଟି କ୍ରିକେଟ ମ୍ୟାଚ ଉଦଘାଟନ କରିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ପ୍ରଥମ ଦିବସ ରେ ନରାଜପୁର ଓ ବିଷମପଡା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା ବେଳେ 7ଟି ଟିମ ମଧ୍ୟରେ ଏହି  ଟୁର୍ନାମେଣ୍ଟ ଅନୁଷ୍ଠିତ ହେବାକୁ ଥିଲାବେଳେ ବ୍ରହ୍ମଦତ୍ତ ମହାପାତ୍ର, ସତ୍ୟଜିତ ବାରିକ, ରାଜେଶ ମଳିକ, ଚନ୍ଦନ ବଳ, ସୋନୁ ମଳିକ, ରାଜେଶ ସାହୁ, ଅଜୟ ମହାପାତ୍ର ପ୍ରମୁଖ ଟୁର୍ନାମେଣ୍ଟ ପରିଚାଳନା ରେ ସହଯୋଗ କରୁଛନ୍ତି l ଏହି ଖେଳ ଦେଖିବା ନିମନ୍ତେ ସ୍ଥାନୀୟ ଆଖ ପାଖ ଅଞ୍ଚଳର ବହୁ କ୍ରୀଡା ପ୍ରେମୀଙ୍କ ଭିଡ଼ ଜମୁଥିବାର ଦେଖିବାକୁ ମିଳିଥିଲା l

Leave A Reply

Your email address will not be published.