ବାଣପୁର ବେତୁଲି ଗ୍ରାମରେ ଅଷ୍ଟ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ !!!

0 2

ବାଣପୁର:(ସେକ୍ କୌସର): ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍ ଅନ୍ତର୍ଗତ ବେତୁଲି ଗ୍ରାମରେ ଅଷ୍ଟ ପ୍ରହର ନାମ ଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହେଉଅଛି। ତା୨୨/୧୧/୨୦୨୩ ରିଖ ବୁଧବାର ଅପରାହ୍ନ ୦୫ ଘଟିକା ସମୟରେ ଅଧିବାସ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ତା ୨୩/୧୧/୨୦୨୩ ରିଖ ଗୁରୁବାର ଦିନ ପ୍ରତ୍ୟୁଷ ୦୪ ଘଟିକା ରୁ ନାମଯଜ୍ଞ ଆରମ୍ କରାଯାଇ ଅଛି। ତା ୨୪/୧୧/୨୦୨୩ ରିଖ ଶୁକ୍ରବାର ଦିନ ନଗର କୀର୍ତ୍ତନ ସହିତ ଅପରାହ୍ନ ଦୁଇ ଘଟିକା ଠାରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଅଚ୍ଛି।ଉକ୍ତ ନାମଯଜ୍ଞ ଧାର୍ମିକ କାର୍ଯ୍ୟକ୍ରମରେ ନିକଟସ୍ଥ ଗ୍ରାମରୁ ବହୁ ଭକ୍ତ ମଣ୍ଡଳୀ ସପରିବାର ଯୋଗଦାନ କରି ହରି ନମାମୃତ ରସ ସ୍ଵାଦନ ପୂର୍ବକ କାର୍ତ୍ତିକ ମାସରେ ନିଜକୁ ଧନ୍ୟ ମନେ କରୁ ଥିବାର ଜଣା ପଡ଼ିଛି।ତେବେ ପୂର୍ବତନ ବିଧାୟକ ରଘୁନାଥ ସାହୁ ଏଠାରେ ପହଞ୍ଚି ହରି ନାମ ଶ୍ରବଣ କରି ଗ୍ରାମବାସୀ ମାନଙ୍କୁ ନିଜର ଖୁସି ବ୍ୟକ୍ତ କରିଛନ୍ତି। ଶ୍ରୀ ବାବୁଲି ଦଳେଇ , ଶ୍ରୀ ସଠିଆ ରାଉତରାୟ, ଶ୍ରୀ ରାଜ ଶତ୍ରୁଶଲ୍ୟ, ଶ୍ରୀ ଅମୂଲ୍ୟ ନାୟକ, ଶ୍ରୀ ମିଟୁ ନାୟକ ପ୍ରମୁଖ ଅନ୍ୟ ଗ୍ରାମବାସୀ ମାନେ ଭକ୍ତ ମାନଙ୍କୁ ଓ ଅତିଥି ମାନଙ୍କୁ ସ୍ଵାଗତ ଜଣାଇ ଅତିଥେୟତା ପ୍ରଦାନ କରୁଛନ୍ତି। ନିତ୍ୟ ହରି ନାମ ସହ ହରିବୋଲ ହୁଳହୁଳି ଶବ୍ଦରେ ପ୍ରକମ୍ପିତ ହେଉଛି ସମଗ୍ର ଅଞ୍ଚଳ। ପବିତ୍ର ଧର୍ମ ମାସରେ ଏଭଳି ଧାର୍ମିକ ଭାବନା ନେଇ କାର୍ଯ୍ୟକ୍ରମ କରିଥିବାରୁ ଅଞ୍ଚଳରେ ଗ୍ରାମବାସୀଙ୍କୁ ବେଶ୍ ପ୍ରଶଂସା କରାଯାଉଛି।

Leave A Reply

Your email address will not be published.