ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରତ ସ୍କାଉଟ୍ ଏବଂ ଗାଇଡ୍ ଶାଖାର ରୋଭର ଲିଡର ପି ଦୀପକ ରାଓ ଏବଂ ରେଞ୍ଜର୍ ଲିଡର ସ୍ନିଗ୍ଧା ରାଣୀ ଗୌଡ଼ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶାଖାର ନୁତନ ସ୍ଵେଚ୍ଛାସେବୀମାନଙ୍କ ଦୀକ୍ଷା ଗ୍ରହଣ ସମାରୋହ ପାଳିତ ହୋଇଯାଇଛି । ପ୍ରଥମେ ସ୍ଵେଚ୍ଛାସେବୀ ଧ୍ଵଜ ଲିଡର ଆର. ଅଂଶୁମାନ ପତାକା ଉତ୍ତୋଳନ କରିବା ସହ ସମୂହ ପତାକା ଗୀତ ଗାନ କରାଯାଇଥିଲା I କେନ୍ଦୁପଦର ମହାବିଦ୍ୟାଳୟର ରୋଭର ଲିଡର ସୁଶାନ୍ତ କୁମାର ବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇ ସ୍ଵେଚ୍ଛାସେବୀମାନଙ୍କୁ ଦୀକ୍ଷା ପ୍ରଦାନ କରିଥିଲେ । ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସ୍ଵେଚ୍ଛାସେବୀ ମାନଙ୍କୁ ସ୍କାର୍ପ୍ ଓ ଟୋପି ପିନ୍ଧାଇବା ସହିତ ମିଠା ବଣ୍ଟନ କରି ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ଖେଳ ଶିକ୍ଷକ ସୁରେନ୍ଦ୍ର କୁମାର ବିଶ୍ୱାଳ, ରୋଭର ଲିଡର ସୁଶାନ୍ତ କୁମାର ଲେଙ୍କା, ଦେବେଶ ଚନ୍ଦ୍ର ମହପାତ୍ର, ମହେଶ୍ଵର ରାଉତ, ଦିପୁ ଭୁୟାଁ, ଗଙ୍ଗାଧର ରଣା, ରୁନିବାଳା ତ୍ରିପାଠୀ, ରୁପାଲୀ ବିଷୋୟୀ, ସନ୍ତୋଷୀ ପରିଡା, ପିଙ୍କି ପଲେଇ, ଭାରତୀ ବିଶ୍ୱାଳ, ସ୍ୱରୂପା ରାଣୀ ବିଶ୍ୱାଳ, ବଳରାମ ଗୌଡ଼, ମହେଶ୍ଵର ଗୌଡ଼ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କାରିଥିଲେ ।
Sign in
Sign in
Recover your password.
A password will be e-mailed to you.