ଜଗଦଗୁରୁତ୍ତମ ମହାପରାୟଣ ଦିବସ ପାଳିତ

0

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିଶ୍ୱର ପଞ୍ଚମ ଜଗଦଗୁରୁ ଶ୍ରୀ କୃପାଳୁ ଜୀ ମହାରାଜଙ୍କ ମହାପରାୟଣ ଦିବସ କାର୍ତ୍ତିକ ଶୁକ୍ଲ ତ୍ରୟୋଦଶୀ ଅବସରରେ ବାଳ ମୁକୁନ୍ଦ କେନ୍ଦ୍ର ତରଫରୁ ଶିଶୁମାନେ ପରିଚ୍ଛା ମଠ ବିଜେ ଶ୍ରୀ ରସିକରାଜ ମହାପ୍ରଭୁଙ୍କ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ଓ ନାମସଂକୀର୍ତ୍ତନ ଏବଂ ଭକ୍ତବୃନ୍ଦଙ୍କ ସହ ପରିକ୍ରମା କରି ଯଥାରିତିରେ ପାଳନ କରିଛନ୍ତି।
ଏଥିରେ ପୁରୋଧା ହରେ ରାମ କୃଷ୍ଣ ଚୌଧୁରୀ ପୌରହିତ କରିଥିଲେ। ପ୍ରଥମେ ଦୈନିକ ପ୍ରାର୍ଥନା ପରେ ମହାରାଜ ଜୀଙ୍କ ଆରତୀ କରି ଭକ୍ତବୃନ୍ଦ ଓ ଶିଶୁମାନେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ଅବସରରେ ବାଲ ମୁକୁନ୍ଦ କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ଜଗତଗୁରୁ କୃପାଳୁ ଜୀ ମହାରାଜଙ୍କ ତ୍ୟାଗମୟ ଜୀବନୀ ବିଷୟରେ କହିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳକ ମୂରଲୀଧର ପରିଚ୍ଛା ପରିଚାଳନା କରିଥିଲେ।

Leave A Reply

Your email address will not be published.