ପଦ୍ମପୁର : ଜିଲ୍ଲା ସ୍ତରୀୟ ସ୍କୁଲ କ୍ରିକେଟ୍ ପ୍ରତିଯୋଗିତା ଉଦଘାଟିତ l

0 2

ପଦ୍ମପୁର :- ସ୍ଥାନୀୟ ରାଜ୍ ବୋଡ଼ାସମ୍ବର ହାଇସ୍କୁଲ୍ ଖେଳପଡ଼ିଆ ଠାରେ ଜିଲ୍ଲା ସ୍ତରୀୟ ସ୍କୁଲ କ୍ରିକେଟ୍ ପ୍ରତିଯୋଗିତା ର ଉଦଘାଟନୀ ସଭା ସହ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ରାଧାକାନ୍ତ ଛତ୍ରୀ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l । ବିଧାୟକା ଶ୍ରୀମତୀ ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ। ରାଜ୍ ବୋଡ଼ା ସମ୍ବର ବ୍ଲକ, ପାଇକମାଲ ବ୍ଲକ ଓ ଝାରବନ୍ଧ ବ୍ଲକ ର ବ୍ଲକ ଶିକ୍ଷାଅଧିକାରୀ ମାନେ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରିଥିଲେ। ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଏହି ପ୍ରତିଯୋଗିତା ବିଧାୟିକା ଙ୍କ କରକମଳ ରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଥିଲା। ଏହି ପ୍ରତିଯୋଗିତା ରେ ବରଗଡ଼ ଜିଲ୍ଲାର ୧୦ଟି ବ୍ଲକ ଯୋଗଦାନ କରିଛନ୍ତି ଓ ଏହା ତିନ ଦିନ ଧରି ଚାଲିବl
ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ମାନେ ସ୍ଵାଗତ ସଂଗୀତ ପରିବେଷଣ କରିଥିଲେ ଓ ସେହି ବିଦ୍ୟାଳୟ ର ବ୍ୟାଣ୍ଡ ଟ୍ରୁପ୍ ଙ୍କ ଦ୍ଵାରା ପରିବେଷିତ ବ୍ୟାଣ୍ଡ ସମସ୍ତ ଙ୍କ ମନମୋହି ନେଇଥିଲା, ଦେଉଲି ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ଵାରା ପରିବେଷିତ ଲୋକବାଦ୍ୟ ଉଦଘାଟନୀ ଉତ୍ସବରେ ମୁଖ୍ୟ ଆକର୍ଷଣ ଥିଲା l ଏଠାରେ ଉଲ୍ଲଖଯୋଗ୍ୟଯେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଟ୍ରୁ ପ୍ ଓ ଦେଉଳି ପ୍ରାଥମିକ ବିଦ୍ୟାଳୟ ଯଥାକ୍ରମେ ରାଜ୍ୟ ଓ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି l ରାଜ ବୋଡ଼ାସମ୍ବର ହାଇସ୍କୁଲ ର କ୍ରୀଡା ଶିକ୍ଷକ ହରେକୃଷ୍ଣ ମେହେର ଓ ବ୍ଲକ ର ସମସ୍ତ ଖେଳ ଶିକ୍ଷକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ସଭାକୁ ରାଜେଶ ଖମାରୀ ପରିଚାଳନା କରିଥିବା ବେଳେ ପ୍ରଧାନ ଶିକ୍ଷକ ଲୋଭାଦିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l
ଦ୍ଵିତୀୟାର୍ଦ୍ଧ୍ ରେ ବରିକେଲ ହାଇସ୍କୁଲ ଖେଳ ପଡିଆ ରେ ଅନୁଷ୍ଠିତ ପାଇକମାଳ ବ୍ଲକ୍ ଓ ଅତାବିରା ବ୍ଲକ୍ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ ରେ ଅତାବିରା ୮୩ ରନ ରେ ବିଜୟୀ ହୋଇଥିଲା l ଅଞ୍ଚଳ ମହାବିଦ୍ୟାଳୟ ଖେଳ ପଡ଼ିଆ ରେ ଅନୁଷ୍ଠିତ ଭେଡେନ ବ୍ଲକ ଓ ସୋହେଲା ବ୍ଲକ ମଧ୍ୟରୁ ଭେଡେନ ବ୍ଲକ ୧୭ରନ ରେ ବିଜୟୀ ହୋଇଥିଲା ଓ ରାଜବୋଡ଼ାସମ୍ବର ହାଇସ୍କୁଲ ଖେଳ ପଡ଼ିଆ ରେ ଅନୁଷ୍ଠିତ ମ୍ୟାଚ୍ ଭଟଲି ବ୍ଲକ୍ ଓ ବରପାଲି ବ୍ଲକ୍ ମଧ୍ୟରୁ ଭଟଲି ବ୍ଲକ୍ ୩୪ ରନ ରେ ବିଜୟୀ ହୋଇଥିଲା।

Leave A Reply

Your email address will not be published.