ରାଉରକେଲା, (ବସନ୍ତ କୁମାର ଜେନା): ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ସମନ୍ୱିତ ଯୁବ ବିକାଶ ଯୋଜନାରେ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ଅନ୍ତର୍ଗତ ସମାଜସେବା କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ସଚେତନତା ଶୋଭାଯାତ୍ରା ସହିତ ସଚେତନତାମୂଳକ ପଥପ୍ରାନ୍ତ ନାଟକ ପ୍ରଦର୍ଶିତ ହୋଇଯାଇଛି। ସମାଜସେବା କାର୍ଯ୍ୟକ୍ରମର ସ୍ନାତକ ଓ ସ୍ନାତକୋତ୍ତର ବର୍ଗ ପାଇଁ ସଂଯୋଜିକା ତଥା ଅଧ୍ୟାପିକା ରାମେଶ୍ୱରୀ ଭୋଇ ଏବଂ ଯୁକ୍ତ ଦୁଇ ପାଇଁ ସଂଯୋଜିକା ଅଧ୍ୟାପିକା ମମତା ବାକ୍ସଲା ଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ପ୍ରଫେସର ବିଜୟ କୁମାର ବେହେରା ଉଦ୍ଘାଟନ କରିଛନ୍ତି। ଯୁକ୍ତ ଦୁଇ ବର୍ଗର ଛାତ୍ରଛାତ୍ରୀମାନେ ନିଶା ସେବନରୁ ଦୂରେଇ ରହିବା ସମ୍ପର୍କରେ ଏକ ସଚେତନତା ଶୋଭାଯତ୍ରାରେ ଯୋଗଦେଇଥିଲେ। ସ୍ଥାନୀୟ ସିଭିଲ୍ ଟାଉନସିପ ସ୍ଥିତ ଯୋଗ ପାର୍କ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଇ ଛାତ୍ରଛାତ୍ରୀମାନେ ପହଞ୍ଚିଥିଲେ। ଏହା ସହିତ ମାନସିକ ସ୍ୱାସ୍ଥ୍ୟ ଓ ନିଶା ସେବନର କୁପ୍ରଭାବ ସମ୍ପର୍କରେ ସଚେତନତା ବାର୍ତ୍ତାର ପ୍ରଚାର ନିମନ୍ତେ ଦୁଇଟି ପଥପ୍ରାପ୍ତ ନାଟକ ପ୍ରଦର୍ଶନ କରିଥିଲେ। ଅଧ୍ୟାପିକା ନମିତା ସ୍ୱାଇଁ, ଚହ୍ନାତି ତିର୍କୀ ଓ ଗ୍ଲାଡ୍ସି ବେକ୍ ପ୍ରମୁଖଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସେହିଭଳି ମହାବିଦ୍ୟାଳୟର ସ୍ନାତକ ଓ ସ୍ନାତକୋତ୍ତର ବର୍ଗର ଛାତ୍ରଛାତ୍ରୀଙ୍କ ସମେତ ଅଧ୍ୟାପକ ଓ ଅଧ୍ୟାପିକାମାନେ ମହାବିଦ୍ୟାଳୟ ନିକଟରେ ଥିବା ରୋଟାରୀ ଛକ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ସଚେତନତା ବାର୍ତ୍ତା ନେଇ ଏକ ଶୋଭାଯାତ୍ରାରେ ଯୋଗଦେଇଥିଲେ। ଏହା ସହିତ କିଛି ସମୟ ପାଇଁ ଛକରେ ରହି ରାସ୍ତାରେ ଯାଉଥିବା ବିଭିନ୍ନ ବର୍ଗର ଗାଡ଼ିଚାଳକମାନଙ୍କୁ ହେଲ୍ମେଟ ଓ ସିଟ୍ବେଲ୍ଟ ପିନ୍ଧିବା ସମର୍କରେ ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମକୁ ଡ ସ୍ମୃତି ସ୍ନିଗ୍ଧା ମିଶ୍ର, ଡ ବିଶ୍ୱନାଥ ପରିଜା ଏବଂ ଅନିତା ଜୈନ ପ୍ରମୁଖ ଅଧ୍ୟାପକ ଓ ଅଧ୍ୟାପିକା ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟର ଶ୍ରୀମଦ୍ ଭଗବତ ଗୀତାର ସତ୍ୟ ଆଧ୍ୟାତ୍ମିକ ରହସ୍ୟ କାର୍ଯ୍ୟକ୍ରମ..
Next Post