ତ୍ରିଦୀବସୀୟ ପଦ୍ମପୁର ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦ୍ଘାଟିତ l

0 2

ପଦ୍ମପୁର/ ଶିବାଶିଷ ପଟ୍ଟନାୟକ :-ଆଜିଠାରୁ ରାଜବୋଡାସମ୍ବର ହାଇସ୍କୁଲ ଖେଳ ପଡ଼ିଆ ଠାରେ ତ୍ରିଦିବସୀୟ ପଦ୍ମପୁର ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆରମ୍ଭ ହୋଇଛି । ଆଜି ଉଦ୍ଘାଟନୀ ସଭାରେ ମୁଖ୍ଯଅତିଥି ରୂପେ ଓଡ଼ିଶା ସରକାରଙ୍କ ମାନ୍ଯବର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ, ସମ୍ମାନିତ ଅତିଥି ରୂପେ ମାନ୍ଯବର ବିଧାୟିକା, ପଦ୍ମପୁର ବର୍ଷା ସିଂ ବରିହା ଓ ଅନ୍ଯତମ ସମ୍ମାନିତ ଅତିଥି ଭାବରେ ଏପିକଲ୍ ଅଧ୍ୟକ୍ଷ ପ୍ରଭାତ ଆଦିତ୍ୟ ମିଶ୍ର ଯୋଗଦେଇଥିଲେ । ପଦ୍ମପୁର ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ବିନାୟକ ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି ଉଦ୍ଘାଟନି ସଭାରେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପଟେଲ ଉଦ୍ଘାଟନି ଅଭିଭାଷଣ ରଖି ଏହି ମେଳାର ଆଭିମୁଖ୍ୟ ବିଷୟରେ ଆଲୋଚନା କରିଥିଲେ। ମନ୍ତ୍ରୀ ରୀତା ସାହୁ ମାନ୍ଯବର ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ କୃଷି ଓ କୃଷକ ବିକାଶ ଆଭିମୁଖ୍ଯ ସଂପର୍କରେ ମତଦେଇଥିଲେ । ଉଭୟ ସମ୍ମାନୀତ ଅତିଥି ମଧ୍ୟ ସରକାରଙ୍କ କୃଷି ଓ କୃଷକ ବିକାଶ କାର୍ଯ୍ଯକ୍ରମ ସଂପର୍କରେ ଆଲୋଚନା କରି ଆଧୁନିକ ଯନ୍ତ୍ରପାତି ମାଧ୍ଯମରେ ଚାଷ କରିବାକୁ ଉତ୍ସାହିତ କରିଥିଲେ l କାର୍ଯ୍ଯକ୍ରମ ଆରମ୍ଭରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଅମିୟ ସାହୁ ସମସ୍ତ ଙ୍କୁ ସ୍ବାଗତ କରିଥିଲେ । ନିର୍ବାହି ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ବାସା, ଏଡିଏଚ୍ ଗୋବିନ୍ଦ ପଣ୍ଡା, ଏଡିଏଚ୍ ଗୋବିନ୍ଦ ପଧାନ କୃଷିର ବୈଷୟିକ ଦିଗ ଓ ଯାନ୍ତ୍ରିକ କୃଷି ଉପରେ ଆଲୋଚନା କରିଥିଲେ । ଶେଷରେ ରାଜବୋଡାସମ୍ବର ବିଡିଓ ଚନ୍ଦ୍ରମଣି ନାଗ ଧନ୍ଯବାଦ ଅର୍ପଣ କରିଥିଲେ। ସଭାପରେ ଅତିଥି ବୃନ୍ଦ ଷ୍ଟଲ ସବୁ ବୁଲି ଦେଖିଥିଲେ ଓ ଚାଷୀ ମାନଙ୍କୁ ସବ୍ସିଡିରେ ଟ୍ରାକ୍ଟର୍ ପ୍ରଦାନ କରିଥିଲେ । ଏହି କୃଷି ଯନ୍ତ୍ରପାତି ମେଳା ଆଗାମୀ ୦୧.୧୨.୨୦୨୩ ଯାଏଁ ଅନୁଷ୍ଠିତ ହେବ । ଆଜି ଠାରୁ ୦୧.୧୨.୨୦୨୩ ରିଖ ପର୍ଯ୍ଯନ୍ତ ତିନିଦିନବ୍ଯାପୀ ପଦ୍ମପୁର ରାଜବୋଡାସମ୍ବର ହାଇସ୍କୁଲ ଖେଳ ପଡ଼ିଆ ଠାରେ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ ହେବ। ଏଠାକୁ ଆସି କୃଷକ ମାନେ ଅନେକ ଆଧୁନିକ କୃଷି ଯନ୍ତ୍ରପାତି ବିଷୟରେ ଜାଣି ପାରିବେ ଓ ଆବଶ୍ଯକତା ମତେ କିଣି ପାରିବେ। ଏହି ଅଞ୍ଚଳ ର କୃଷି ଓ କୃଷକ ମାନଙ୍କ ବିକାଶ ପାଇଁ ଏହି ମେଳା ଏକ ଅପୂର୍ବ ସୁଯୋଗ ଆଣିଛି ।

Leave A Reply

Your email address will not be published.