ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ସ୍ଥାନୀୟ ସେଞ୍ଚୁରୀଆନ୍ ବିଶ୍ଵବିଦ୍ୟାଳୟ ଖେଳପଡିଆ ଠାରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଘାଟିତ ହୋଇଯାଇଛି।
ଏହି ଉଦଘାଟନ ସମାରୋହରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସୁରେଶ କୁମାର ବଶିଷ୍ଠ , ପ୍ରମୁଖ ଶାସନ ସଚିବ , ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଓଡ଼ିଶା ଯୋଗଦାନ କରି ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୩ କୁ ଶୁଭ ଉଦଘାଟନ କରିଥିଲେ।
ମତ୍ସ୍ୟ ଓ ପ୍ରାଣୀସମ୍ପଦର ସମସ୍ତ ଚାଷୀ ମାନଙ୍କୁ କହିଥିଲେ ଯେ ଗଜପତି ଜିଲ୍ଲାରେ ରାଜ୍ୟର ପ୍ରଥମ ଜିଲ୍ଲା ଭାବରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହୋଇଛି। ମତ୍ସ୍ୟ ଚାଷ ଉତ୍ପାଦନରେ ଦେଶରେ ଓଡ଼ିଶା ଚତୁର୍ଥ ସ୍ଥାନ ଅଧିକାର କରିଛି। ଅଣ୍ଡା ଉତ୍ପାଦନରେ ମଧ୍ୟ ରାଜ୍ୟ ଆଗ ଅପେକ୍ଷା ଅଧିକ ଉତ୍ପାଦନ କରୁଛି। ରାଜ୍ୟ ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଗୁଡିକରେ ଜନସାଧାରଣ କିପରି ଅଧିକ ଲାଭବାନ ହୋଇପାରିବେ ସେଥିନିମନ୍ତେ ମଧ୍ୟ ଗ୍ରାମ ପଞ୍ଚାୟତ ଠାରୁ ଆରମ୍ଭ କରି ଜିଲ୍ଲା ସ୍ତରୀୟ ପ୍ରଯ୍ୟନ୍ତ ବିଭିନ୍ନ ବ୍ୟବସ୍ଥା କରାଯାଇଛି। ଗଜପତି ଜିଲ୍ଲାରେ ପ୍ରାଣୀସମ୍ପଦ ବିଦ୍ୟାଳୟରେ ପିଲାମାନଙ୍କୁ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ନିମନ୍ତେ ଶିକ୍ଷା ପ୍ରଦାନ କରାଯାଉଛି। ଜିଲ୍ଲାରେ ମତ୍ସ୍ୟ ଓ ଛେଳି ଚାଷ କରିବା ପାଇଁ ଭଳ ପରିବେଶ ଥିବାରୁ ଜିଲ୍ଲା ବାସୀଙ୍କୁ ମତ୍ସ୍ୟ ଓ ଛେଳି ଚାଷ କରିବା ପାଇଁ ଜନସାଧାରଣଙ୍କୁ ଆହ୍ବାନ କରିଥିଲେ।
ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନଙ୍କୁ ବିଭିନ୍ନ ଚାଷ କରିବା ପାଇଁ ପ୍ରାଥମିକ ଭାବେ ସୁଯୋଗ ଦିଆଯିବ ଏବଂ ଜିଲ୍ଲାର ସମସ୍ତ ଚାଷୀ ମାନଙ୍କୁ ନୂତନ ଜ୍ଞାନକୌଶଳ ମାଧ୍ୟମରେ ମତ୍ସ୍ୟ ଓ ପଶୁପାଳନ କଲେ ଅଧିକ ଲାଭବାନ ହୋଇପାରିବ ବୋଲି ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସୁରେଶ କୁମାର ବଶିଷ୍ଠ , ପ୍ରମୁଖ ଶାସନ ସଚିବ କହିଥିଲେ।
ଏହି ମେଳାରେ ସଭାପତିତ୍ଵ ଭାବେ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ , ଜିଲ୍ଲାପାଳ ଗଜପତି ଯୋଗାଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ଜି.ତିରୁପତି ରାଓ , ଅଧ୍ୟକ୍ଷ ଜିଲ୍ଲାପରିଷଦ ଗଜପତି, ଡ଼ା.