ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁରରେ ନୂଆ-ଓ, ଯୁବ ଓଡ଼ିଶା- ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉପଲକ୍ଷେ ସାମାଜିକ କାର୍ଯ୍ୟାବଳୀ ର ପ୍ରଥମ ଦିବସ ଅଧକ୍ଷ ଡ଼ଃ ଲଳିତେନ୍ଦୁ ନାୟକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଅଛି। ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ଛାତ୍ରଛାତ୍ରୀ ମାନଙ୍କୁ ୧୦ ଗୋଟି ଗୋଷ୍ଠୀ ରେ ଭାଗ କରି ଅଞ୍ଚଳ ମହାବିଦ୍ୟାଳୟ ପରିସରରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଶତାଧିକ ଯୁକ୍ତ ଦୁଇ ଆଉ ତିନିର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ମେଜର ଡୋଳାମଣି ପୁରୋହିତ, ଅମୂଲ୍ୟ କୁମାର ସାହୁ, ପିତାମ୍ବର ଗର୍ତିଆ ଏବଂ ସମାଜସେବୀ ନିରୋଜ୍ ଦୋରା ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯକ୍ରମରେ ମହାବିଦ୍ୟାଳୟର ଶ୍ରୀ ନବକୃଷ୍ଣ ମିଶ୍ର, ଡ଼ଃ ସରୋଜ ନାଏକ, ଡ଼ଃ ବିରଞ୍ଚି ସାହୁ, ଶ୍ରୀ ତାରା ପ୍ରସାଦ ଶତପଥୀ, ଶ୍ରୀ ପ୍ରମୋଦ କୁମାର ତ୍ରିପାଠୀ, ଶ୍ରୀ ଖଗେଶ୍ବର ଦାସ, ଶ୍ରୀ ସନ୍ତୋଷ କୁମାର ମିଶ୍ର, ପ୍ରମୋଦ କୁମାର ପାଣିଗ୍ରାହୀ, ମୋନାଲିସା ସ୍ୱାଇଁ, ଶ୍ରୀମତୀ ବୁନୀ ସାହୁ, ଶ୍ରୀ ଜୟ କୁମାର ଭୁଏ, ଶ୍ରୀ ସଞ୍ଜୟ ଟିଗା, ଶ୍ରୀ ପ୍ରଶାନ୍ତ କୁମାର ସିଦାର, ଓମ୍ ପ୍ରକାଶ ସତ୍ନାମୀ, ଦେବାଶିଷ ସାହୁ, ଲଲାଟେନ୍ଦୁ ପ୍ରଧାନ, ଡ଼ଃ ଭେଙ୍କଟେଶ୍ୱର୍ ମେହେର, ସସ୍ମିତା ମେହେର, ରୀନା ଧର୍ମବିନାୟକ, ପଦ୍ମିନୀ ଦୋରା, ଚନ୍ଦ୍ରକାନ୍ତ ସୁନା, ଶ୍ରୀ ମିଥୁନ ମେହେର, ବିଶ୍ବରାଜ ପାତ୍ର ଙ୍କ ସହ ସମସ୍ତ ଅଧ୍ୟାପକ-ଅଧ୍ୟାପିକା ସହଯୋଗ କରିଥିଲେ। ଏହି ଦିବସରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ-ଅଧ୍ୟାପିକା ମାନଙ୍କ ସହ ଛାତ୍ରଛାତ୍ରୀ ବୃନ୍ଦ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.