ଶାନ୍ତିସ୍ରୋତ ଭବନରେ ଆଲୋକର ପର୍ବ ଦୀପାବଳି ଉତ୍ସବ

0 2

ଭଞ୍ଜନଗର/ଉଦୟନାଥ ପଣ୍ଡା: ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ, ଭଞ୍ଜନଗର ଶାଖା ଆନୁକୁଲ୍ୟରେ ବାଗ୍ ଦେବୀ ରୋଡ଼ ରେ ଥିବା ନୀଳାଦ୍ରି ବିହାରର ଶାନ୍ତିସ୍ରୋତ ଭବନରେ ଆଲୋକର ପର୍ବ ଦୀପାବଳୀ ଧୁମଧାମରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଭଞ୍ଜନଗର ସବଡିଭିଜନର ଉପଜିଲ୍ଲାପାଳ ଶ୍ରୀ ଅନିଲ କୁମାର ସେଠୀ, ସମ୍ମାନିତ ଅତିଥି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରଫୁଲ୍ଲ କୁମାର ବଡ଼ଜେନା ଏବଂ ଉତ୍ତର ବନଖଣ୍ଡ ଅଧିକାରୀ ଶ୍ରୀ ସୁଦର୍ଶନ ବେହେରା ସାର୍ ଉପସ୍ଥିତ ଥିଲେ। ବର୍ତ୍ତମାନ ସାରା ବିଶ୍ଵର ପରିସ୍ଥିତିରେ ଈଶ୍ବରୀୟ ବିଶ୍ବବିଦ୍ୟାଳୟର ସାପ୍ତାହିକ ପାଠ୍ୟକ୍ରମ ଓ ରାଜଯୋଗ ଅଭ୍ୟାସ ଏକ ଆଲୋକିତ ମାର୍ଗ,ଯାହା ଶାନ୍ତି ଓ ସୁଖମୟ ଜୀବନର ଏକ ଶକ୍ତିଶାଳୀ ସ୍ତମ୍ଭ । ଏହା ମୁଖ୍ୟ ଅତିଥିଙ୍କ ହୃଦୟସ୍ପର୍ଶୀ ଅନୁଭୂତିର ବାର୍ତ୍ତା ।‍ ସଂସ୍ଥା ତରଫରୁ ଏକ ପାଠାଗାରର ବ୍ୟବସ୍ଥା ରଖିବାକୁ ଅତିଥିଙ୍କ ଅଭିମତ ଥିଲା। ପରିଶେଷରେ କେନ୍ଦ୍ର ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ସନ୍ତୋଷିନୀ ଭଉଣୀ ବିଶ୍ଵରେ ସକାରାତ୍ମକ ପରିବର୍ତ୍ତନ ପ୍ରେସମିଡିଆ ଦ୍ଵାରା କିପରି ଅଣାଯାଇ ପାରିବ ବକ୍ତବ୍ୟ ରଖିଥିଲେ । ତତ୍ ସହିତ ୩୫ରୁ ଉର୍ଦ୍ଧ୍ବ ସାମ୍ବାଦିକ ଭ୍ରାତାଙ୍କୁ ସମ୍ମାନିତ କରିଥିଲେ। କୁନି କୁନି ଭଉଣୀମାନଙ୍କର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବ୍ରହ୍ମାକୁମାରୀ ପିଙ୍କି, ପ୍ରାପ୍ତି,ଅଲିଭା,ଅନୀତା ,ତେଜସ୍ବିନୀ ଭଉଣୀ ଓ ବ୍ରହ୍ମାକୁମାର ଅଷୟ,ଶିବରାମ ଭାଇ ସମେତ ସମସ୍ତ ଭାଇ ଭଉଣୀମାନଙ୍କ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ଶୃଙ୍ଖଳାର ସହ ସମ୍ପାଦାନ ହୋଇପାରିଲା ।

Leave A Reply

Your email address will not be published.