ମୟୂରଭଞ୍ଜ ସାରସକଣାରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ: ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ,ସ୍ଥାନୀୟ ଝରପୋଖରିଆ ସ୍ଥିତ ସୀମାନ୍ତ ମହାବିଦ୍ୟାଳୟ ରେ ଦୀର୍ଘ ଏକମାସ ଧରି ଚାଲିଥିବା ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ନୂଆ ଓ କାର୍ଯ୍ୟକ୍ରମ ତା ୨୭/୧୨/୨୦୨୩ ରିଖରେ ଉଦଯାପିତ ହୋଇ ଯାଇଛି।ଦୁଇହଜାରରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀଙ୍କ ଉପସ୍ଥିତିରେ ଏହି ଉଦଯାପନ ଦିବସରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ବୁଦ୍ଧଦେବ କର ସଭାପତିତ୍ୱ କରିଥିବା ବେଳେ।ମୁଖ୍ୟ ଅତିଥିଭାବେ ସାରସକଣା ବିଧାୟକ ଡାକ୍ତର ବୁଢ଼ାନ ମୁର୍ମୁ ଓ ସମ୍ମାନିତ ଅତିଥିଭାବେ ସାରସକଣାର ଦକ୍ଷ ସଂଗଠକ ଓ ରାଜ୍ୟ ସରକାରଙ୍କ ନୂଆ ଓ କାର୍ଯ୍ୟକ୍ରମ ର ମୟୁରଭଂଜ ସଂଯୋଜକ ଶ୍ରୀଯୁକ୍ତ ଅମରେନ୍ଦ୍ର କର,ମହାବିଦ୍ୟାଳୟର ପରିଚାଳନା କମିଟି ସଭାପତି ଡ଼ଃ ଅଞ୍ଜଳି ଦାଶ, ପ୍ରଶାସନିକ ଅଧିକାରୀ ଓ ପଦାର୍ଥ ବିଜ୍ଞାନ ମୁଖ୍ୟ ପ୍ରଦ୍ୟୋତ କୁମାର,+୩ ନୋଡାଲ ଅଫିସର ଅଧ୍ୟାପକ ଅରୁଣ ପାତ୍ର, +୨ ନୋଡାଲ ଅଫିସର ଅଧ୍ୟାପିକା ଜୟନ୍ତୀ ସିଂ ପ୍ରମୁଖ ମଞ୍ଚାସିନ ଥିଲେ।ଅଧ୍ୟକ୍ଷ ବୁଦ୍ଧଦେବ କର ଅତିଥି ପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ “ନୂଆ -ଓ “କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଅଧ୍ୟକ୍ଷ ଦୀର୍ଘଦିନର ଏହି ନିରନ୍ତର କାର୍ଯ୍ୟକ୍ରମର ସଫଳତାର ସମସ୍ତ ଶ୍ରେୟ ଛାତ୍ର ଛାତ୍ରୀ, ଉଭୟ ବରିଷ୍ଠ ଓ ଯୁବ ବର୍ଗର ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ମାନଙ୍କୁ ପ୍ରଦାନ କରିଥିଲେ।ଅଧ୍ୟାପକ ଅରୁଣ ପାତ୍ର ଦୀର୍ଘଦିନ ଧରି ଚାଲି ଥିବା ଏହି କାର୍ଯ୍ୟକ୍ରମ ର ବିଭିନ୍ନ ବିଭାଗର ସଫଳତା ଉପରେ ଆଲୋକପାତ କରିଥିଲେ।ସମ୍ମାନିତ ଅତିଥି ପ୍ରଦ୍ୟୋତ କୁମାର ଦକ୍ଷତା ପ୍ରଦର୍ଶନର ଏହି ସୁନ୍ଦର ଯୋଜନାର ପ୍ରଶଂସା କରିଥିଲେ। ମୁଖ୍ୟ ଅତିଥି ଡ଼ଃ ବୁଢାନ ମୁର୍ମୁ ଛାତ୍ର ଛାତ୍ରୀ ମାନଙ୍କୁ ଅର୍ଥ ପଛରେ ନ ପଡି ବ୍ୟକ୍ତିତ୍ୱର ବିକାଶ ଓ ଭଲ ମଣିଷ ରୂପେ ନିଜକୁ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ।ସମ୍ମାନିତ ଅତିଥି ଶ୍ରୀଯୁକ୍ତ ଅମରେନ୍ଦ୍ର କର ସରକାରଙ୍କ ନୂଆ ଓ ଯୋଜନା ର ଲକ୍ଷ ଓ ଉଦେଶ୍ୟ ବିଷୟରେ ସୂଚନା ପ୍ରଦାନ କରିଥିବାବେଳେ ପରିଚାଳନା ସଭାପତି ଡ଼ଃ ଅଞ୍ଜଳି ଦାଶ ସୀମାନ୍ତ ମହାବିଦ୍ୟାଳୟର ବିଗତ ୨୫ ବର୍ଷର ଅଭିଜ୍ଞତା ଓ ସୀମାନ୍ତ ମହାବିଦ୍ୟାଳୟ କାହିଁକି ଅନ୍ୟସବୁ ଅନୁଷ୍ଠାନ ଠାରୁ ସ୍ୱତନ୍ତ୍ର ସର ବିଷୟରେ ପିଲାମାନଙ୍କୁ ନିଜ କର୍ମମୟ ଜୀବନର ଅନୁଭୂତି ବାଣ୍ଟିଥିଲେ।ଅନ୍ୟ ଏକ କାର୍ଯ୍ୟକ୍ରମରେ ଝରପୋଖରିଆ ଥାନାରେ କାର୍ଯ୍ୟରତ ତିନିଜଣ କର୍ମଚାରୀ ଶ୍ରଦ୍ଧାନନ୍ଦ ପରିଡା,ବଟକୃଷ୍ଣ ମହାନ୍ତ ଓ ରାମକୃଷ୍ଣ ଦତ୍ତ ଙ୍କୁ ସେମାନଙ୍କ ନିଷ୍ଠା ଓ କର୍ତ୍ତବ୍ୟ ନିଷ୍ଠା ପାଇଁ ମହାବିଦ୍ୟାଳୟ ଦ୍ୱାରା ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।ଏଥିସହିତ ମଞ୍ଚାସିନ ଅତିଥୀମାନଙ୍କୁ ମହାବିଦ୍ୟାଳୟ ତରଫରୁ ଉପଢୌକନ ଦେଇ ସମ୍ମାନିତ କରିବା ପରେ ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନେ ଅତିଥିମାନଙ୍କ ହାତରୁ ପୁରସ୍କାର ଗ୍ରହଣ କରିଥିଲେ।ପରିଶେଷରେ ଅଧ୍ୟାପିକା ଜୟନ୍ତୀ ସିଂ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.