ସେଲ୍ଫି ହେଲା କାଳ : ପୁଣ୍ଡୁଲ ଜଳପ୍ରପାତରେ ବୁଡି ପର୍ଯ୍ୟଟକ ମୃତ

0

ତିନି ଦିନ ପରେ ମୃତ ଦେହ ଉଦ୍ଧାର

ବଡବିଲ (ଶାସକ ପ୍ରଶାସକ): କେନ୍ଦୁଝର ଜିଲ୍ଲା ବଲାଣୀ ଥାନା ଅନ୍ତର୍ଗତ ପୁଣ୍ଡୁଲ ଜଳପ୍ରପାତରେବୁ ଡିଯାଇ ଜଣେ ପର୍ଯ୍ୟଟକର ମୃତ୍ୟୁ ହୋଇଥିବା ଜଣାଯାଇଛି । ସୂଚନା ଅନୁଯାୟୀ ଗତ ୨୨ ତାରିଖରେ କଲିକତା ସ୍ଥିତ ଆଶୁତୋଷ କଲେଜର ପରିବେଶ ବିଜ୍ଞାନ ସ୍ନାତକୋତ୍ତର ପଢୁଥିବା ୩୮ଜଣ ଛାତ୍ର ଓ ୫ଜଣ ପ୍ରଫେସର ବଡବିଲ ଆସିବା ସହିତ କେନ୍ଦୁଝର ଜିଲ୍ଲା ବିଭିନ୍ନ ଖଣି ବୁଲି ଦେଖୁଥିଲେ । ଗତ ୨୩ ତାରିଖ ସକାଳେ ସମସ୍ତେ ବଲାଣୀ ଥାନା ଅନ୍ତର୍ଗତ ପୁଣ୍ଡୁଲ ଜଳପ୍ରପାତ ଦେଖିବାପାଇଁ ଯାଇଥିଲେ । ପୁଣ୍ଡୁଲ ପହଞ୍ଚିବା ପରେ ସେଠାରେ ୨ଜଣ ଛାତ୍ର ନିଲବ୍ଜା ଗୁପ୍ତା (୨୩) ଓ ତାରାଶଙ୍କର ସରକାର (୨୩) ସେଲ୍ଫି ନେବା ସମୟରେ ଗୋଡ ଖସିଯାଇଥିଲା ଏବଂ ପ୍ରାୟ ୭୦ ଫୁଟ ତଳକୁ ଖସି ପାଣିରେ ପଡିଥିଲେ । ପିଲାମାନଙ୍କୁ ପଡିଯିବା ଦେଖି ପର୍ଯ୍ୟଟକମାନଙ୍କୁ ନେଇ ଯାଇଥିବା ବଲେରୋ ଡ୍ରାଇଭର ତଥା ସହପାଠୀମାନେ ନିଲବ୍ଜାକୁ ଉଦ୍ଧାର କରିବାରେ ସଫଳ ହୋଇଥିବାବେଳେ ତାରାଶଙ୍କରଙ୍କୁ ଖୋଜି ପାଇନଥିଲେ । ସୂଚନା ପାଇ ବଲାଣି ପୋଲିସ ଓ ବଡବିଲ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ ସୁଦ୍ଧା କିଛି ସୁଫଳ ନମିଳିବାରୁ ଶେଷରେ ଓଡ୍ରାଫ୍ ଟିମ୍ ପହଞ୍ଚି ଖୋଜିବା ଆରମ୍ଭ କରିଥିଲେ । ୩ଦିନ ପରେ ଆଜି ପ୍ରାୟ ୧୨ଟା ସମୟରେ ଅଗ୍ନିଶମ ବାହିନୀ ନିଖୋଜ ତାରାଶଙ୍କରଙ୍କ ମୃତ ଦେହ ପୁଣ୍ଡୁଳା ଜଳପ୍ରପାତରୁ ଉଦ୍ଧାର କରିଥିଲେ । ତେବେ ବଲାଣୀ ପୋଲିସ ମୃତଦେହକୁ ଜବତ କରିବା ସହ ବଡବିଲ ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାଯାଇଛି।

Leave A Reply

Your email address will not be published.