ଧାନମଣ୍ଡି ଅବିଳମ୍ବେ ଖୋଲାଯାଉ: ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି

0

ରାଉରକେଲା,(ବସନ୍ତ କୁମାର ଜେନା) :  ସେକ୍ଟର-୩ ସ୍ଥିତ ବିଜେପି କାର୍ଯ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ ଯୋଗଦାନ କରି ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉ ର ଦେବା ସହ ରାଜ୍ୟରେ ତୁରନ୍ତ ଧାନମଣ୍ଡି ଖୋଲିବା ଓ ମଣ୍ଡିଗୁଡିକରେ କଟ୍‌ନି ଛଟ୍‌ନିକୁ ବନ୍ଦ କରିବାକୁ ରାଜ୍ୟ ସରକାରଙ୍କୁ ଆହ୍ୱାନ ଦେଇଥିବା ବେଳେ ଏଥିରେ ସ୍ଥାନୀୟ ଜନପ୍ରତିନିଧି ଆବଶ୍ୟକ ସହଯୋଗ କରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ।
ବିଜେପି କାର୍ଯ୍ୟାଳୟରେ ପାନପୋଷ ସାଙ୍ଗଠନିକ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକଙ୍କ ତ ୍ୱାବଧାନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ସାହୁ ଯୋଗଦାନ କରି ଉପରୋକ୍ତ ମନ୍ତବ୍ୟ ପ୍ରଦାନ କରିବା ସହ ଉପସ୍ଥିତ ସମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉ ର ପ୍ରଦାନ କରିଥିଲେ । ଶ୍ରୀ ସାହୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସମ୍ବୋଧିତ କରି କହିଲେ ଯେ, ୨୦୧୪ରେ ନରେନ୍ଦ୍ର ମୋଦି ଶାସନକୁ ଆସିବା ପରେ ଦେଶର ଚାଷୀମାନଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ ବହୁ କୃଷକ କଲ୍ୟାଣକାରୀ ଯୋଜନା ପ୍ରଣୟନ କରିଛନ୍ତି । ଏହିସବୁ ଯୋଜନାରେ ସମସ୍ତ ରାଜ୍ୟ ଲାଭବାନ ହେଉଥିବା ବେଳେ ଓଡିଶାର ଚାଷୀମାନେ ଏଥିରୁ ବ ôତ ହେଉଛନ୍ତି କାରଣ ଏଭଳି ଅପାରଗ ସରକାର ହାତରେ ରାଜ୍ୟର ଶାସନ ଡୋରୀ ଦୀର୍ଘ ୨୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ରହିଛି । ଏ ସରକାର ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାରରେ ବୁଡି ରହିଛି । ପ୍ରଧାନମନ୍ତ୍ରୀ ମୋଦିଜୀ ରାଜ୍ୟର କୃଷକମାନଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ପ୍ରଣୟନ କରୁଥିବା କଲ୍ୟାଣକାରୀ ଯୋଜନାକୁ ଶାସକ ଦଳ, ପ୍ରଶାନିକ କଳ, ନେତା, ମନ୍ତ୍ରୀ ଓ ବିଧାୟକମାନେ ବାଟମାରଣା ଓ ହରିଲୁଟ୍ କରୁଛନ୍ତି, ଯାହାଦ୍ୱାରା ପ୍ରକୃତ ହିତାଧିକାରୀ ଏହାର ସଫଳ ରୂପାୟନ ପାଇପାରୁ ନାହାନ୍ତି । ବାଲେଶ୍ୱର ରେମୁଣା ବିଜେଡି ବିଧାୟକ ଧାନ କିଣା ମେସିନ ଜରିଆରେ ତାଙ୍କ କମ୍ପାନୀ କୋଟି କୋଟି ଟଙ୍କା ଦୁର୍ନୀତି କରିଥିବା ନେଇ ରାଜ୍ୟ ଭିଜିଲାନ୍ସ ବିଭାଗ ରିପୋର୍ଟ ଦେଇଛନ୍ତି । କିନ୍ତୁ ଦୁର୍ଭାଗ୍ୟଜନକ ଯେ, ରାଜ୍ୟର ଏହି ଅପାରଗ ସରକାର ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେନାହିଁ । ଏଥିସହ କଟକ ଜିଲ୍ଲା ଅନ୍ତର୍ଗତ ଆଠଗଡ ସବ୍‌ଡିଭିଜନ ଖୋଦ କୃଷି ଓ ସମବାୟ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଶହ ଶହ ଚାଷୀଙ୍କ ନାମରେ ଜାଲିଆତି କରାଯାଇ କୃଷିଋଣ ପ୍ରଦାନ କରାଯାଇଛି କାହା ସ୍ୱାର୍ଥରେ ବୋଲି ଶ୍ରୀ ସାହୁ ପ୍ରଶ୍ନ କରି ରାଜ୍ୟର ସରକାର ଏହାର ଜବାବ ସାର୍ବଜନୀନ କରନ୍ତୁ ବୋଲି ଆହ୍ୱାନ କରିଥିଲେ । ରାଜ୍ୟ ସରକାରଙ୍କ ଶାସନ ସମୟରେ ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା