ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

3

ଜଗତସିଂହପୁର,ତା-୦୨.୧୨.୨୦୨୩/ସୁମନ୍ତ କୁମାର ଦାସ: ଉତ୍କଳ ସାମ୍ବାଦିକ ସଂଘ ନିର୍ଦ୍ଦେଶକ୍ରମେ ଜଗତସିଂହପୁର ଜିଲ୍ଲା ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ୫ ଦଫା ଓଡ଼ିଶା ନିର୍ଦ୍ଦେଶ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିକାତ୍ମକ ଧାରଣା ଦିଆଯାଇଛି । ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ମନୋଜ ଦାସଙ୍କ ନେତୃତ୍ୱରେ ସଂଘର କୋଷାଧ୍ଯକ୍ଷ ମାନସ କାନୁନଗୋ, ସମ୍ପାଦକ ନିରଞ୍ଜନ ବାରିକ, ରାଜ୍ୟ ପରିଷଦ ସଦସ୍ୟ ରାଧାକାନ୍ତ ମିଶ୍ର, ଅମର ଜ୍ୟୋତି ପରିଡ଼ା, ଗଣେଶ୍ଵର ମାଣିଆ,ତାପସ ସ୍ଵାଇଁଙ୍କ ସହିତ ସଂଘର କର୍ମକର୍ତ୍ତା ମାନେ ଯୋଗଦେଇ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ସଂଘ ପକ୍ଷରୁ ଏକ ୫ଦଫା ଦାବି ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଅତିରିକ୍ତ ଜିଲ୍ଲାପାଳ ଲଗ୍ନଜିତ୍ ରାଉତଙ୍କୁ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.