ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ମହିଳା ସ୍ନାତକ ମହାବିଦ୍ୟାଳୟରେ ଓଡିଶା ସରକାରଙ୍କ ତରଫରୁ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନୁଯାୟୀ ଗତ ୧୭.୧୧.୨୦୨୩ ତାରିଖରେ ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଶ୍ରୀ ନାସିର୍ ବେଶ୍ଙ୍କ ଦ୍ବାରା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା।
ଉପସ୍ଥିତ ଛାତ୍ରୀମାନଙ୍କୁ ଉଦ୍ବୋଧନ ପୂର୍ବକ ପାଠପଢା ସହ ବୌଦ୍ଧିକ ବିକାଶର ମଧ୍ୟ ଆବଶ୍ୟକତା ରହିଛି ବୋଲି କହିଥିଲେ। ଅଧ୍ୟକ୍ଷା ଡ଼ ରୀନା ସାହୁ ମଧ୍ୟ ଛାତ୍ରୀ ତଥା କର୍ମଚାରୀ ମାନେ ପୂର୍ଣ୍ଣମାତ୍ରାରେ ସହଯୋଗ କରିବାକୁ ହେବ ବୋଲି କହିଥିଲେ। ଏହି ପରିପ୍ରେକ୍ଷୀରେ ୧୭.୧୧. ୨୦୨୩ ତାରିଖରେ ଓଡିଆ ଓ ତେଲୁଗୁ ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଯାଇଛି। ୧୮.୧୧.୨୦୨୩ ତାରିଖରେ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଓ କାର୍ଟୁନ୍ ପ୍ରତିଯୋଗିତା ହୋଇଯାଇଛି । ଆଜି ଅର୍ଥାତ୍ ୨୦.୧୧.୨୦୨୩ ତାରିଖରେ ଓଡିଆ , ଇଂରାଜୀ ଓ ତେଲୁଗୁ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏସବୁ କାର୍ଯ୍ୟକ୍ରମରେ ବହୁଛାତ୍ରୀ ଉତ୍ସାହର ସହ ଅଂଶ ଗ୍ରହଣ କରୁଛନ୍ତି ।
ଏହି ସମସ୍ତ କାର୍ଯ୍ୟକ୍ରମ ଅଧ୍ୟକ୍ଷା ଡ଼ ରୀନା ସାହୁଙ୍କ ନିର୍ଦ୍ଦେଶରେ ନୋଡାଲ୍ ଅଧିକାରୀ ଡ଼ ଭାରତୀ ପାଣିଗ୍ରାହୀଙ୍କ ତତ୍ତ୍ଵାବଧାନରେ ଅଧ୍ୟାପିକା ସୁଶ୍ରୀ ମଧୁସ୍ମିତା ପ୍ରଧାନ ଓ ଡ଼.କଲ୍ୟାଣୀ ମିଶ୍ରଙ୍କ ଦ୍ବାରା କାର୍ଯ୍ୟକ୍ରମ ଗୁଡିକ ଅନୁଷ୍ଠିତ ହେଉଥିଲା । ଏଥିରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରୁଥିଲେ । ଏ ସମସ୍ତ କାର୍ଯ୍ୟକ୍ରମ ପାଇଁ ଓଡିଶା ସରକାରଙ୍କୁ ମହାବିଦ୍ୟାଳୟର ସମସ୍ତ ଛାତ୍ରୀ ମାନେ ଧନ୍ୟବାଦ୍ ଜ୍ଞାପନ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.