ମହିଳା ସ୍ନାତକ ମହାବିଦ୍ୟାଳୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯକ୍ରମ ପାଇଁ ଏକ ସ୍ବତନ୍ତ୍ର ଟିମ୍ ପାରଳାଖେମୁଣ୍ଡିର ମହିଳା ସ୍ନାତକ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।
ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼.ରୀନା ସାହୁଙ୍କ ସଭାପତିତ୍ବରେ ଏମ୍.ଉମାପତି (ସୁପରଭାଇଜର) , ୱାଇ.ଶିବ କୁମାର (ସୁପରଭାଇଜର) , ଲକ୍ଷ୍ମୀନାରାୟଣ ଲିମା(ବିଏଲଓ ) ଯୋଗ ଦେଇ ଉପସ୍ଥିତ ୧୮ ବର୍ଷିୟ ନୂଆଭୋଟର ଛାତ୍ରୀ ମାନଙ୍କର ଫର୍ମ-୬ ରେ ନାମ ପଞ୍ଜିକରଣ ତଥା ସଂଶୋଧନ କିଭଳି ନିଜନିଜର ଫୋନ୍ ମାଧ୍ୟମରେ କରିପାରିବେ ସେ ସଂପର୍କରେ ଏହି କର୍ମଶାଳାରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।
ଏହା ସହ ସେମାନଙ୍କୁ ନିଜ ନିଜ ଫୋନରେ କିଭଳି ସ୍ଵୟଂ ଭୋଟ ସଂପର୍କିତ ସମସ୍ତ ତଥ୍ୟକୁ ନିଜେ ଜାଣିପାରିବେ ସେ ସଂପର୍କରେ ବୁଝାଇ କହିଥିଲେ।
ଆଜିର ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଛାତ୍ରୀମାନେ ଦେବା ସ‌ହ ପ୍ରାୟ ୨୦ ଜଣ ଛାତ୍ରୀ ନିଜ ନିଜର ଫୋନ ମାଧ୍ୟମରେ ପଞ୍ଜିକରଣ କରିଥିଲେ। ଶେଷରେ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପିକା ଡ଼.ଭାରତୀ ପାଣିଗ୍ରାହୀ ମଧ୍ୟ ଭୋଟଦାନ ଏବଂ ଭୋଟରଙ୍କ ଅଧିକାର ସଂପର୍କରେ ସୂଚନା ଦେବା ସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave A Reply

Your email address will not be published.