କବିସମ୍ରାଟ ମିଡ଼ିଆକ୍ଳବ୍ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

0 2

ଭଞ୍ଜନଗର/ଉଦୟନାଥ ପଣ୍ଡା: “କବିସମ୍ରାଟ ମିଡ଼ିଆକ୍ଳବ୍ ଭଞ୍ଜନଗର” ପକ୍ଷରୁ ଭଞ୍ଜନଗର ସହରରେ ଥିବା ସାବିତ୍ରୀ ମହିଳା ମହାବିଦ୍ୟାଳୟ ରେ ଜାତୀୟ ପ୍ରେସ ଦିବସ ଉତ୍ସବ ମହାଆଡମ୍ବରରେ ପାଳିତ ହୋଇଯାଇଛି। ଏଥିରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଭିନ୍ନ ଭିନ୍ନ ପ୍ରତିଯୋଗିତା ର କୃତି ଛାତ୍ରଛାତ୍ରୀ ମାନଙ୍କୁ ଆମନ୍ତ୍ରିତ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଏବଂ କେତେକ ବିଶିଷ୍ଟ ବ୍ୟକ୍ତିଙ୍କୁ ମାନପତ୍ର ଉପଢୌକନ ରେ ସମ୍ବର୍ଦ୍ଧିତ କରାଯିବା ସହିତ, ଆଜିର ଏହି ମହାନ୍ ଦିବସ ଅବସରରେ କବିସମ୍ରାଟ ମିଡ଼ିଆକ୍ଳବ୍ ଭଞ୍ଜନଗର ତରଫରୁ ଏକ ମୁଖପତ୍ର ଦେବର୍ଷି ର ଉନ୍ମୋଚନ କରାଯାଇଥିଲା। ଭଞ୍ଜମାଟି ଭଞ୍ଜନଗର ର ଏହି ସାମ୍ବାଦିକ ଦିବସ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ରୂପେ ସ୍ଥାନୀୟ ନଗର ପାଳ ଶ୍ରୀ ଗୋପବନ୍ଧୁ ମହାପାତ୍ର, ମୂଖ୍ୟ ବକ୍ତା ରୁପେ ସ୍ଥାନୀୟ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଅନିଲ୍ କୁମାର ସେଠୀ, ମୂଖ୍ୟ ସମ୍ନାନିତ ଅତିଥି ରୂପେ ଆର୍.ଟି.ଓ ଶ୍ରୀ ଶୁଭେନ୍ଦୁ ରଞ୍ଜନ ରାୟ, ଥାନାଧିକାରୀ ଶ୍ରୀ ଭଗବାନ୍ ପୂଜାରୀ, ବିଜ୍ଞାପିତ ଅଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଆଶୁତୋଷ ଗୌରବ କର, ସି.ଡି.ପି.ଓ ଶ୍ରୀମତୀ ବିଷ୍ଣୁପ୍ରିୟା ସେଠି ଓ ଉପଖଣ୍ଡ ସୂଚନା ଲୋକସମ୍ପର୍କ ବିଭାଗ ଅଧିକାରୀ ଶ୍ରୀ ଗୌରୀଶଙ୍କର ଶତପଥୀ ଯୋଗଦାନ କରିଥିଲେ। ସଂଘ ପକ୍ଷରୁ ସମସ୍ତ ମଞ୍ଚାସିନ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ରେ ସମ୍ନାନିତ କରାଯିବା ପରେ, ଅତିଥି ମାନେ ନିଜ ନିଜର ଅଭିଭାଷଣ ଉପସ୍ଥାପନ କରି, ସାମ୍ବାଦିକ ଦିବସ ର ମହତ୍ଵ ଅତୁଳନୀୟ,ଏହା ସମାଜର ସମସ୍ତ ଜନସାଧାରଣଙ୍କୁ ଅବଗତ କରାଇଥିଲେ।

ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପୁର୍ବରୁ ଅନୁଷ୍ଠିତ ହୋଇଯାଇଥିବା ବିଭିନ୍ନ ପ୍ରତିଯୋଗୀତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ କବିସମ୍ରାଟ ମିଡ଼ିଆକ୍ଳବ୍ ଭଞ୍ଜନଗର, ମଞ୍ଚରେ ସମ୍ନାନିତ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଏବଂ ମଞ୍ଚାସିନ ସମସ୍ତ ସମ୍ମାନନୀୟ ଅତିଥିମାନଙ୍କ ଦ୍ଵାରା କବିସମ୍ରାଟ ମିଡ଼ିଆକ୍ଳବ୍ ଭଞ୍ଜନଗର ର ମୁଖପତ୍ର ଦେବର୍ଷି ର ଉନ୍ମୋଚନ କରାଗଲା। ଏଥିରେ ସଂଘ ର ସଭାପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ସ୍ଵାଇଁ, ଉପସଭାପତି ଶ୍ରୀ ପୁରୁଷୋତ୍ତମ ମହାପାତ୍ର, ସମ୍ପାଦକ ଶ୍ରୀ ଚିନ୍ମୟ କୁମାର ବେବର୍ତ୍ତା, ସହ ସମ୍ପାଦକ ଉଦୟନାଥ ପଣ୍ଡା , ଦିଲ୍ଲୀପ କୁମାର ପଗଡ, କୋଷାଧ୍ୟକ୍ଷ ସମିର କୁମାର ମହାପାତ୍ର, ଓ ସଂଯୋଜକ ରଞ୍ଜିତ୍ କୁମାର ଜେନା, ଆଶିଷ କୁମାର ଗୌଡ଼, ଗୋପାଳ କୃଷ୍ଣ ପଟ୍ଟନାୟକ, ରାଜେଶ ଆଲତିଆ ସମେତ ସଂଘ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଶେଷରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦଳଗତ ନୃତ୍ୟ ପ୍ରତିଯୋଗିତା ମଞ୍ଚରେ ପରିବେଷଣ କରାଯାଇ ପ୍ରଥମ, ଦୁତିୟ, ତୃତୀୟ ଭାବରେ ପୁରସ୍କୃତ କରାଯାଇଥିଲା। ସଂଘ ର ସମ୍ପାଦକ ସମସ୍ତ ଅତିଥି ଦର୍ଶକ, ଅଭିଭାବକ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave A Reply

Your email address will not be published.