ବରଗଡ :- ଆଉ ମାତ୍ର କିଛି ମାସ ବାକି ରହିଲା ସାଧାରଣ ନିର୍ବାଚନ କୁ । ଇତି ମଧ୍ୟରେ ସବୁ ରାଜନୈତିକ ଦଳ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଥିବା ବେଳେ ବରଗଡ଼ ଜିଲ୍ଲାରେ ସବୁଠାରୁ ଆଗରେ ରହିଛି ବିଜୁ ଜନତା ଦଳ । ତୃଣମୂଳ ସ୍ତରରେ ବିଜେଡି ର ସ୍ଥିତି ମଜବୁତ ରହିଥିବା ବେଳେ ଜିଲ୍ଲାର ସମସ୍ତ ନେତା ତୃଣମୂଳ ସ୍ତରରେ , ଗାଁ ଗାଁ ବୁଲି ଲୋକଙ୍କ ସହିତ ମିଶି ତାଙ୍କର ସହିତ ଆଲୋଚନା କରିଛନ୍ତି ଯାହା ଫଳରେ ତାଙ୍କର ସ୍ଥିତି ତଥା ଦଳର ସ୍ଥିତି ଆହୁରି ମଜବୁତ ହେଉଛି । ଦଳର କାର୍ଯକର୍ତା , ଙ୍କୁ ନେଇ ଘନ ଘନ ବୈଠକ ଚାଲୁଥିବା ବେଳେ ଦଳୀୟ କାର୍ଯକର୍ତା ମାନଙ୍କର ତୃଣମୂଳ ସ୍ତରରେ ସର୍ବଦା ଉଅସ୍ଥିତି ଦଳର ଭବିଷ୍ୟତ କୁ ସୁନିଶ୍ଚିତ କରୁଛି । ଏହି କ୍ରମରେ ଆଜି ଭଟଲି ନିର୍ବାଚନ ମଣ୍ଡଳୀ ର ଜିଲ୍ଲା ପରିଷଦ ଜୋନ ସ୍ତରୀୟ ଏକ କାର୍ଯକର୍ତା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ଅମ୍ବାଭୋନା ବ୍ଲକ ର 2 ଟି ଜୋନ ର କାର୍ଯକର୍ତା ମାନଙ୍କୁ ନେଇ ପ୍ରଶିକ୍ଷଣ ଶିବିର ର ଅୟୋଜନ ହୋଇ ଯାଇଛି।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ଭଟଲି ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀ ସୁଶାନ୍ତ ସିଂହ ଯୋଗ ଦେଇ ଆନୁଷ୍ଠାନିକ ଭାବରେ ଶିବିର କୁ ଉଦ୍ଘାଟନ କରି କାର୍ଯକର୍ତା ମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ । ଦଳୀୟ ପ୍ରଶିକ୍ଷକ ଭାବରେ ଶ୍ରୀ ଅନୁଭବ ପଟ୍ଟନାୟକ ଏବଂ ସହ ପ୍ରଶିକ୍ଷକ ଶ୍ରୀ ସୌମ୍ୟ ରଞ୍ଜନ ମହାପାତ୍ର ଯୋଗ ଦେଇ ଅନେକ ମହତ୍ୱପୂର୍ଣ୍ଣ ବିଷୟ ଉପରେ କାର୍ଯକର୍ତା ମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷୀ ରେ ଅମ୍ବାଭୋନା ବ୍ଲକ ଅଧ୍ୟକ୍ଷ ଶ୍ରୀ କୀର୍ତ୍ତି ଚନ୍ଦ୍ର ଦୁଆଁନ, ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ କଳ୍ପନା ପ୍ରଧାନ,ଜିଲ୍ଲା ପରିଷଦ ସଦସ୍ୟା ତଥା ବିଜେଡ଼ି ଜିଲ୍ଲା ମହିଳା ସଭାନେତ୍ରୀ ଶ୍ରୀମତୀ ନୀଳ କୁମାରୀ ନାୟକ, ଅମ୍ବାଭୋନା ବିଜେଡ଼ି ସଭାପତି ଶ୍ରୀ ରଘୁନାଥ ପଟେଲ,ଦଳୀୟ ବ୍ଲକ ସଭାପତି ଶ୍ରୀ ଗୋବିନ୍ଦ ପ୍ରଧାନ,କାର୍ଯ୍ୟକ୍ରମର ସଂଚାଳକ ଶ୍ରୀ ସୁବ୍ରତ କୁମାର ବେହେରା ଯୋଗ ଦେଇ କାର୍ଯକର୍ତା ମାନଙ୍କ ସହିତ ପ୍ରତକ୍ଷ ଭାବରେ ଖୋଲାଖୋଲି ଆଲୋଚନା କରିବା ସହିତ ତୃଣମୂଳ ସ୍ତରରେ କାର୍ୟ୍ଯ କରିବା ପାଇଁ ଉତ୍ସାହିତ କରିଥିଲେ ।।
Sign in
Sign in
Recover your password.
A password will be e-mailed to you.