ଜଗତସିଂହପୁର ତା ୧୨.୧୧.୨୦୨୩ ସୁମନ୍ତ କୁମାର ଦାସ: ଗ୍ରାମ ଢ଼ଳେଇ ରାସ୍ତା କୁ ଛେଣୀ ହାତୁଡ଼ି ରେ ଖୋଳି ରାସ୍ତା ମଝିରେ ଭେଡ଼ ଗ୍ରାମବାସୀ ବିରୋଧ କଲେ ଧମକ ଦେଉଛନ୍ତି ସମ୍ପୃକ୍ତ ବ୍ୟକ୍ତି ଏପରି ଅବରୋଧ କରିଛନ୍ତି ଯେ, ଗାଁ ମଧ୍ୟକୁ କୌଣସି ଗାଡ଼ି କିମ୍ବା ରୋଗୀ ନେବା କୁ ଆମ୍ବୁଲାନ୍ସ ଯିବା ମଧ୍ୟ ଅସମ୍ଭବ ସିଧା ସଳଖ ଆପଣ ମାନେ ଦେଖନ୍ତୁ ଏହି ଦୃଶ୍ୟ କୁ ତେବେ ସମ୍ପୃକ୍ତ ବ୍ୟକ୍ତି ଶଙ୍କର୍ଷଣ ରାୟ ଜଗତସିଂହପୁର ତହସିଲ କାର୍ଯ୍ୟାଳୟ ର ଜଣେ ପୂର୍ବତନ କର୍ମଚାରୀ ହୋଇଥିବା ରୁ ପାଉଛନ୍ତି କି ତହସିଲଦାର ଙ୍କ ଅନୁକମ୍ପା? ଜଗତସିଂହପୁର ତହସିଲ ଅଧୀନ ଯଶୋବନ୍ତପୁର “ରାୟ ସାହି” ରେ ଥିବା ସରକାରୀ ଢ଼ଳେଇ ରାସ୍ତା କୁ ଦୀର୍ଘ ଦିନ ଧରି ଅବରୋଧ କରି ରଖିଛନ୍ତି ଉକ୍ତ ଗ୍ରାମ ର ସଂକର୍ଷଣ ରାୟ ଗ୍ରାମବାସୀ ଙ୍କ ଦ୍ୱାରା ବାରମ୍ବାର ପ୍ରତିବାଦ ପରେ ବି ରାସ୍ତା ଅବରୋଧ ନ ହଟେଇବା ରୁ ଗତକାଲି ଗ୍ରାମବାସୀ ଙ୍କ ତରଫରୁ ଜଗତସିଂହପୁର ତହସିଲଦାର ଙ୍କୁ ଅଭିଯୋଗ ଦିଆ ଯାଇଥିବା ବେଳେ, ତୁରନ୍ତ ପଦକ୍ଷେପ ନିଆଯାଇ ରାସ୍ତା ଅବରୋଧ ହଟା ଯିବ ବୋଲି ତହସିଲଦାର ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେଇଛନ୍ତି l ତେବେ ଏଠାରେ ସୂଚନା ଯୋଗ୍ୟ ଯେ, ଉକ୍ତ ଅବରୋଧ ଫଳରେ ଗାଁ ମଧ୍ୟ କୁ କୌଣସି ଯାନବାହାନ କିମ୍ବା କୌଣସି ଦୁର୍ଘଟଣା ଘଟିଲେ ଆମ୍ବୁଲାନ୍ସ କିମ୍ବା ଜରୁରୀ କାଳୀନ ଗାଡ଼ି ମଧ୍ୟ ଯିବା ଅସମ୍ଭବ ହୋଇ ପଡିଛି ଦେଖିବାକୁ ବାକି ରହିଲା ଯେ, ତହସିଲଦାର ମହୋଦୟ କେବେ କାର୍ଯ୍ୟାନୁଷ୍ଠାନ ନେଇ ରାସ୍ତା ଅବରୋଧ ହଟାଉଛନ୍ତି ବା ଶଙ୍କର୍ଷଣ ଙ୍କୁ ଅନୁକମ୍ପା ଦେଖାଉଛନ୍ତି
Sign in
Sign in
Recover your password.
A password will be e-mailed to you.