୨୯ରେ ଜି ଉଦୟଗିରି ଅଧ୍ୟକ୍ଷ ଉପନିର୍ବାଚନ :କାଉନସିଲର ସଂଜୀବ ପାତ୍ରଙ୍କ ଉପରୁ ବିଜେଡି ଉଠାଇଲା ନିଲମ୍ବନ

0

ଭୁବନେଶ୍ୱର / ଜି ଉଦୟଗିରିରୁ ଅବନୀ ପ୍ରଧାନ : କନ୍ଧମାଳ ଜିଲ୍ଲା ଜି ଉଦୟଗିରି ଏନଏସିର ଅଧ୍ୟକ୍ଷ ପାଦ ପାଇଁ ଉପ ନିର୍ବାଚନ ଚଳିତ ୨୮ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ବେଲେ ଜି ଉଦୟଗିରି ଏନଏସି କାଉନସିଲର ପି ସଂଜୀବ କୁମାର ପାତ୍ରଙ୍କ ଉପରେ ଲାଗିଥିବା ନିଲମ୍ବନ ଆଦେଶକୁ ବିଜୁ ଜନତା ଦଳ ପକ୍ଷରୁ ପ୍ରତ୍ୟାହାର କରାଯାଇଛି | ଦଳର ସଭାପତି ନବୀନ ପଟ୍ଟନାୟକ ଏହି ଆଦେଶକୁ ତତ୍କାଳ ପ୍ରତ୍ୟାହାର କରିଛନ୍ତି ବୋଲି ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି |
ସୂଚନାଯୋଗ୍ୟ ଯେ ଶ୍ରୀ ପତ୍ର ବିଜେଡି ଟିକେଟରୁ ବଂଚିତ ହୋଇ ସ୍ୱାଧୀନ ଭାବେ ୫ ନମ୍ବର ୱାର୍ଡରୁ କାଉନସିଲର ପଦ ପାଇଁ ସ୍ୱାଧୀନ ଭାବେ ଲଢ଼ିଥିବା ବେଳେ ଅଧ୍ୟକ୍ଷ ପଦ ପାଇଁ ତାଙ୍କ ପତ୍ନୀଙ୍କୁ ସ୍ୱାଧୀନ ଭାବେ ଅବତୀର୍ଣ କରାଇଥିଲେ | ସ୍ୱାଧୀନ ଭାବେ ସଂଜୀବ ବିଜୟ ଲାଭ କରିଥିବା ବେଲେ ବିଜେଡି ପ୍ରାର୍ଥୀନୀ ସ୍ବର୍ଗତ ଭାନୁପ୍ରଭା ମିଶ୍ର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ | ହେଲେ ଅଧ୍ୟକ୍ଷା ନିର୍ବାଚନରେ ଦ୍ଵିତୀୟ ସ୍ଥାନରେ ରହିଥିଲେ ସଂଜୀବଙ୍କ ଧର୍ମପତ୍ନୀ ତଥା ସ୍ୱାଧୀନ ପ୍ରାର୍ଥୀନୀ ଦ୍ଵିତୀୟ ସ୍ଥାନରେ ରହି ସମ୍ମାନଜନକ ଭୋଟ ପାଇଥିଲେ | ଏବେ ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ରଙ୍କ ଅକାଳ ଦେହାନ୍ତ ପରେ ତାଙ୍କ କନ୍ୟା ଦେବସ୍ମିତା ଶତପଥୀ ଅଧ୍ୟକ୍ଷା ପଦ ପାଇଁ ଲଢୁଛନ୍ତି | ବିଜେଡି ସେଠାରେ ସୁବିଧାଜନକ ସ୍ଥିତିରେ ଥିବା ବେଳେ ଜି ଉଦୟଗିରି ଅଂଚଳର ଜଣେ ଟାଣୁଆ ନେତା ଭାବେ ଜଣାଶୁଣା ସଂଜୀବ ପାତ୍ରଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯିବା ପରେ ବିଜେଡି ବିଜୟ ମାର୍ଜିନ ବୃଦ୍ଧି ପାଇବା ନିଶ୍ଚିତ ହୋଇଯାଇଛି |

Leave A Reply

Your email address will not be published.