ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆଜି ତନରଡା ସ୍ଥିତ ଆର୍ଯ୍ୟକନ୍ଯା ଗୁରୁକୂଳରେ ବ୍ଳକ୍ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି I ଏହାର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ରୂପେ ସ୍ଥାନୀୟ ଜିଲ୍ଲାପରିଷଦ ସଭ୍ୟ ବିଦ୍ୟାଧର ବିଷୋୟୀ, ସମିତିସଭ୍ୟ ଆଯୋଧ୍ୟା ବେହେରା,ଏବିଇଓ ଗୋବିନ୍ଦ ଚନ୍ଦ୍ର ପାଢୀ, ପ୍ରତିଭା ରଥ, ଭାଗ୍ୟଲତା ପ୍ରଧାନ,ପ୍ରଧାନ ଶିକ୍ଷକ ସୂର୍ଯ୍ୟ ନାରାୟଣ ସେଠୀ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ I ଏହି ଅବସରରେ ମନୁଷ୍ୟର ଦୈନନ୍ଦିନ ଜୀବନରେ ବିଜ୍ଞାନର ଅବଦାନ ଅପରିହାର୍ଯ୍ୟ ଏବଂ ବିଜ୍ଞାନ ପ୍ରଦର୍ଶନୀ ଛାତ୍ରଛାତ୍ରୀଙ୍କ ମନରେ ବୈଜ୍ଞାନିକ ଚିନ୍ତାଧାରା ଉଦ୍ରେକ କରିଥାଏ ବୋଲି ବିଧାୟକ ଶ୍ରୀ ସ୍ୱାଇଁ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ I ପ୍ରଧାନ ଶିକ୍ଷକ ସୂର୍ଯ୍ୟ ନାରାୟଣ ସେଠୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ I କାର୍ଯ୍ୟକ୍ରମରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରୁ 47 ଟି,ଉଚ୍ଚ ବିଦ୍ୟାଳୟ ସ୍ତରରୁ 46 ଟି ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରରୁ ତିନୋଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା I ଏହି ପ୍ରକଳ୍ପ ଗୁଡ଼ିକ ମଧ୍ୟରୁ ବେଣିପଲ୍ଲୀ ଉଚ୍ଚ ବିଦ୍ୟାଳୟର ଦଶମଶ୍ରେଣୀ ଛାତ୍ର ସୁମନ୍ ସ୍ଵାଇଁ,ଖଇରପୁଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ମୁକେଶ କୁମାର ସାହୁ, ଗାଙ୍ଗପୁର ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଶୁଭଶ୍ରୀ ନାୟକ ଏବଂ ବାଲିଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ସାଇ ଅର୍ଚ୍ଚିତା ପତିଙ୍କ ପ୍ରକଳ୍ପ ଜିଲ୍ଲାସ୍ତରୀୟ ପ୍ରଦର୍ଶନୀ ପାଇଁ ବିଚାରକମାନଙ୍କ ଦ୍ୱାରା ମନୋନୀତ ହୋଇଥିଲା I କାର୍ଯ୍ୟକ୍ରମରେ ବିଚାରକ ରୂପେ ଜଗନ୍ନାଥପ୍ରସାଦ ଆଞ୍ଚଳିକ ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ଅଧ୍ୟାପକ ଭାସ୍କର ଗୌଡ଼ ଏବଂ ବେଲଗୁଣ୍ଠା ବିଜ୍ଞାନ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ଅଧ୍ୟାପକ ପ୍ରଦ୍ୟୁମ୍ନ କୁମାର ସାହୁ ଯୋଗ ଦେଇଥିଲେ I ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ କାର୍ଯ୍ୟକ୍ରମରେ ଅତିଥି ରୂପେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବୀ,ସ୍ଥାନୀୟ ସରପଞ୍ଚ ସସ୍ମିତା ପାଠୀ, ଯୁବ ସମାଜସେବୀ ଅନୀଲ୍ ପାଠୀ, ଅବସରପ୍ରାପ୍ତ ଶିକ୍ଷକ ତଥା ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ବାଳକୃଷ୍ଣ ସାବତଙ୍କ ସମେତ ସମସ୍ତ ଏବିଇଓ ଏବଂ ଅନୁଷ୍ଠାନ ପ୍ରଧାନ ଶିକ୍ଷକ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ I ଶିକ୍ଷକ ଛାୟାକାନ୍ତ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ବିଷ୍ଣୁପ୍ରସାଦ ପଣ୍ଡା ମଞ୍ଚ ସଂଯୋଜନା କରିଥିବା ବେଳେ ସିଆରସିସି ସୁଧୀର କୁମାର ଦାସ, ବିଦେଶୀ ବାଡତ୍ଯା,ମନୋଜ ପଟ୍ଟନାୟକ,ଶଙ୍କର ନାରାୟଣ ସେଠୀ,ପ୍ରଶାନ୍ତ ପଟ୍ଟନାୟକ, କାଳୁ ଚରଣ ଗୌଡ଼, ନୀଳକଣ୍ଠ ନନ୍ଦ, ହରେକୃଷ୍ଣ ଶତପଥି,ରମେଶ ପାଣିଗ୍ରାହୀ, ବରିଷ୍ଠ ଶିକ୍ଷକ ସୁବ୍ରତ ପାତ୍ର, ସନ୍ତୋଷ ପଟ୍ଟନାୟକ,ଶିକ୍ଷକ ସଂଘ ସଭାପତି ବସନ୍ତ ଜେନାଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I
Sign in
Sign in
Recover your password.
A password will be e-mailed to you.
Prev Post