ହୋଇପାରିନଥିବା ବେଳେ ଶୀତଳ ଭଣ୍ଡାର କଥା ନ କହିବା ଭଲ । କାରଣ ରାଜ୍ୟ ସରକାର ସମସ୍ତ ବ୍ଲକ୍‌ରେ ଶୀତଳଭଣ୍ଡାର କରିବାକୁ ଘୋଷଣା କରିଥିଲେ କିନ୍ତୁ ତାହା ଆଜି ଧୂଆଁ ବାଣରେ ପରିଣତ ହୋଇଛି । ପୂର୍ବରୁ ରାଜ୍ୟରେ ଥିବା ୧୧୨ଟି ଶୀତଳଭଣ୍ଡାର ମଧ୍ୟରୁ ମାତ୍ର ୮ଟି କାର୍ଯ୍ୟକ୍ଷମ ଅଛି । ଏ ସରକାରଙ୍କ ଚାଷୀ ବିରୋଧି ମନୋଭାବ ଏବଂ ଦୁର୍ନୀତି, ଭ୍ରଷ୍ଟାଚାର ଯୋଗୁ ଚାଷୀ ଆଜି ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇ ନିଜର ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରୁଛନ୍ତି । ଚଳିତ ନଭେମ୍ବରରେ ଯାଜପୁର ଜିଲ୍ଲାର ଧର୍ମଶାଳା, ନୟାଗଡ ଜିଲ୍ଲାର ରଣପୁର ଓ ବଲାଙ୍ଗିର ଜିଲ୍ଲାର ଲୁଇସିଙ୍ଗା ଅ ଳର ୩ ଜଣ ଚାଷୀଙ୍କ ଅନାବୃଷ୍ଟି କାରଣରୁ ଧାନ ପସଲ ନଷ୍ଟ ହେବାରୁ ସେମାନେ କିପରି ପରିବାର ପ୍ରତିପୋଷଣ ଓ ଋଣ ପରିଶୋଧ କରିବେ ତାକୁ ନେଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି, ଯାହର ବାସ୍ତବ ଚିତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନାହିଁ । ତେଣୁ ରାଜ୍ୟ ସରକାର ଚାଷୀମାନଙ୍କ ସମସ୍ୟା ସମାଧାନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଶ୍ରୀ ସାହୁ ସମ୍ମିଲନୀରେ କ୍ଷୋଭର ସହ ପ୍ରକାଶ କରିଛନ୍ତି । ରାଜ୍ୟ ସରକାର ଗତ ସେପ୍ଟେମ୍ବର ୧ ତାରିଖରେ ଧନମଣ୍ଡି ଖୋଲିବା ପାଇଁ ଘୋଷଣା କରିଥିଲେ । କିନ୍ତୁ ପରିତାପର ବିଷୟ ନଭେମ୍ବର ମାସ ଶେଷ ହେବାକୁ ବସିଲାଣି ଅର୍ଥାତ୍ ଆଜି ପର୍ଯ୍ୟନ୍ତ ରାଜ୍ୟରେ ଧାନମଣ୍ଡି ଖୋଲିଲା ନାହିଁ କି ଚାଷୀମାନଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯାଇପାରିଲା ନାହିଁ, ଯାହାଦ୍ୱାରା ଚାଷୀମାନେ ବାଧ୍ୟହୋଇ ଧାନ କ୍ୱି ।ଲ ୧୩ରୁ ୧୪ଶହ ଟଙ୍କାରେ ଦଲାଲମାନଙ୍କୁ ବିକ୍ରି କରୁଛନ୍ତି । ତେଣୁ ରାଜ୍ୟର ସାମ୍ବିଧାନିକ ମୁଖ୍ୟ ଭାବେ ସାମ୍ବିଧାନିକ କ୍ଷମତା ପ୍ରୟୋଗ ପୂର୍ବକ ନିମ୍ନଲିଖିତ ଚାଷୀମାନଙ୍କ ସମସ୍ୟାର ସମାଧାନ ଅବିଳମ୍ବେ କରନ୍ତୁ ବୋଲି ଶ୍ରୀ ସାହୁ ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ସ୍ଥାନୀୟ ଜନପ୍ରତିନିଧିଙ୍କୁ ଆହ୍ୱାନ ଜଣାଇଥିବା ବେଳେ ରାଜ୍ୟରେ ସମସ୍ତ ଧାନ ମଣ୍ଡି ସବୁଦିନ ପାଇଁ ଖୋଲାଯାଉ, ଧାନ କିଣା କାରବାରରେ କଟ୍‌ନି ଛଟ୍‌ନିକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଉ , ଧାନ ମଣ୍ଡିରେ ମିଲିରଙ୍କ ଦାଦାଗିରି ବନ୍ଦ ସହ ମିଲରଙ୍କ ପ୍ରବେଶକୁ ନିଷେଧ କରାଯାଉ ଓ ଧାନ କିଣା କାରବାରରେ ଟୋକନ ବ୍ୟବସ୍ଥା ଉଚ୍ଛେଦ କରାଗଲେ ରାଜ୍ୟ ଚାଷୀକୂଳ ଉପକୃତ ହେବେ ବୋଲି ଶ୍ରୀ ସାହୁ କହିଥିଲେ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁଙ୍କ ସମେତ ରାଜ୍ୟ ମୁଖପାତ୍ର ଧିରେନ ସେନାପତି, ପାନପୋଷ ସାଙ୍ଗଠନିକ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ହଳପାଣି ମାଝି, ରାଜ୍ୟ ସମ୍ପାଦକ ବିକ୍ରମ କେଶରୀ ରାଉତରାୟ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶୁକଦେବ ପ୍ରଧାନ ଓ ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.