ରାୟଗଡ:-ତା.୦୧/୧୨- ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ତରଫରୁ ଆୟୋଜିତ ହେବାକୁ ଥିବା ତିନିଦିନ ଜନଜାତି କ୍ରୀଡା କାର୍ଯ୍ୟକ୍ରମରେ ଆଜି ରାୟଗଡ ଗୋବିନ୍ଦ ଚନ୍ଦ୍ର ପଡିଆ ଠାରେ ଉଦଘାଟିତ ହୋଇଯାଇଛି ।ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅନୁସୂୟା ମlଝିଙ୍କ ଅଧକ୍ଷତରେ ଆୟୋଜିତ ତିନିଦିନ ଧରିକି ଅନୁଷ୍ଠିତ ହେବାକୁ ଯାଉଥିବା ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ମକରନ୍ଦ ମୁଦୁଲି ମୁଖ୍ୟ ଅତିଥିଭାବେ ଯୋଗଦାନ ଆନୁଷ୍ଠାନିକ ଭାବେ ପତାକା ଉତ୍ତଳନ କରି ଉଦଘାଟନ କରିଥିଲେ l ଜିଲ୍ଲାର ୧୧ଗୋଟି ବ୍ଲକର ଜନଜାତି ଛାତ୍ର ଛାତ୍ରୀ ଯୋଗଦାନ କରିଛନ୍ତି l ଏହି ପ୍ରତିଯୋଗୀ ମାନଙ୍କ ମଧ୍ୟରେ ପୁଅ ମାନଙ୍କ ମଧ୍ୟରେ କ୍ରିକେଟ ଓ ଭଲିବଲ ଅନୁଷ୍ଠିତ ହେବ l ସେହିପରି ଝିଅ ମାନଙ୍କ ମଧ୍ୟରେ ଖୋକ ଓ ବେଡ଼ମୀଣ୍ଟନ ପ୍ରତିଯୋଗିତା ହେବ l ଏହାବ୍ୟତୀତ ଗଣମାଧ୍ୟମ ପ୍ରତନିଧି,ପୋଲିସ, ରେଳବାଇ, ରାୟଗଡା ମହାବିଦ୍ୟାଳୟ ମଧ୍ୟରେ କ୍ରିକେଟ, ଭଳିବଲ ପ୍ରତିଯୋଗିତା ଅନୁଷ୍ଠିତ ହେବ l
ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝୀ, ବିଜୁ ସ୍ୱସ୍ଥ୍ୟ କଲ୍ୟାଣ ଉପଦେଷ୍ଠା ସୁଧୀର ଦାଶ୍, ଜିଲାପରିଷଦ ଅଧକ୍ଷl ସରସ୍ୱତୀ ମାଝୀ,ଅତିରକ୍ତ ଜିଲାପାଳ ରାମେଶ୍ୱର ପ୍ରଧାନ, ଭାସ୍କର ଚନ୍ଦ୍ର ରାଇତ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁ ପ୍ରସାଦ ପlତ୍ର ,OBC ଉପଦେଷ୍ଠା ପୃଥିବୀ ରାଜ ସାହୁ, ସିଡିଓ ତଥା କାର୍ଯ୍ୟ ନିର୍ବାହୀ ଜିଲ୍ଲାପରିଷଦ, ନିହାର ରଞ୍ଜନ କହଁର,ପିଏ ଆଇଟିଡିଏ, ରାୟଗଡ, ଦିଲ୍ଲୀପ ବେହେରା,ପିଏ ଆଇଟି ଡିଏ ଗୁଣପୁର ଶାନ୍ତିପ୍ରଭା ପ୍ରଧାନ, ସ୍ୱତନ୍ତ୍ର ଅଧିକାରୀ ସରୋଜ କୁମାର ବେହେରାଙ୍କ ସମେତ ଅନ୍ୟ ମାନେ ଯୋଗ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.