ପୂର୍ତ୍ତମନ୍ତ୍ରୀଙ୍କ ଅଞ୍ଚଳ ଭୁବନରେ ଟ୍ରାନ୍ସପାରେନ୍ସିର ଉଡୁଛି ଧଜିଆ

0 2
  • ବିନା ସୂଚନା ଫଳକରେ ପୂର୍ତ୍ତ ବିଭାଗ ଦ୍ବାରା ନିର୍ମାଣ ଚାଲିଛି ରାସ୍ତା କାମ ।

  • ମନ୍ତ୍ରୀ,ଯନ୍ତ୍ରୀ ଠିକାଦାରଙ୍କ ଭିତରେ ମଧୁଚନ୍ଦ୍ରିକା  ଅଭିଯୋଗ ,  ସ୍ୱଚ୍ଛତାକୁ ନେଇ ଉଠୁଛି ପ୍ରଶ୍ନ ?

ଭୁବନ/ଅବିନାଶ ସାଥୁଆ ମହାପାତ୍ର :- ପୂର୍ତ୍ତ ବିଭାଗ ମନ୍ତ୍ରୀଙ୍କ ଅଞ୍ଚଳ ଭୁବନରେ ସ୍ୱଚ୍ଛତା ବା ୫ ଟି ର ମୂଳମନ୍ତ୍ର ଟ୍ରାନ୍ସପାରେନ୍ସିର ଉଡୁଛି ଧଜିଆ | ବିନା ସୂଚନା ଫଳକରେ ପୂର୍ତ୍ତ ବିଭାଗ ଦ୍ବାରା ନିର୍ମାଣ ଚାଲିଛି ରାସ୍ତା କାମ ଭୁବନ ଏନ.ଏ.ସି ଅନ୍ତର୍ଗତ କୋର୍ଟ ଛକ ଠାରୁ ନୀଳମାଧବ ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ପୁର୍ତ୍ତ ବିଭାଗ ତରଫରୁ ଜାରିରହିଛି ରାସ୍ତା କାମ । ସରକାରଙ୍କ ନିର୍ଦ୍ଦେଶ ଅଛି ଯେକୌଣସି ନୂତନ କାର୍ଯ୍ୟ ଆରମ୍ଭ ହୁଏ ପ୍ରଥମେ ସୂଚନାଫଳକ କରାଯାଇ ସେଥିରେ ନିର୍ମାଣ ହେବାକୁ ଥିବା ସମ୍ପୂର୍ଣ୍ଣ କାମ ର ବିବରଣୀ ସହିତ ଠିକାଦାର ଙ୍କ ନାଁ ଏବଂ ଅଟକଳ ମୂଲ୍ୟ ଉଲ୍ଲେଖ ରହିବାକଥା| କିନ୍ତୁ ବାସ୍ତବ ଚିତ୍ର କିନ୍ତୁ ଓଲଟା | ନା ଏଠି ଅଛି ଫଳକ ନା ଅଛି ଠିକାଦାର ଙ୍କ ନାମ ନା ଅଛି ଅଟକଳ ମୂଲ୍ୟ । ତେଣୁ ଏହି କାର୍ଯ୍ୟର ସ୍ୱଚ୍ଛତାକୁ ନେଇ ଉଠିଛି ପ୍ରଶ୍ନ । ଭୁବନର ଛାତି ଉପରେ ସ୍ୱଚ୍ଛତା ବା ସରକାରୀ ନିୟମର ବଳାତ୍କାର ସଦୃଶ କାର୍ଯ୍ୟ କରିବା ପାଇଁ ଠିକାଦାରଙ୍କ ଏତେ ଚୌଡା ଛାତି ନଥିବ | ସ୍ଥାନୀୟ ପ୍ରଭାବଶାଳୀ ରାଜନେତା ଓ ପୂର୍ତ୍ତ ବିଭାଗ ଯନ୍ତ୍ରୀଙ୍କ ଅଭୟ ବର ନପାଇଲେ ଠିକାଦାର ଲୋକଙ୍କ ଆଖିରେ ଏମିତି ଆଙ୍ଗୁଠି ଗେଂଜି କାମ କରିପାରିବେ ନାହିଁ | ଏ କାମ ଆଳରେ ଏକ ଯୋଜନାବଦ୍ଧ ସରକାରୀ ଲୁଟର ନକ୍ସା କାର୍ଯ୍ୟକାରୀ ହେଉନି ତ !
ଲୋକଙ୍କ ଭିତରେ ଏହାକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ କାମ ନେଇଥିବା ଠିକାଦାର ବିନ୍ଦାସ | ଏନେଇ ଭୁବନ ର ବୁଦ୍ଧିଜୀବୀ ମାନେ ଜିଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି । ତୁରନ୍ତ ଉପରିସ୍ଥ ଅଧିକାରୀ ମାନେ ଏହି ସମ୍ବେଦନଶୀଳ ଘଟଣା ଉପରେ ଧ୍ୟାନ ଦେବା ସହିତ ସୂଚନାଫଳକ ନଲଗାଇ କାର୍ଯ୍ୟ କରୁଥିବା ଠିକାଦାର ଏବଂ ଏହାକୁ ସମର୍ଥନ କରୁଥିବା ଅଧିକାରୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ତୁରନ୍ତ ସୂଚନାଫଳକ ଲଗାଇବାର ବ୍ୟବସ୍ଥା କରନ୍ତୁ ବୋଲି ଦାବି କରିଛନ୍ତି ସ୍ଥାନୀୟ ଜନସାଧାରଣ | ନଚେତ ଆଗାମୀ ଦିନରେ ଏହି କାର୍ଯ୍ୟର ସ୍ୱଚ୍ଛତାକୁ ନେଇ ଉଠିଥିବା ପ୍ରଶ୍ନ ପାଇଁ ପ୍ରଶାସନ ଦାୟୀ ରହିବେ ଏବଂ ରାସ୍ତା କାମକୁ ଦୃଢ଼ ବିରୋଧ କରାଯିବ ବୋଲି ସାଧାରଣରେ ଆଲୋଚନା ହେଉଛି ।

Leave A Reply

Your email address will not be published.