ବିଜେପି ହଟାଅ ଦେଶ ବଞ୍ଚାଅ, ଗଣତନ୍ତ୍ର ବଞ୍ଚାଅ

0

ସିପିଆଇ (ଏମ୍ଏଲ) ଲିବରେସନ ତରଫରୁ  ଜନ ଆକ୍ରୋଶ ସମାବେଶ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି : ଚଳିତ ମାସ 18 11 2023 ତାରିଖ ଦିନ ସିପିଆଇ (ଏମ୍ଏଲ) ଲିବରେସନ ତରଫରୁ ଗୁଣପୁର ବାଇପାସ୍ ଛକ ନିକଟରେ ଥିବା ନାଗଭୂଷଣ ପଟ୍ଟନାୟକଙ୍କ ପତି ମୂର୍ତ୍ତିକୁ ପୁଷ୍ପ ମାଲ୍ୟାର୍ପଣ କରିବା ପରେ (ଜନ ଆକ୍ରୋଶ ସମାବେଶ) ର ବିଶାଳ ଶୋଭାଯାତ୍ରା ସିପିଆଇ (ଏମ୍ ଏଲ) ର ସମ୍ପାଦକ ତ୍ରିପତି ଗମାଙ୍ଗଙ୍କ ନେତୃତ୍ବରେ ଏହି ଶୋଭାଯାତ୍ରା ବାହାରି ଥିଲା ଏଥିରେ ବହୁ ସଂଖ୍ୟାରେ ଯୋଗଦେଇ ଲାଲ ଲାଲ ପତାକା ଧରି ଗୁଣପୁର ସହର ପରିକ୍ରମା କରିଥିଲେ ପରିଶେଷରେ ଗୁଣୁପୁର ପୁରୁଣା ବସ୍ ଷ୍ଟାଣ୍ଡରେ ପହଁଚି ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ତ୍ରିପତି ଗମାଙ୍ଗଙ୍କୁ ସଭାପତି ଭାବେ ଦାୟିତ୍ବ ପ୍ରଦାନ କରିଥିଲେ।
ଉକ୍ତ ସଭାରେ ସି ପି ଆଇ (ଏମଏଲ) ଲିବରେସନ ର ପଲିଟିବ୍ୟୁରୋ ସଭା ଜନାର୍ଦ୍ଦନ ପ୍ରସାଦ ଓ ଯୁଧିଷ୍ଟର ମହାପାତ୍ର କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଜନ ବିରୋଧି ନିତି କୁ ସମାଲୋଚନା କରିବା ସହ ଫାସିଷ୍ଟ ମୋଦୀ ସରକାର କୁ ପରାସ୍ତ କରି ଗଣତନ୍ତ୍ର ଓ ସମ୍ବିଧାନକୁ ରକ୍ଷାକରିବା, ଜମି, ଜଳ, ଜଙ୍ଗଲ ଖଣିଜ ସମ୍ପଦକୁ କର୍ପୋରେଟ ହାତରେ ଟେକି ଦେବା , କେଦ୍ରର ମୋଦୀ ସରକାର ସମସ୍ତ ସମ୍ବିଧାନିକ ବିଧି ବ୍ଯବସ୍ଥାର ଉଲଘଂନ ସହ ଇଡି ସିବିଆଇ କୁ ଦଳୀୟ ସ୍ୱାର୍ଥ ରେ ବ୍ୟବହାର କରି ବିରୋଧୀ ମାନକଂ ର କଷ୍ଟରୋଧ କରିବା, ସରକାର ଧର୍ମ ନିରପେକ୍ଷ ରାସ୍ତା ଛାଡି ଧର୍ମାନ୍ଦ ହିନ୍ଦୁ ରାଷ୍ଟ୍ର ଗଠନ କରିବା ଘଟଣା ବିରୁଦ୍ଧ ରେ ଓ ନିର୍ବାଚନ ରେ ବିଜେପି ଓ ବିଜେଡି ବିରୁଦ୍ଧରେ ଲଢେଇ କରିବା ପାଇଁ ଆହ୍ବାନ ଦେଇଛନ୍ତି।

 

Leave A Reply

Your email address will not be published.