ଶିଶୁ ଦିବସ ଅବସରରେ ଆଇନ ସେବା ପ୍ରାଧିକରଣଦ୍ଵାରା ମହର୍ଷି ବିଦ୍ୟା ମନ୍ଦିରରେ ସାଇବର ଅପରାଧ ଜନିତ ସଚେତନତା କାର୍ଯକ୍ରମ

0

ନୟାଗଡ଼,(ଲକ୍ଷ୍ମୀଧର ସାହୁ):ଶିଶୁ ଦିବସ ଉପଲକ୍ଷେ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ ତରଫରୁ ସ୍ଥାନୀୟ ମହର୍ଷି ବିଦ୍ୟା ମନ୍ଦିରରେ ସାଇବର ଅପରାଧ ଜନିତ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଅଛି । ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଆନନ୍ଦ ନାରାୟଣ ମହାରଣାଙ୍କ ପରାମର୍ଶକ୍ରମେ, ଏହି କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଅଧ୍ୟକ୍ଷା ଅନ୍ନପୂର୍ଣ୍ଣା ଲକ୍ଷ୍ମୀ ଅତିଥି ପରିଚୟ ଏବଂ ସ୍ଵାଗତ ସମ୍ଭାଷଣ କରିଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ତଥା ବରିଷ୍ଠ ବର୍ଗ ବିଚାରପତି ବିଶେଷ କୁମାର ସାହୁ, ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ସାଇବର ଅପରାଧ ଉପରେ ସଚେତନ କରାଇବା ସହିତ, ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷିତ ରହିବା ପାଇଁ ପରାମର୍ଶ ଦେଇଥିଲେ । ପ୍ରତ୍ୟକ ଶିଶୁ ଯେଭଳି ଶିକ୍ଷା, ପୋଷଣ, ସ୍ୱାସ୍ଥ୍ୟସେବା ଓ ପରିମଳପରି ମୌଳିକ ସୁବିଧାରୁ ବଞ୍ଚିତ ନହେବେ, ସେଥିପାଇଁ ସଚିବ ଅନୁଷ୍ଠାନକୁ ପରାମର୍ଶ ଦେଇଥିଲେ । ଅଧିବକ୍ତା ସୁନୀଲ କୁମାର ମୋହାପାତ୍ର, ଆଇନ ସେବା ପ୍ରାଧିକରଣର କାର୍ଯବଳି ଦର୍ଶାଇବା ସହିତ ଶିଶୁ ଚାଲାଣ, ଶିଶୁ ନିର୍ଯାତନ ଓ ଶିଶୁ ଶ୍ରମପରି ସାମାଜିକ କୁପ୍ରଥାରୁ ସୁରକ୍ଷା ପାଇବା ଉପରେ ଆଲୋକପାତ କରିଥିଲେ । ସଦସ୍ୟ ମହମ୍ମଦ ଓମାର ମାଲ୍ଲିକ, ଶାନ୍ତି ଏବଂ ମାନବିକତାର ଆବଶ୍ୟକତା ଦର୍ଶାଇଥିଲେ । ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକ ଓ ଶିକ୍ଷୟତ୍ରୀ, ସଚେତନତାକୁ ଅନୁଭବ କରିବା ସହିତ ବ୍ୟାପକ ସଚେତନତା ପାଇଁ ସଚିବଙ୍କୁ ଅନୁରୋଧ କରିଥିଲେ । ପ୍ରାଧିକରଣର କର୍ମଚାରୀ ପବନ କୁମାର ବେହେରା ଏବଂ ରାଜେଶ କୁମାର ବାରିକ କାର୍ଯକ୍ରମକୁ ସଂଯୋଜନା କରିଥିଲେ । ଯୋଗ ଶିକ୍ଷକ ଶରତ କୁମାର ପ୍ରଧାନ ଧନ୍ୟବାଦ ପ୍ରସ୍ତାବ ରଖିଥିଲେ ।

Leave A Reply

Your email address will not be published.