ବସନ୍ତ କୁମାର ଦାସ , ନିର୍ଦ୍ଦେଶକ , ସିଫାରି , ପଶ୍ଚିମ ବଙ୍ଗ, ଡ଼ା. ପ୍ରମୋଦ କୁମାର ସାହୁ , ନିର୍ଦ୍ଦେଶକ , ସିଫା , ଭୁବନେଶ୍ୱର ପ୍ରମୁଖ ମଞ୍ଚାସିନ ଥିବା ବେଳେ ଡ଼ା.ଧର୍ମାନନ୍ଦ ମହାନ୍ତି , ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ , ଗଜପତି ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ ଓ ଶ୍ରୀମତୀ ଲିସା ବେହେରା ଜିଲ୍ଲା ମତ୍ସ୍ୟ ଅଧିକାରୀ ଗଜପତି ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ମେଳାରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ଓ ଅନ୍ୟାନ୍ୟ ବିଭାଗୀୟ କାର୍ଯ୍ୟକ୍ରମର ପ୍ରଦର୍ଶନୀ ଆୟୋଜିତ ହେବା ସାଙ୍ଗକୁ ଜୀବନ୍ତ ପ୍ରାଣୀ ସମ୍ପଦ ବିକାଶ ସମ୍ବନ୍ଦରେ ଆଲୋଚନା କରଯାଇଥିଲା। ପ୍ରାଣୀ ପାଳନ ଓ ମତ୍ସ୍ୟ ଚାଷୀଙ୍କ ସଫଳ କାହାଣୀ ସହିତ ବିଶେଷଜ୍ଞମାନେ ଉପଯୋଗି ପରାମର୍ଶ ପ୍ରଦାନ କରିଥିଲେ। ଏହି ଅବସରରେ ଜିଲ୍ଲାରେ ଭଳ ଚାଷୀ ଭାବେ ଗୁମ୍ମା ବ୍ଲକର ଚିରେଞ୍ଜିବି ରାଉତଙ୍କୁ ହଜାରେ ଅଣ୍ଡା ଦିଆ କୁକୁଡା ଚାଷ କରିଥିବାରୁ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ମୋହନା ବ୍ଲକର ମା ମାଣିକେଶ୍ଵରୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର କୁକୁଡା ଦାନା ପ୍ରସ୍ତୁତ କରୁଥିବାରୁ ପୁରସ୍କୃତ କରଯାଇଛି। ଗୁମ୍ମା ବ୍ଲକର ଗଣପତି ଗୌଡ , ଜାଆଁଳା ମାଛ ଚାଷ କରୁଥିବାରୁ ପୁରସ୍କାର ପ୍ରଦାନ କରାଯାଇଛି ଏବଂ ରାୟଗଡ଼ ବ୍ଲକର ମା ତାରା ତାରେଣୀ ସ୍ୱୟଂ ସହାୟିକା ଗୋଷ୍ଠୀ ସଫଳ ମାଛ ଚାଷ କରିଥିବାରୁ ପୁରସ୍କୃତ କରାଯାଇଛି।
ମତ୍ସ୍ୟ ବିଭାଗର ୩୦ ଜଣ ଛାତ୍ର ଛାତ୍ରୀଙ୍କ ମୁଖ୍ୟ ମନ୍ତ୍ରୀ କଲ୍ୟାଣ ଯୋଜନା ତତଫରୁ ସହାୟତା ରାଶି ପ୍ରଦାନ କରାଯାଇଛି।
ଏହି ମେଳାରେ ଉଦ୍ୟାନ ବିଭାଗ , ମୃତ୍ତିକା ସଂରକ୍ଷଣ ବିଭାଗ , ପଶୁ ସମ୍ପଦ , ମତ୍ସ୍ୟ ବିଭାଗ , ମିଶନ ଶକ୍ତି , କୃଷି ବିଭାଗ , ସମ୍ମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା , ଓ ଜିଲ୍ଲା ଶିଳ୍ପ କେନ୍ଦ୍ରର ଇତ୍ୟାଦି ୨୫ ଗୋଟି ବିଭିନ୍ନ ଷ୍ଟଲ୍ ଖୋଲାଯାଇ ଚାଷୀଙ୍କୁ ସଚେତନତା କରଯାଇଛି।
ଆଜିର ଏହି କାର୍ଯ୍ୟକ୍ରମରେ କାଶୀନଗର ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ବାଲା ସାୟାମା , ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା.ରମାକାନ୍ତ ରଣା , ବିଭିନ୍ନ ସ୍ଵଂୟ ସହାୟକ ଗୋଷ୍ଠୀ , ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ , ଜନ ପ୍ରତିନିଧି ଓ ଛାତ୍ରଛାତ୍ରୀମାନେ ମେଳାରେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post