ଆଜି କୁଚିଣ୍ଡା ପବିତ୍ର ୨୦ ତମ ବାଲିଯାତ୍ରା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ

0

ଜମନକିରା ୧୮/୧୧/୨୩ (ଲିପନ ନାଏକ ) : କୁଚିଣ୍ଡା ବ୍ଲକ ସଇଡା, କୁଣ୍ଡlପୋଷି ଡଙ୍ଗା ଘାଟ ଠାରେ ପୂଜକ ପ୍ରକାଶ ପୁରୋହିତ ଙ୍କ ପୌରlହିତ୍ୟରେ ପୂଜାର୍ଚ୍ଚନା ପରେ ପବିତ୍ର ଶୁଭ ସ୍ତମ୍ଭ ସ୍ଥାପନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ସଭାପତି ବିଜୁ ସାହୁ, ସାଧାରଣ ସମ୍ପାଦକ ବିଶ୍ଵନାଥ କଣ୍ଡରା, ଉପ ସଭାପତି ରାଜେଶ୍ ସାହୁ, ସମ୍ପାଦକ ପ୍ରଫୁଲ୍ଲ ନାୟକ, କୋର୍ କମିଟି ସଦସ୍ୟ କ୍ଷୀରୋଦ ସା, ଦିବ୍ୟ ବାରିକ୍, ପୋଳସ୍ତି ପାତ୍ର, ପ୍ରକାଶ ପୃଷେଠ, ଶିଲୁ ରକ୍ସା ତଥା ପ୍ରତିଷ୍ଠାତା ଗୁରୁ ଟିକେଶ୍ୱର୍ ପଟେଲ୍ ଓ ଅନ୍ୟ କମିଟି ସଦସ୍ୟ ଉପସ୍ଥିତ ଥିଲେ l ଆଗାମୀ ୨୫ ତାରିଖରେ ଶୁଭ କଳସ ସ୍ଥାପନ କରାଯିବ , ୨୬ ତାରିଖରେ କବିତା ଆସର ଓ ୨୭ ତାରିଖ ଦିନ ୧୨ ଟା ରୁ ରାତି ୯ ଟା ପର୍ଯ୍ୟନ୍ତ ସାଂସ୍କୃତିକ କର୍ଯ୍ୟକ୍ରମ ପରିବେଷଣ କରାଯିବ ତଥା ୨୮ ତାରିଖ ସକାଳୁ ମୂର୍ତ୍ତି ବିସର୍ଜନ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି l

Leave A Reply

Your email address will not be published.