ଗୁଣପୁର ଉପ-କାରାଗାରରେ ଦିବ୍ୟ ଦର୍ଶନ ସଂଘ ତରଫରୁ ସତ୍ ସଂଗ।

0

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ଉପ-କାରାଗାର ଅଧୀକ୍ଷକ ଶ୍ରୀ ଯୁକ୍ତ କାମାକ୍ଷି ପ୍ରସାଦ ପତିଙ୍କ ତତ୍ତ୍ୱାବଧାନରେ ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ପ୍ରତିଷ୍ଠିତ”ଦିବ୍ୟ ଦର୍ଶନ ସଂଘ” ଗୁଣପୁର ଶାଖା ଆନୁକୁଲ୍ୟରେ କଇଦୀ ମାନଙ୍କର ଆଧ୍ୟାତ୍ମିକ ଜ୍ଞାନ ମାଧ୍ୟମରେ ମନକୁ ପରିବର୍ତ୍ତନ କରିବା ପାଇଁ ଉପକାରାଗାରରେ ସତ୍ ସଙ୍ଗର ଆୟୋଜନ କରାଯାଇଥିଲା।ଉକ୍ତ ସତ୍ ସଙ୍ଗରେ ଜେଲ ଅଧୀକ୍ଷକ ଶ୍ରୀ କାମାକ୍ଷି ପ୍ରସାଦ ପତି ଏବଂଗୁରୁଭାଇ ସର୍ବଶ୍ରୀଧନଞ୍ଜୟ ବେହେରା,ରାମକୃଷ୍ଣ ହୋତା, ଲାଡି ଉଦୟଶଙ୍କର,
ଜନାର୍ଦ୍ଦନ ସେନାପତି, ବଳରାମ ଲିମା ଏବଂ ପେଦିନା ଗୋପାଳ ରାଓ ଯୋଗଦାନ କରି ଆଧ୍ୟାତ୍ମିକ ଜ୍ଞାନ ବିଷୟରେ ଆଲୋକ ପାତ କରାଯାଇଥିଲା। ପ୍ରତ୍ୟେକ ମନୁଷ୍ୟ ଭଲ ଜ୍ଞାନ ଶିକ୍ଷା କଲେ ମନୁଷ୍ୟତ୍ୱରୁ ଦେବତ୍ଵ, ଦେବତ୍ୱରୁ ଈଶ୍ୱରତ୍ୱ ପ୍ରାପ୍ତ କରି ଭଗବାନଙ୍କୁ ପ୍ରାପ୍ତ କରିବା।
ଭାଗବତ ଜ୍ଞାନ ଶିକ୍ଷା କଲେ ସମସ୍ତ ଦୁଃଖରୁ ଉଦ୍ଧାର ପାଇ ସୁଖ ଶାନ୍ତିରେ ଜୀବନ ଯାପନ କରିବା ହିଁ ମନୁଷ୍ୟ ଜନ୍ମର ଶ୍ରେଷ୍ଟ କୃତି। କଇଦୀ ମାନେ ଆଧ୍ୟାତ୍ମିକ ଜ୍ଞାନ ଶ୍ରବଣ କରି ଆନନ୍ଦ ଅନୁଭବ କରିଥିଲେ।ପରିଶେଷରେ ଜେଲ ଅଧୀକ୍ଷକ ଶ୍ରୀକା ମାକ୍ଷି ପ୍ରସାଦ ପତି ସମସ୍ତଙ୍କୁ ଆନନ୍ଦ ମନରେ ଧନ୍ୟବାଦ ଅର୍ପଣ କରିଥିଲେ ।

 

Leave A Reply

Your email address will not be published.