ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ଥାନା ଜିରୋଳି ଛକରେ ରହୁଥିବା ଜିତୁ ଖଣ୍ଡୁଆଳ ଗତ ଅଗଷ୍ଟ ଛବିଶି ତାରିଖରେ ତାର 16 ବର୍ଷର ନାବାଳିକା ଝିଅକୁ କେହି ଅପହରଣ କରି ନେଇଯାଇଥିବା ଅଭିଯୋଗ କରି ବେଲଗୁଣ୍ଠା ଥାନାରେ ଏତାଲା ଦେଇଥିଲା I ଏନେଇ ବେଲଗୁଣ୍ଠା ପୋଲିସ୍ 376/23 ରେ ଏକ ମାମଲା ରୁଜୁ କରି ଏସ୍ଆଇ ନାରାୟଣ ନାୟକ ଘଟଣାର ତଦନ୍ତ କରୁଥିଲେ I ଘଟଣାର ଆଠ ଦିନ ପରେ ଝିଅ ନିଜେ ନିଜେ ଘରକୁ ଫେରିଆସି ବେଲଗୁଣ୍ଠା ମେଦିରି ସାହିର ଏନ୍. ସନ୍ତୋଷ ନାମକ ଜଣେ ବ୍ୟକ୍ତି ତାର ସାଙ୍ଗ ସହ ଆସି ଏକ ଗାଡ଼ିରେ ତାକୁ ଉଠାଇ ନେଇଯିବା ସହ ଭୁବନେଶ୍ୱରରେ ତା ସହ ଖରାପ ସମ୍ପର୍କ ରଖିଲା ବୋଲି ବେଲଗୁଣ୍ଠା ଥାନାରେ ପ୍ରକାଶ କରିଥିଲା I ଏହାପରେ ପୋଲିସ୍ ସନ୍ତୋଷକୁ ଉଠାଇ ଆଣି ପଚାରାଉଚୁରା କରିବା ପରେ ଝିଅଟି ମିଛ କହୁଥିବା କଥା ଜାଣିପାରିଥିଲା I ପୋଲିସ୍ ଘଟଣାର ତଦନ୍ତ କରୁଥିବା ସମୟରେ ଝିଅଟି ଦ୍ୱିତୀୟ ଥର ପାଇଁ ଘରୁ କୁଆଡ଼େ ଚାଲିଯାଇଥିଲା I ଏନେଇ ଝିଅର ବାପା ବେଲଗୁଣ୍ଠା ଥାନାରେ ପୁଣି ଥରେ ଅଭିଯୋଗ କରିଥିଲେ I ଏନେଇ 428/23 ରେ ଏକ ମାମଲା ରୁଜୁ କରାଯିବା ସହିତ ଏସ୍ଆଇ ଅଭୟ ପ୍ରଧାନ ଘଟଣାର ତଦନ୍ତ କରିଥିଲେ I ତଦନ୍ତରେ ଝିଅର ସିଡିଆର୍ ଯାଞ୍ଚ୍ କରି ଝିଅଟି ବହୁ ସମୟ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରପୋଷି ଥାନା ଦିଗୀ ଗ୍ରାମର ନବ ମୁଣ୍ଡା ସହ କଥାହେଉଥିବା ଜଣାପଡ଼ିବା ପରେ ଗତକାଲି ପୋଲିସ୍ ମୟୂରଭଞ୍ଜ ଯାଇ ନବ ମୁଣ୍ଡାକୁ ଗିରଫ କରି ଝିଅକୁ ଉଦ୍ଧାର କରିଥିଲା I ବେଲଗୁଣ୍ଠାରେ ଝିଅର ଡ଼ାକ୍ତରୀ ମାଇନା କରାଯାଇ ଥିବା ବେଳେ ନବ ମୁଣ୍ଡାର ଡାକ୍ତରୀ ମାଇନା ଭଞ୍ଜନଗର ଠାରେ କରାଯାଇ ନବକୁ ବ୍ରହ୍ମପୁର ପୋକ୍ସୋ କୋର୍ଟଚାଲାଣ କରାଯାଇଛି I ଝିଅ 161 ରେ ବୟାନ ରେକର୍ଡ ହୋଇନଥିବାରୁ ତାକୁ ତାର ମାଆକୁ ହସ୍ତାନ୍ତର କରାଯାଇଛି I ସୋମବାରଦିନ ଝିଅର 161 ବୟାନ ରେକର୍ଡ କରାଯିବା ପରେ ତାକୁ ଵ୍ରହ୍ମପୁର ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରାଯିବ ବୋଲି ପୋଲିସ କହିଛି । ପ୍ରକାଶ ଥାଉକି ନବ ମୁଣ୍ଡା ଦାଦନ ଶ୍ରମିକ ଭାବେ କେରଳରେ କାମ କରୁଥିଲା I ଏକ ମିସ୍ କଲ୍ ରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ବଢ଼ିଥିଲା I ସିଡିଆର୍ ତଥ୍ୟ ଅନୁସାରେ ଝିଅଟି ଦୁଇ ତିନି ଜଣଙ୍କ ସହ କଥା ହେଉଥିଲା I ନବ ମୁଣ୍ଡା ପୂର୍ବରୁ ବିବାହିତ ହୋଇଥିବା ବେଳେ ତାର ଚାରିଟି ଛୁଆ ଅଛନ୍ତି I
Sign in
Sign in
Recover your password.
A password will be e-mailed to you.