ଜମନକିରା ୨୫/୧୧(ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଜମନକିରା ଗ୍ରାମ ପଞ୍ଚାୟତ ର ଦୁର୍ଗାଡିହି ଗ୍ରାମର ଚାଷୀ ଅନୀଲ୍ କାଣ୍ଡୁଲା ଙ୍କ ମାଣ୍ଡିଆ କ୍ଷେତରେ ଓଡିଶା ମିଲେଟ୍ସ ମିଶନ ପକ୍ଷରୁ ହାର୍ଭେଷ୍ଟ ଫେଷ୍ଟିଭାଲ୍ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଦୁର୍ଗାଡିହି, କତରକେଲା, କଟଙ୍ଗପାଣି, ଜମନକିରା ଇତ୍ୟାଦି ଗ୍ରାମରୁ ଚାଷୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଜମନକିରା ବ୍ଲକର ସହକାରୀ କୃଷି ଅଧିକାରୀ ତନ୍ମୟ ମୁର୍ମୁ ଏବଂ କୃଷି ଅଧିକାରୀ ଅମଲ ନାଏକ, ଜଗଦିଶ ପ୍ରସାଦ ଧାନ୍, ପ୍ରଶାନ୍ତ କୁମାର ଶତପଥି, କୃଷି ପ୍ରଯୁକ୍ତିବିଦ୍ୟା ପରିଚାଳକ ଔଷଧିଶ ଦନ୍ତା ଯୋଗ ଦେଇ କାର୍ଯ୍ୟକ୍ରମର ଲକ୍ଷ୍ୟ, ଉଦ୍ଦେଶ୍ୟ ବିଷୟରେ କହିଥିଲେ। ଚାଷୀମାନେ ମଧ୍ୟ ତାଙ୍କର ମାଣ୍ଡିଆ ଚାଷ ର ଅନୁଭୂତିକୁ ଉପସ୍ଥାପନ କରିଥିଲେ। ଏହି ଅବସରରେ କିଛି ଅଗ୍ରଣୀ ଚାଷୀଙ୍କୁ ସମ୍ମାନିତ କରାଯାଇଥିଲା । ଶେଷରେ ଫସଲ କାଟ ପରୀକ୍ଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବ୍ଲକ ସଂଯୋଜକ ରାହୁଲ୍ ରୋଶନ ପ୍ରଧାନ , ବ୍ଲକ ସହ ସଂଯୋଜକ ଅନିଲ କୁମାର ଜେନା, ଶଗଡେଶ୍ଵର କୃଷକ ଉତ୍ପାଦକ ଅନୁଷ୍ଠାନ ର ସି.ଇ.ଓ ଗୋପବନ୍ଧୁ ସାହୁ ଓ ମିଲେଟ୍ସ ମିଶନର ସମସ୍ତ ସି. ଆର୍ ପି, ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳ କରାଇଥିଲେ।
Sign in
Sign in
Recover your password.
A password will be e-mailed to you.