ଗୁଣପୁର ଉପଖଣ୍ଡ ସ୍ତରୀୟ କୃଷି ଯାନ୍ତ୍ରପାତି ମେଳା ଉଦ୍ଘାଟିତ

0

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ସ୍ଥାନୀୟ ଚଇତି ପଡ଼ିଆରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦ୍‌ଘାଟିତ ହୋଇଯାଇଛି। ମେଳାରେ ବିଭିନ୍ନ ପ୍ରକାର କୃଷି ଯନ୍ତ୍ରପାତିକୁ ନେଇ ୨୬ଟି ଷ୍ଟଲ ଖୋଲାଯାଇଥିଲା। ସବୁ ବର୍ଗର ଚାଷୀ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀକୁ ବିଭିନ୍ନ ରିହାତି ମୂଲ୍ୟରେ ଯନ୍ତ୍ରପାତି ଯୋଗାଇ ଦେବା ବ୍ୟବସ୍ଥା କରାଯାଇଛି । କୃଷକମାନେ ଚାଷ ପ୍ରଣାଳୀର ମାନଦଣ୍ଡ ବୃଦ୍ଧି କରି କିଭଳି ଭଲ ଫସଲ ଅମଳ କରିପାରିବେ ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ବୋଲି ସୂଚନା ଦିଆଯାଇଛି। ପ୍ରଥମ ଦିନରେ ଗୁଣପୁର, ରାମାନାଗୁଡ଼ାର ୫୦ ଚାଷୀ ଆଲୋଚନା ଚକ୍ରରେ ଭାଗ ନେଇ ବିଭିନ୍ନ କୃଷି ପଦ୍ଧତି ସମ୍ପର୍କରେ ପଚାରି ଅଧିକାରୀ ମାନଙ୍କ ଠାରୁ ଜ୍ଞାନ ସଂଗ୍ରହ କରିଥିଲେ। ଏହି ଅବସରରେ କୃଷକ ବିନ୍ଦୁ ବାସିନୀ ପାତ୍ର, ପୁନିଆ ଶବର, ନାରାୟଣ ଶଡର, ବଦନା ବୈକୁଣ୍ଠ ରାଓ, ୱର୍ଷ କଣ୍ଡାଗିରି, କରୁଣାକର ବେହେରା, ବୈରାଗୀ ତାହିକା, ଟଙ୍କ ଶବର, ତ୍ରିନାଥ ମାଣ୍ଡାଙ୍ଗି, ଭାନୁ ପ୍ରସାଦ ପାଢି ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମନୋଜ କୁମାର ପ୍ରଧାନଙ୍କ ସଭାପତିତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ମୁଖ୍ୟଅତିଥି ଭାବେ ପୌର ଅଧ୍ୟକ୍ଷା ମମତା ଗୌଡ଼, ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ଲଳିତ କୁମାର କହଁର , ବ୍ଲକ୍ ଅଧ୍ୟକ୍ଷା ଝିଲ୍ଲି ଶବର, ଉପାଧ୍ୟକ୍ଷ ସୁଦର୍ଶନ ଶବର, ପୌର ଉପାଧ୍ୟକ୍ଷ ଶିବପ୍ରସାଦ ଗୌଡ଼, କୃଷି ଜିଲ୍ଲା ଅଧିକାରୀ ବୃନ୍ଦାବନ ବେହେରା, ମୁନିଗୁଡା ବ୍ଲକ୍ କୃଷି ଅଧିକାରୀ ଚିତ୍ତରଞ୍ଜନ ଶତପଥୀ, ଡ. ସନ୍ତୋଷ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ଏବଂ ଦ୍ଵିତୀୟ ଦିନରେ ଗୁଣପୁରର ବିଧାୟକ ରଘୁନାଥ ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଜ୍ୟ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ଉପସଭାପତି ଶ୍ରୀ ବିଷ୍ନୁ ପ୍ରସାଦ ପଣ୍ଡା(ପିଙ୍କୁ), ଚନ୍ଦ୍ରପୁର ବ୍ଲକ୍ ଅଧ୍ଯକ୍ଷା କଇନି କିମ୍ବାକା, ମନୋଜ କୁମାର ପ୍ରଧାନ, ଡେପୁଟି ନିର୍ଦ୍ଦେଶକ ଦୟାନିଧି ରାଉତ, ବନ୍ଧୁ ଚରଣ ଜେନା, ବୃନ୍ଦାବନ ବେହେରା , ଚିତ୍ତ ରଞ୍ଜନ ଶତପଥୀ ପ୍ରମୂଖ ଉପସ୍ଥିତ ରହି ମଞ୍ଚାସୀନ ହୋଇଥିଲେ। କାର୍ଯ୍ୟକ୍ରମକୁ ବିଭାଗୀୟ ଅଧିକାରୀ ଉତ୍ତମ କୁମାର ଦାସ ଓ ରାମନାଗୁଡା ଅତିରିକ୍ତ କୃଷି ବିଜ୍ଞାନୀ ଭାଗ୍ୟଶ୍ରୀ ମଲ୍ଲିକ ମଞ୍ଚ ପରିଚାଳନା କରିଥିଲେ।

Leave A Reply

Your email address will not be published.