ଶିକ୍ଷିତ , ସୁସଂସ୍କାରି ଓ ସଶକ୍ତ ଯୁବ ସମାଜ ଦେଶର ଭବିଷ୍ୟତ :- ବିଧାୟିକା ବର୍ଷା

0

ବରଗଡ ‘:- ଯୁବ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ଅନେକ ପ୍ରକାର ର ସାଂସ୍କୃତିକ ଆକ୍ଟିଭିଟି , ରାଜ୍ୟର ବିଭିନ୍ନ ସ୍କୁଲ ଓ କଲେଜ ମନଙ୍କ ରେ ଜାରି ରହିଛି । ଆଜି ଏହି କ୍ରମରେ ଦୀର୍ଘ ସାତ ଦିନରୁ ଉର୍ଦ୍ବ ସମୟ ଧରି ଚାଲିଥିବା , ପାଇକମାଲ ବ୍ଲକ ଅନ୍ତର୍ଗତ ମାଣ୍ଡୋସିଲ ଡିଗ୍ରୀ କଲେଜ ର ଶେଷ ଦିନର କାର୍ଯକ୍ରମ ରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ନିଜର ଅଭିଭାଷଣ ରେ ଏହି କାର୍ଯକ୍ରମ ଅନ୍ତର୍ଗତ ଆୟୋଜିତ ସମସ୍ତ ପ୍ରତିଯୋଗୀ ମାନଙ୍କୁ ପ୍ରଥମେ ଶୁଭେଚ୍ଛା ଜଣାଇବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢା ସହିତ , ସମାଜ ଗଠନ ପାଇଁ ଆବଶ୍ୟକ ସମସ୍ତ ଗତିବିଧି ଉପରେ ଧ୍ୟାନ ଦେବା କୁ କହିବା ସହିତ ଖେଳ ପ୍ରତି ମଧ୍ୟ କିଛି ସମୟ ପ୍ରଦାନ କରିବା କୁ କହିଥିଲେ ।
ଆଜି ମଞ୍ଚରେ ଉପସ୍ଥିତ ଅଧ୍ୟାପକ ଶ୍ରୀ ସନ୍ତୋଷ କୁମାର ସିଂ ଠାକୁର ଙ୍କୁ ଦେଖି ମାନ୍ୟବର ବିଧାୟିକା ଅତ୍ୟନ୍ତ ଖୁସି ହୋଇ ପଡ଼ିଥିଲେ । ପରେ ନିଜ ଅଭିଭାଷଣ ରେ ବିଧାୟିକା କହିଥିଲେ ଯେ ଅଧ୍ୟାପକ ଶ୍ରୀ ଠାକୁର ଷଷ୍ଠ ଓ ସପ୍ତମ ଶ୍ରେଣୀରେ ତାଙ୍କୁ ପାଠ ପଢାଉ ଥିଲେ । ଏହା ଜାଣି ଛାତ୍ରଛାତ୍ରୀ ମାନେ ମଧ୍ୟ ଅତ୍ୟନ୍ତ ଖୁସି ଜାହିର କରିଥିଲେ । ଏହାପରେ ବିଧାୟିକା ସମସ୍ତ ବିଜୟୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ସମ୍ନାନିତ ଅତିଥି ଭାବରେ ଯୋଗଦାନ କରିଥିବା ପାଇକମାଲ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଭାବନା ସିଂ ନିଜର ସଂକ୍ଷିପ୍ତ ଅଭିଭାଷଣ ରେ ଛାତ୍ରଛାତ୍ରୀ ମାନଙ୍କୁ ହାର ଜିତ କୁ ଭୁଲି କେବଳ ଆଗକୁ ବଢିବା ପାଇଁ କହିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ କଲେଜ 4 ଅଧ୍ୟକ୍ଷ ତଥା ବିଭିନ୍ନ ବିଭାଗ ର ମୁଖ୍ୟ ମାନେ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ଉପଦେଶ ପ୍ରଦାନ କରିଥିଲେ । ଅତି ସୁନ୍ଦର ଓ ଶୃଙ୍ଖଳିତ ଭାବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଆଜି ଯୋଗଦାନ କରିଥିବା ଅତିଥି ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ଙ୍କୁ ଏହି କାର୍ଯ୍ୟକ୍ରମ ପସନ୍ଦ ଲାଗିଥିଲା ।

Leave A Reply

Your email address will not be published.