ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୩/୧୧/୨୩ : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ଭୈରବ ଡିଗ୍ରୀ ମହାବିଦ୍ୟାଳୟ ରେ ଆଜି ସରକାରଙ୍କ ନୂଆ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି।ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମର ସଂଯୋଜିକାତଥା ଅଧ୍ୟାପିକା ଉର୍ମିଳା ବ୍ରହ୍ମା ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୈରବ ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶଙ୍କର ପ୍ରସାଦ ଗନ୍ତାୟତ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭା କୁ ପୁନଃ ଜାଗୃତ କରିବାକୁ ସରକାର ନୂତନ ଭାବେ ଯୁବ ଓଡ଼ିଶା ନବୀନ ଓଡ଼ିଶା ପକ୍ଷରୁ କ୍ରୀଡା,ସାଂସ୍କୃତିକ ଓ ସାମାଜିକ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଦେଶ ଗଠନରେ ଯୁବ ପୀଢ଼ି ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବାରୁ ସେମାନଙ୍କ ପ୍ରତିଭାର ବିକାଶ ପାଇଁ ସରକାର ନୂତନ ଭାବେ ଆରମ୍ଭ କରିଥିବା ଯୁବ ବିକାଶ କାର୍ଯ୍ୟକ୍ରମ ସହାୟକ ହେବ ବୋଲି କହିଥିଲେ। ଛାତ୍ରଛାତ୍ରୀ ମାନେ ସରକାର ଙ୍କ ଏହି ନୂତନ ଚିନ୍ତାଧାରା ଓ ଯୁବ ସମାଜ ଗଠନ ରେ ଭାଗିଦାରୀ ହୋଇ ଅନ୍ତର୍ନିହିତ ପ୍ରତିଭା କୁ ଆଗକୁ ଆଣିବାକୁ ଅଧ୍ୟାପିକା ଉର୍ମିଳା ବ୍ରହ୍ମା କହିବା ସହ ସମସ୍ତଙ୍କୁ ଭାଗ ନେବା ପାଇଁ ଉତ୍ସାହିତ କରିଥିଲେ। ପ୍ରଥା ଦିବସରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବିଭ8ନଂ ଖେଳକୁଦ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପିକା ଚନ୍ଦନା ପଣ୍ଡା,ପୁଷ୍ପାଞ୍ଜଳି ସାହୁ, ମନୀଷା ସରକାର,ଅଧ୍ୟାପକ ଦୟାରାମ ମନୋହର, ମେକ୍ସ ମଦ୍ରକ୍ଷ ନାୟକ, ମହେନ୍ଦ୍ର ଦେବରପଲ୍ଲି, ସହ ଅନ୍ୟ ମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.