ସୁକିନ୍ଦାର ମହିଳା କାରିଗର ପ୍ରସ୍ତୁତ କରୁଛନ୍ତି, ଦୀପାବଳି ପାଇଁ ପରିବେଶ ଅନୁକୂଳ ଦୀପ ଏବଂ ଟେରାକୋଟା ସାମଗ୍ରୀ

0

 ଟାଟାଷ୍ଟିଲ୍ ଫାଉଣ୍ଡେସନ ସହାୟତାରେ ଦକ୍ଷତା ହାସଲ

କଳିଙ୍ଗନଗର, ୧୦ ନଭେମ୍ବର, ୨୦୨୩: ସୁକିନ୍ଦା ବ୍ଲକ ଅନ୍ତର୍ଗତ ସାନ୍ତରାପୁର ଗ୍ରାମର ମହିଳା କାରିଗରମାନେ ପରିବେଶ ଅନୁକୂଳ ଦୀପାବଳି ପାଳନ ପାଇଁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିଛନ୍ତି । ଆଲୋକର ପର୍ବକୁ ସମ୍ପୂର୍ଣ୍ଣ ପରିବେଶ ଅନୁକୂଳ ଢଙ୍ଗରେ ପାଳନ କରିବାରେ ସାହାଯ୍ୟ କରିବା ପାଇଁ ସେମାନେ ଦୀପ ଏବଂ ଟେରାକୋଟାର ବିଭିନ୍ନ ଉତ୍ପାଦ ପ୍ରସ୍ତୁତ କରୁଛନ୍ତି ।
ଟେରାକୋଟା କାରିଗରୀ ପାଇଁ ଜଣାଶୁଣା ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଗୋପାଳପୁର ଗ୍ରାମର ପ୍ରଥମଖଣ୍ଡି ଅଂଚଳକୁ ଦିନିକିଆ ଗସ୍ତରେ ଯାଇ ଅମ୍ପୋଲବା ପଂଚାୟତ ସାନ୍ତରାପୁର ଗ୍ରାମର ଜୟ ମା’ ଦୁର୍ଗା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଓ ଜନନୀ କ୍ଲଷ୍ଟର ଲେଭେଲ୍ ଫେଡେରେସନ୍ (ସିଏଲଏଫ)ର ୧୦ ଜଣ ସଦସ୍ୟ ଏହି ନୂତନ କୌଶଳ ହାସଲ କରିଥିଲୋ । ଏହି ଗସ୍ତ ୨୦୨୩ ଅକ୍ଟୋବର ୩୧ ତାରିଖରେ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଆୟୋଜନ କରାଯାଇଥିଲା ଯାହାର ଉଦେ୍ଧଶ୍ୟ ଥିଲା ସମ୍ପ୍ରଦାୟ ମଧ୍ୟରେ ଦକ୍ଷତା ବିକାଶକୁ ପ୍ରୋତ୍ସାହିତ କରିବା ଏବଂ ମହିଳାମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ।
ଦିନିକିଆ ଗସ୍ତ ଅବସରରେ ଓଡ଼ିଶା ସରକାରଙ୍କ ହସ୍ତତନ୍ତ ବିଭାଗର ମାଷ୍ଟର କାରିଗର ନରେନ୍ଦ୍ର ରଣା ଦଳକୁ ପ୍ର୍ରସ୍ତୁତ ଟେରାକୋଟା ଉତ୍ପାଦ ଉତ୍ପାଦନରେ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ପ୍ରଶିକ୍ଷଣ ଦେବା ସହ ବିଭିନ୍ନ ସାମଗ୍ରୀର ବଜାର ଚାହିଦା ସମ୍ପର୍କରେ ସୂଚନା ଦେଇଥିଲେ ।
ଗସ୍ତ ସମୟରେ ଏହି କାରିଗରମାନେ ସ୍ଥାନୀୟ ମାଟି ଓ ରଙ୍ଗ ବ୍ୟବହାର କରି ଦୀପ, କଳସ ପାତ୍ର ଓ ଅନ୍ୟାନ୍ୟ ଟେରାକୋଟା ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ସେମାନଙ୍କ ହାତର ଦକ୍ଷ ଏବଂ ମନର ସୃଜନଶୀଳତା ଏହି ଅଂଚଳର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରତିଫଳିତ କରି ହାତ ଚିତ୍ରିତ ଡିଜାଇନର ଉତ୍କୃଷ୍ଟ ଉତ୍ପାଦଗୁଡ଼ିକର ସ୍ଥାନୀୟ ବଜାରରେ ବହୁତ ଚାହିଦା ରହିଛି, ବର୍ତମାନ ସୁଦ୍ଧା ତିଆରି ହୋଇଥିବା ୩୦୦୦ ଦୀପ ମଧ୍ୟରୁ ଅଧାରୁ ଅଧିକ ବିକ୍ରି ହୋଇ ଥିବାରୁ ତାହା ଜଣାପଡୁଛି । ମହିଳା କାରିଗରମାନେ ଏବେ ଏହି ରିବେଶ ଅନୁକୂଳ ଦୀ ଏବଂ ଅନ୍ୟାନ୍ୟ ଟେରାକୋଟା ସାମଗ୍ରୀର ଚାହିଦା ପୂରଣ କରିବାରେ ବ୍ୟସ୍ତ ଅଛନ୍ତି । ପରିବେଶ ଅନୁକୂଳ ହେବା ବ୍ୟତୀତ, ଦୀପ ଏବଂ ଅନ୍ୟାନ୍ୟ ସାଜସଜ୍ଜା ସାମଗ୍ରୀ ମଧ୍ୟ ସମ୍ପୂର୍ଣ୍ଣ ଜୈବ-ଅବକ୍ଷୟଯୋଗ୍ୟ ଏବଂ ସୁଲଭ, ଅତ୍ୟନ୍ତ ହାଲୁକା ଏବଂ ସ୍ଥାୟୀ, ଏବଂ ଏହା ଗ୍ରାହକଙ୍କ ମଧ୍ୟରେ ବେଶ ପସନ୍ଦ ହୋଇପାରିଛି ।

Leave A Reply

Your email address will not be published.