ଜାତୀୟ କ୍ରୀଡା ପ୍ରତିଯୋଗିତାରେ ବ୍ରୋଞ୍ଚ ପଦକ ହାସଲକଲେ ଓଡ଼ଗାଁ ବ୍ଳକର ୨ ଝିଅ ବର୍ଷାରାଣୀ ଓ ମିନତୀ

0 2

ଓଡ଼ଗାଁ,୧୩।୧୧(ଶ୍ରୀକାନ୍ତ କୁମାର ମିଶ୍ର): ଗୋଆଠାରେ ଅନୁଷ୍ଠିତ ଜାତୀୟ କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଓଡ଼ଗାଁ ବ୍ଳକର ୨ ଝିଅ ବର୍ଷାରାଣୀ ଓ ମିନତୀ ରାଜ୍ୟ, ଜିଲ୍ଲା ଓ ବ୍ଳକ ପାଇଁ ଆଣିଦେଇଛି ଗୌରବ । ଓଡ଼ଗାଁ ବ୍ଳକର ୨ଝିଅ ବର୍ଷାରାଣୀ ସାହୁ ଏବଂ ମିନତୀ ସାହୁ । ବର୍ଷାରାଣୀ ଓଡ଼ଗାଁ ଏନ୍ଏସି ଅନ୍ତର୍ଗତ ଗୁପ୍ତମଠ ସାହିର ମାତା ପାଲି ସାହୁ ଓ ପିତା ପଞ୍ଚି ସାହୁଙ୍କ ସୁକନ୍ୟା ହୋଇଥିବା ବେଳେ ମିନତୀ ଓଡ଼ଗାଁ ବ୍ଳକ ନନ୍ଦିଘୋର ପଞ୍ଚାୟତ ନନ୍ଦିଘୋର ତଳ ନେଳିଆ ସାହିର ମାତା ଝୁନୁ ଝୁନୁ ସାହୁ ଓ ପିତା ଶ୍ୟାମସୁନ୍ଦର ସାହୁଙ୍କ ସୁକନ୍ୟା । ଉଭୟ ସାଧାରଣ ଚାଷୀ ପରିବାରର ଝିଅ ହୋଇଥିବା ବେଳେ ଜାତୀୟ ସ୍ତରର କ୍ରିଡ଼ାରେ ବିଜୟ ହାସଲ କରି ବ୍ରୋଞ୍ଚ ପଦକ ପାଇ ଗୌରବ ଆଣିପାରିଛନ୍ତି । ଗତ ନଭେମ୍ବରରେ ୬ ତାରିଖରେ ଗୋଆ ଠାରେ ଅନୁଷ୍ଠିତ ସ୍କାଏ ମାକ୍ସ ଲାଟ୍ କ୍ରିଡ଼ାରେ ଖବନ୍ କେ -୨ କ୍ରିଡ଼ାରେ ଓଡ଼ଗାଁର ବର୍ଷାରାଣୀ ବ୍ରୋଞ୍ଚ ପଦକ ହାସଲ କରିଥିବା ବେଳେ ଲୋବା ଫାଇଟ୍ କ୍ରିଡ଼ାରେ ଓଡ଼ଗାଁ ବ୍ଳକ ନନ୍ଦିଘୋର ପଞ୍ଚାୟତ ନନ୍ଦିଘୋର ଗ୍ରାମର ମିନତୀ ସାହୁ ବ୍ରୋଞ୍ଚ ପଦକ ହାସଲ କରିଥିଲେ । ସେମାନଙ୍କ ସଫଳତା ପାଇଁ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରୋତ୍ସାହନ ରାଶି ମଧ୍ୟ ଘୋଷଣା ହୋଇଥିବା ଜଣାପଡିଛି । ଓଡ଼ଗାଁ ମହୋତ୍ସବରେ ଉଭୟଙ୍କୁ ସ୍ବତନ୍ତ୍ର ଭାବେ ସମ୍ମାନିତ କରାଯିବ ବୋଲି ବ୍ଳକ ପ୍ରଶାସନ ତରଫରୁ ମଧ୍ୟ ସୂଚନା ମିଳିଛି । ଏନେଇ ଗୋଆଠାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖଡ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ସମ୍ବଦ୍ଧିତ କରିଥିଲେ। ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ଗୋଆର ମହାମହିମ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ତଥା କ୍ରୀଡ଼ାମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ଗାଁ ବ୍ଳକର ଦୁଇ ପ୍ରତିଭୁଙ୍କ ସଫଳତା ପାଇଁ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ, ନୟାଗଡ଼ ଜିଲ୍ଲା ବିଜେଡି ମହିଳା ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ, ବହୁ କ୍ରିଡାବିତଙ୍କ ସମେତ ବିଭିନ୍ନ ଅଞ୍ଚଳରୁ ଶୁଭେଚ୍ଛାର ସୁଅ ଛୁଟିଛି ।

Leave A Reply

Your email address will not be published.