ପଦ୍ମପୁର :- ଆଜି ଅଞ୍ଚଳ ମହାବିଦ୍ୟାଳୟ, ବାଣିଜ୍ୟ ବିଭାଗର ଯୁକ୍ତ ତିନି ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସେମିନାର ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ସେମିନାରରେ ଅଧ୍ୟକ୍ଷ ଡ.ଲଳିତେନ୍ଦୁ ନାୟକ ଅଧ୍ୟକ୍ଷତା କରି ପ୍ରୟୋଗାତ୍ମକ ଶିକ୍ଷା ଉପରେ ଆଲୋକପାତ କରିଥିଲେ।ମୁଖ୍ୟ ଅତିଥିଭାବେ ସୋହେଲା ଡିଗ୍ରୀ କଲେଜର ବାଣିଜ୍ୟ ବିଭାଗ ମୁଖ୍ୟ ଡ଼. ପ୍ରମୋଦ କୁମାର ପଣ୍ଡା ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାବଲମ୍ବୀ ହୋଇ ନିଜ ଅନ୍ତର୍ନିହିତ ଜ୍ଞାନ ଓ କୌଶଳକୁ ପ୍ରୟୋଗ କରି ଉଦ୍ୟୋଗୀକ ବିକାଶ ପାଇଁ ପ୍ରୟତ୍ନଶୀଳହେବା ଆବଶ୍ୟକ ବୋଲି ବକ୍ତବ୍ୟ ରଖିଥିଲେ।ବାଣିଜ୍ୟ ବିଭାଗର ପୁରାତନ ଛାତ୍ର ସି.ଇ.ଓ. ତଥା ଉଦ୍ୟୋଗପତି ଶ୍ରୀ ଉତ୍ତମ ଅଗ୍ରୱାଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ ତାଙ୍କର ପ୍ରେରଣାଦାୟୀ ବକ୍ତବ୍ୟରେ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍ୟୋଗୀ ହେବାପାଇଁ ଆହ୍ୱାନ କରିଥିଲେ।ବିଭାଗ ମୁଖ୍ୟ ଶ୍ରୀ ନବକୃଷ୍ଣ ମିଶ୍ର ସ୍ୱାଗତ କରି ଜଣେ ସଫଳ ଉଦ୍ୟୋଗପତିର ଲକ୍ଷଣ ଓ ବାଣିଜ୍ୟର ରୂପାନ୍ତିକରଣରେ ଏ.ଆଇ.ର ଭୂମିକା ଉପରେ ଆଲୋକପାତ କରିଥିଲେ।ଅନ୍ୟ ସମ୍ମାନିତ ଅତିଥି ଭାବେ ଅର୍ଥନୀତି ବିଭାଗର ମୁଖ୍ୟ ଡ. ବିରଞ୍ଚି ସାହୁ,ଅଧ୍ୟାପକ ପ୍ରମୋଦ କୁମାର ପାଣିଗ୍ରାହୀ,କମ୍ପୁଟର ବିଭାଗ ଅଧ୍ୟାପକ ମିଥୁନ ମେହେର,ବାଣିଜ୍ୟ ବିଭାଗର ଅଧ୍ୟାପକ ବ୍ରଜ କୁମ୍ଭାର,ଅଧ୍ୟାପିକା ଲିପସା ଚନ୍ଦ୍ରକାର, ଅଧ୍ୟାପିକା ନିଖତ ଅଂଜୁମ ଓ ଅଧ୍ୟାପକ ଜଗବନ୍ଧୁ ସୁରୁଜାଲ ବକ୍ତବ୍ୟ ରଖିଥିଲେ।ଏହି ଅବସରରେ ଯୁକ୍ତ ତିନି ବିଭାଗର ପ୍ରଥମ ବର୍ଷ ଛାତ୍ର ବୀର ଶର୍ମା “ଉଦ୍ୟମିତା:ଲଘୁ ବ୍ୟବସାୟ ବୃଦ୍ଧିର ଚାବିକାଠି” ଓ ଯୁକ୍ତ ତିନି ଦ୍ଵିତୀୟ ବର୍ଷ ଛାତ୍ରୀ ଛ।ୟା ଚାକୂ ବୀର ଶର୍ମାଙ୍କ ସହ ମିଳିତ ଭାବେ”ବାଣିଜ୍ୟର ରୂପାନ୍ତିକରଣ: କୁତ୍ରିମ ବୁଦ୍ଧିମତ୍ତାର ଉତ୍ପାଦକୀୟ ଶକ୍ତି ଏବଂ ପ୍ରୟୋଗ” ସନ୍ଦର୍ଭ ଉପସ୍ଥାପନ କରିଥିଲେ।ଉତ୍କୃଷ୍ଟ ଉପସ୍ଥାପନ ପାଇଁ ଉଭୟଙ୍କୁ ସମ୍ମାନିତ କରାଯାଇଥିଲା। ଏହି ସେମିନାରର କାର୍ଯ୍ୟକ୍ରମକୁ ତୃତୀୟ ବର୍ଷ ଛାତ୍ରୀ ନଫିଶ ଫାତେମା ଓ ଛାତ୍ର କ୍ରୀସ ଅଗ୍ରୱାଲ ପରିଚାଳନା କରିଥିଲେ।ସୁଖଦେଵ ସାହୁ,ସଞ୍ଜୟ ସାହୁ,ଆଦେଶ ସାହୁ,ଧିରଜ ଚୌହାନ,ଶିଖା ବେହେରା,ରେଣୁକା ମଞ୍ଜରୀ ସାହୁ,ଆଫ୍ରିନ ବାଈ,ଅଲିଭା ସାହୁ ପ୍ରମୁଖ ସହଯୋଗ କରିଥିଲେ।ପରିଶେଷରେ ସେମିନାର ସେକ୍ରେଟାରୀ କ୍ରୀସ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post