ସାରସକଣା ରୁ ଦୀପୁ ମହାପାତ୍ର ଙ୍କ ରିପୋର୍ଟ। :: ମୟୁରଭଂଜ ଜିଲ୍ଲା ସାରସକଣା ବ୍ଳକ ବଡଚାଟରା ଧାନଘେରୀ ଠାରେ କୁଡୁମୀ ସମାଜ ର କୁଡ଼ୁମୀ ସେନା ଦ୍ଵାରା ଷଷ୍ଠ ବାର୍ଷିକ ବାନ୍ଦନା ପରବ ଭେଟଘାଟ ପାଳିତ ହୋଇଯାଇଛି। ସୂଚନା ଅନୁସାରେ ସଂସ୍କୃତି ବଞ୍ଚାଅ ଅଭିଯାନ ପରିପେକ୍ଷିରେ ଏହି ବନ୍ଦନା ପରବ ଅବସରରେ ବନ୍ଧୁ ମିଳନ ସମାବେଶ ଅନୁଷ୍ଠିତ ହେବା ସହିତ ଗୋରୁ ଖୁଣ୍ଟା ଓ ଢେଙ୍ଗୁଆନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଝୁମର ମେଲୋଡି ସାଂସ୍କୃତିକ କାର୍ଯ୍ୟକ୍ରମ ମହା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଥିଲା । ପ୍ରତି ବର୍ଷ ଭଳି ଗୋରୁ ଖୁଣ୍ଟା ଏବଂ ଡେଙ୍ଗୁଆନ ପ୍ରତିଯୋଗିତା ରେ ବିଜେତା ହୋଇଥିବା ପ୍ରତିଯୋଗୀ ଯଥା କ୍ରମେ ହୁକାଡ ମୁର୍ମୁ, ପ୍ରଶାନ୍ତ ନାଏକ ଓ ଫୁଡ଼ାନ ହେମ୍ବ୍ରମ ଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା । ଉକ୍ତ ଭେଟଘାଟ ପରବ ପାଳନ ଅବସରରେ ମୁଖ୍ୟ ଅତିଥି ଭାବରେ ବିହାର ସରକାର ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରବଣ କୁମାର ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ପଶ୍ଚିମବଙ୍ଗ ରୁ ରାଜେଶ ମାହାତୋ ଏବଂ ସମ୍ମାନୀୟ ଅତିଥି ଭାବରେ କୁଡୁମୀ ସେନା ଓଡ଼ିଶା ରାଜ୍ୟ ସଭାପତି ଜୟମୁନି ମହାନ୍ତ ଏବଂ ଅତିଥି ସପନ କୁମାର ମହାନ୍ତ ଓ କୁଡୁମୀ ସେନା ର ନିରଞ୍ଜନ ମହାନ୍ତ, ଡମ୍ବୁରୁ ମହାନ୍ତ, ବିବେକା ମହାନ୍ତ, ସୁବାଷ ମହାନ୍ତ, ଲକ୍ଷ୍ମୀଧର ମହାନ୍ତ ଏବଂ ମହିଳା ସେନାର ସୁଜାତା ମହାନ୍ତ, ତୁଳସୀ ମହାନ୍ତ, ସୁମ୍ମାନ ମହାନ୍ତ ଓ ଅଷ୍ଟମୀ ମହାନ୍ତ ପ୍ରମୁଖ ଯୋଗ ଦେଇଥିବା ବେଳେ ସାରସକଣା ବ୍ଲକ କୁଡୁମୀ ସେନା ର ବିଶ୍ୱନାଥ ମହାନ୍ତ,ସାଇରାମ ମହାନ୍ତ, ହିରାଲାଲ୍ ମହାନ୍ତ,ସିତେଶ ମହାନ୍ତ,କାହୁଁ ଚରଣ ମହାନ୍ତ,ଲୋକନାଥ ମହାନ୍ତ, ଅଜିତ୍ ମହାନ୍ତ,ପପୁ ମହାନ୍ତ, ପ୍ରଶାନ୍ତ ମହାନ୍ତ,କୁବେର ମହାନ୍ତ ସହିତ ବିଭିନ୍ନ କର୍ମ କର୍ତ୍ତା ଯୋଗ ଦେଇଥିଲେ । ତେବେ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରବଣ କୁମାର ତାଙ୍କ ଅଭିଭାଷଣରେ କୁଡୁମୀ ସମ୍ପ୍ରଦାୟ ର ହକ ପାଇଁ ଲଢେଇ ଚାଲିଛି ଏବଂ ଆଗକୁ ଜାରି ରହିବ ଏବଂ ଯଦି ରାଜ୍ୟ ସରକାର ଏଥି ପ୍ରତୀ ଦୃଷ୍ଟି ନ ଦିଅନ୍ତି ତେବେ ସରକାରଙ୍କ ବିରୁଦ୍ଧରେ ଭୋଟ୍ ଦେବା ପାଇଁ ଆହ୍ବାନ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.