ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ” ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ” ତରଫରୁ ସମାଜିକ ସେବା କାର୍ଯ୍ୟକ୍ରମ ଅନୁଯାୟୀ ବିଦ୍ୟାଳୟ ପରିସରର ସଫେଇ କାର୍ଯ୍ୟ ବିଦ୍ୟାର୍ଥିମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କ ଦିଗ୍ଦର୍ଶନରେ ସାମାଜିକ ସେବା କାର୍ଯ୍ୟ ଦାୟିତ୍ୱରେ ଥିବା ଅଧିକାରୀ ପ୍ରାଧ୍ୟାପକ କୁମୁଦ ଚନ୍ଦ୍ର ମହପାତ୍ର, ଅଧ୍ୟାପକ ଦୀପୁ ଭୁୟାଁ ଓ ମହେଶ୍ଵର ରାଉତଙ୍କ ତତ୍ତ୍ୱାବଧାନରେ ସ୍ଵେଚ୍ଛାସେବୀ ମାନେ ବିଦ୍ୟାଳୟ ପରିସରକୁ ସଫା କରିବା ପାଇଁ ନିୟୋଜିତ ଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ନୋଡାଲ ଅଧିକାରୀ ଦେବେଶ ଚନ୍ଦ୍ର ମହାପାତ୍ର, ଅଧ୍ୟାପକ ପି ଦୀପକ ରାଓ, ଯୁବ ରେଡକ୍ରସ ଉପଦେଷ୍ଟା ସୁଶାନ୍ତ କୁମାର ଲେଙ୍କା ଏବଂ ବଳରାମ ଗୌଡ଼ ପ୍ରମୁଖ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post